ଟ୍ରେନ୍‌ରେ ମିଳିବ ଓଡ଼ିଶା ଏସ୍‌ଏଚ୍‌ଜି ସାମଗ୍ରୀ: ଆଇଆର୍‌ସିଟିସି ସହ ଏମ୍‌ଓୟୁ କରିବ ଓର୍‌ମାସ୍‌

ଭୁବନେଶ୍ୱର,୯ା୧(ବ୍ୟୁରୋ): ଚାନ୍ଦୁଆ, ତାରକସିରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପର୍ଯ୍ୟନ୍ତ। ଏଣିକି ସବୁକିଛି ମିଳିବ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ରେ। ଓଡ଼ିଶା ମଧ୍ୟଦେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ତାହା ପୁଣି ଓ୍ବାନ୍‌-କ୍ଲିକ୍‌ରେ। ଟ୍ରେନ୍‌ରେ ବସି ସ୍ଥାନୀୟ ଅଞ୍ଚଳର ସାମଗ୍ରୀ ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେଶନ (ଆଇଆର୍‌ସିଟିସି) ଓ୍ବେବ୍‌ସାଇଟ୍‌ରେ ଅର୍ଡର କଲେ ଆଗାମୀ ଷ୍ଟେଶନରେ ତାହା ଯାତ୍ରୀଙ୍କୁ ମିଳିବ। ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାର ଏବଂ ସ୍ବୟଂ ସହାସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସାମଗ୍ରୀ ବିପଣନର ସୁଯୋଗ ଯୋଗାଇଦେବାକୁ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛି ଓର୍‌ମାସ୍‌। ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଓର୍‌ମାସ୍‌ ପ୍ରଥମଥର ପାଇଁ ଆଇଆର୍‌ସିଟିସି ସହ ମିଶି ଓଡ଼ିଶାର ପାରମ୍ପରିକ ସାମଗ୍ରୀକୁ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରିବାକୁ ଯାଉଛି। ଏନେଇ ଖୁବ୍‌ଶୀଘ୍ର ଆଇଆର୍‌ସିଟିସି ଏବଂ ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବ ବୋଲି ସୂଚନା ମିଳିଛି।
ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ଆଇଆର୍‌ସିଟିସି ମାଧ୍ୟମରେ ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟସାମଗ୍ରୀ ବିକ୍ରି କରିବ। ଓର୍‌ମାସ୍‌ ଏବଂ ଆଇଆର୍‌ସିଟିସି ମଧ୍ୟରେ ଏମ୍‌ଓୟୁ ଦ୍ୱାରା ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଏବଂ ପ୍ରଡକ୍ସନ ଗ୍ରୁପ୍‌(ପିଜି)ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ରେଳବିଭାଗ ଓ୍ବେବ୍‌ସାଇଟରେ ଉପଲବ୍ଧ ହେବ। ଆଇଆର୍‌ସିଟିସିର ଭେଣ୍ଡର ଲିଷ୍ଟରେ ସାମିଲ ହେବା ପରେ ଟ୍ରେନ୍‌ରେ ଯାଉଥିବା ଯାତ୍ରୀ ସେମାନଙ୍କ ସାମଗ୍ରୀ ଦେଖି ଅନ୍‌ଲାଇନ୍‌ରେ ଅର୍ଡର କରିପାରିବେ। ଅର୍ଡର ମିଳିବାର ତତ୍‌କ୍ଷଣାତ୍‌ ସମ୍ପୃକ୍ତ ଭେଣ୍ଡର୍‌ ନିଜ ଷ୍ଟେଶନରେ ଉକ୍ତ ସାମଗ୍ରୀ ଯାତ୍ରୀଙ୍କୁ ହସ୍ତାନ୍ତର କରିବେ। ଆଇଆର୍‌ସିଟିସି ମାଧ୍ୟମରେ ସବାଇ ଘାସ, ଗୋଲ୍‌ଡେନ୍‌ ଗ୍ରାସ, ଡୋକ୍ରା, ଟ୍ରାଇବାଲ ଜୁଏଲେରି ଭଳି ହସ୍ତଶିଳ୍ପ, କୋଟ୍‌ପାଡ଼, ବମକାଇ, ଟସର, ମାଣିଆବନ୍ଧ ଭଳି ହସ୍ତତନ୍ତ ଏବଂ ବାଲେଶ୍ୱର ଖଜା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଆଦିର ବିକ୍ରିବଟା କରାଯାଇପାରିବ। କାରିଗର ଏବଂ ଶିଳ୍ପୀମାନଙ୍କୁ ଇ-ମାର୍କେଟ ସହ ପରିଚିତ କରାଇବା ସହ ଏକ ବଡ଼ବଜାର ସୃଷ୍ଟିକରିବା ଲକ୍ଷ୍ୟରେ ଓର୍‌ମାସ୍‌ ଏହି ପଦକ୍ଷେପ ନେବାକୁ ଯାଉଥିବା ଓର୍‌ମାସ୍‌ ମାର୍କେଟିଂ ଯୁଗ୍ମ ସିଇଓ ସୁଜୟ କର ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବାବେଳେ ଆଇଆର୍‌ସିଟିସି ଅଧିକାରୀମାନେ ଆମ କାରିଗରମାନଙ୍କୁ ସ୍ବତନ୍ତ୍ରଭାବେ ପ୍ରଶିକ୍ଷଣ ଦେଇଛନ୍ତି। ସେମାନେ ଠିକ୍‌ଭାବେ ଏ ବାବଦରେ ଅବଗତ ହେବାପରେ ଆମେ ଏମ୍‌ଓୟୁ ସ୍ବାକ୍ଷର କରିବୁୁ ବୋଲି କର କହିଛନ୍ତି।
ଏନେଇ ଆଇଆର୍‌ସିଟି ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ଏବେ ଏସିଆ ମହାଦେଶରେ ସର୍ବାଧିକ ବ୍ୟବହୃତ ଓ୍ବେବ୍‌ସାଇଟ୍‌। ଏହି ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଡିଜିଟାଲ ମାର୍କେଟ୍‌ ସହ ପରିଚିତ ନ ଥିବା ଗ୍ରାମୀଣ କାରିଗର ଓ ବୁଣାକାରମାନଙ୍କୁ ଲାଭ ଦେବା ଆମର ପ୍ରାଥମିକତା। ଏହା ଦ୍ୱାରା ଦେଶର ପାରମ୍ପରିକ ସାମଗ୍ରୀକୁ ଏକ ଭଲ ପ୍ଲାଟଫର୍ମ ମିଳିବା ସହ ଶିଳ୍ପୀ ଏବଂ ଏସ୍‌ଏଚ୍‌ଜିମାନଙ୍କର ରୋଜଗାର ବଢ଼ିବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ଅର୍ଥନୀତି ବ୍ୟାପକ ହେବ। ଏବେ ଆମେ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଫୋକସ୍‌ କରୁଛୁ। ଧୀରେ ଧୀରେ ହସ୍ତଶିଳ୍ପ, ହସ୍ତତନ୍ତକୁ ଗୁରୁତ୍ୱ ଦେବୁ। ପଶ୍ଚିମବଙ୍ଗ, ମହାରାଷ୍ଟ୍ରରୁ ଆମକୁ ଭଲ ରେସ୍‌ପନ୍ସ ମିଳିଛି। ତେଣୁ ଓଡ଼ିଶାକୁ ବି ସଫଳତା ମିଳିବ ବୋଲି ଆଶା କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିତୁ ଜିତୁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର: ଭାଜପା ଶୁଣିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନର ଉପନିର୍ବାଚନରେ ବିଜୟୀ ହେବା ପରେ ଜନ ସୁରାଜର ସଂସ୍ଥାପକ ପ୍ରଶାନ୍ତ କିଶୋର ଏହି ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ସଙ୍କେତ…

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ମୁଖ୍ୟମନ୍ତ୍ରୀ ଥଲାପତି ବିଜୟଙ୍କୁ ସୁପ୍ରିମକୋର୍ଟଙ୍କ ଜୋରଦାର ଝଟ୍‌କା! ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ଏମ. କେ. ଷ୍ଟାଲିନ ସରକାରଙ୍କ ପରେ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଜୋସେଫ ସରକାର ମଧ୍ୟ ରାଜ୍ୟର ଥିରୁପରନକୁନ୍ଦ୍ରମ ପାହାଡ଼ରେ ପବିତ୍ର ଦୀପ ପ୍ରଜ୍ୱଳନ ବିରୋଧରେ…

ଖର୍ଚ୍ଚ ବଢୁଛି, ଲାଭ ପାଉନାହାନ୍ତି ଚାଷୀ: ଆର୍ଥିକ ସ୍ଥିତି ଦିନକୁ ଦିନ ସଙ୍କଟାପନ୍ନ

ପଦ୍ମପୁର, ୪ା୮(ପ୍ରଦୀପ୍ତ ଦାଶ):କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଅହେତୁକ ଦରବୃଦ୍ଧି ଏବଂ ସରକାରୀ ପ୍ରକ୍ରିୟାର ଜଟିଳତା ଯୋଗୁ ଅଞ୍ଚଳର ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।…

ସମସ୍ୟା ଅସମାହିତ, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ତ୍ରିଶାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ, ଷ୍ଟାଲିନଙ୍କ ବିରୋଧରେ NCWରେ ଅଭିଯୋଗ କଲା TVK

ନୂଆଦିଲ୍ଲୀ,୪।୮: ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୁଦ୍ଧରେ ଜାତୀୟ ମହିଳା ଆୟୋଗ (NCW)ରେ ଅଭିଯୋଗ ଦାଖଲ କରିଛି ଥଲାପତି ବିଜୟଙ୍କ ପାର୍ଟି TVK । ତଞ୍ଜାଭୁରରେ…

ଅତ୍ୟଧିକ ଆତ୍ମବିଶ୍ୱାସ ଭାଜପାକୁ ପଡିଲା ମହଙ୍ଗା! ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ନୀତିନ ନବୀନ, କହିଲେ…

ପାଟନା,୪।୮: ଦେଶର ତିନୋଟି ରାଜ୍ୟର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ସୋମବାର ପ୍ରକାଶ ପାଇଛି। ବିହାରର ବାଙ୍କିପୁର ଏବଂ ମଧ୍ୟପ୍ରଦେଶର ଦାତିଆ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri