Posted inଜାତୀୟ

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ: ମାସ୍କ ପିନ୍ଧିବା ଜରୁରୀ

ନୂଆଦିଲ୍ଲୀ,୧୧।୫: ଲକ୍‌ ଡାଉନରେ ଫସି ରହିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରିଛନ୍ତି। ମେ’ ୧୨ ଅର୍ଥାତ୍‌ ମଙ୍ଗଳବାରଠାରୁ ୧୫ଟି ଟ୍ରେନ୍‌ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ସୋମବାର ସାରୁ ଟିକେଟ ବୁକିଂ ଆରମ୍ଭ ହେବ। ତେବେ ଏହି ରେଳ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ରେଲଓ୍ବେ ଷ୍ଟେଶନରେ ଯାତ୍ରୀମାନେ ସୋସିଆଲ ଡିଷ୍ଟାନସିଂ, କନଫର୍ମ ଟିକେଟ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି।

-ଟ୍ରେନ୍‌ କେଉଁ ରୁଟ୍‌ରେ ଚାଲିବ ଓ କେବେ ଚାଲିବ ଓ ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ। ଏଥିପାଇଁ ରେଳ ମନ୍ତ୍ରଣାଳୟ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବ।
-ଯେଉଁମାନଙ୍କର ଇ-ଟିକେଟ ନିଶ୍ଚିତ ହୋଇଛି ସେମାନଙ୍କୁ ଷ୍ଟେଶନକୁ ଆସିବାକୁ ଅନୁମତି ଦିଆଯିବ।
-ଟ୍ରେନ୍‌ ଟାଇମିଙ୍ଗ, ଟିକେଟ ବୁକିଂ କିପରି କରିବେ ଷ୍ଟେଶନ ଓ ଟ୍ରେନ୍‌ରେ କିପରି ପ୍ରବେଶ କରିବେ ଏନେଇ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ।
-ଇ-ଟିକେଟ ଦାରା ଯାତ୍ରୀଙ୍କ କ୍ୟାବ ଡାଇଭରଙ୍କୁ ଅନୁମତି ମିଳିବ।
-ପ୍ରତ୍ୟେକ ଷ୍ଟେଶନରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ।
-ପ୍ରତ୍ୟେକ ବଗିର ପ୍ରବେଶ ଓ ପ୍ରସ୍ଥାନ ବେଳେ ସାନିଟାଇଜରର ସୁବିଧା ଉପଲବ୍ଧ ହେବ।
-ସମସ୍ତ ଯାତ୍ରୀ ଉଭୟ ଷ୍ଟେଶନ ଓ ଟ୍ରେନ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
-ଟ୍ରେନ୍‌ରେ ଚଢିବା ଓ ଓହ୍ଲାଇବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯିବ ଯାହାକୁ ରେଳ କର୍ମଚାରୀ ପାଳନ କରିବେ। ଯେତେବେଳେ ଟ୍ରେନ ଏହାର ଶେଷ ଷ୍ଟେସନରେ ପହଞ୍ଚିବ ସମସ୍ତ ଯାତ୍ରୀଙ୍କୁ ସେହି ରାଜ୍ୟର ନିୟମ ପାଳନ କରିବାକୁ ପଡିବ। କେନ୍ଦ୍ର ସରକାର ଲକ୍‌ଡାଉନ ମଧ୍ୟରେ ମେ’ ୧୨ ତାରିଖରୁ ରେଳ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟ୍ରେନ୍‌ ଦିଲ୍ଲୀରୁ ଦିବ୍ରୁଗଡ, ଅଗରତାଲା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଭାନନ୍ତପୁରମ, ମଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଏବଂ ଜମ୍ମୁ ତାୱି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ଟ୍ରେନ୍‌ ଛାଡିବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ଯାତ୍ରୀ ଷ୍ଟେଶନରେ ପହଞ୍ଚିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

ରାଜ୍ୟରେ ଛେଚିବ ପ୍ରବଳ ବର୍ଷା! ଲଘୁଚାପକୁ ନେଇ ଆସିଲା ବଡ଼ ଖବର…

ଭୁବନେଶ୍ୱର,୨୦।୨: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଷୁବୀୟ ଭାରତ ମହାସାଗର ଓ ସଲଂଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା…

ସ୍ବାସ୍ଥ୍ୟ ପାଇଁ ୨୩ ହଜାର କୋଟି

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri