ଟ୍ରେନ୍‌ ବାତିଲ ପରେ ଦାଦନଙ୍କ ଭିଡ଼

ସୁରଟ୍‌, ୯ା୫: ଟ୍ରେନ୍‌ ବାତିଲ ପରେ ସୁରଟ୍‌ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍‌ଡାଉନ ଯୋଗୁ ବନ୍ଦ ହୋଇଯିବା ଫଳରେ ଭୋକ ଉପାସରେ ରହୁଥିବା ପୂର୍ବାଞ୍ଚଳ ରାଜ୍ୟର ଶ୍ରମିକମାନେ ଘରକୁ ଫେରିବାର ଆଶା ରଖିଥିଲେ। ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩ ଟ୍ରେନ ବାତିଲ କରାଯିବା ପରେ ଏବେ ରାଜରାସ୍ତାରେ ଏମାନେ ଘୂରିବୁଲୁଛନ୍ତି। ଫଳରେ କରୋନା ଭୂତାଣୁ ଅଧିକ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ସେମାନେ ଏହି ଟ୍ରେନରେ ଘରକୁ ଫେରିବାର ଥିଲା। ଟ୍ରେନ ବାତିଲ ପରେ ଭୋକର ଦାଉ ସହ ଘରକୁ ଫେରିବାର ବ୍ୟଗ୍ରତା ଏବେ ସେମାନଙ୍କୁ ଅଥୟ କରିଛି। କେତେକ ସ୍ଥାନରେ ଏହି ଶ୍ରମିକମାନେ ବିକ୍ଷୋଭ କରି ପୋଲିସ ସହ ହାତାହାତି ହୋଇଛନ୍ତିି। ସେମାନଙ୍କ ଫେରିବା ଲାଗି କିଛି ବ୍ୟବସ୍ଥା ଗୁଜରାଟ ସରକାର କରିବା ଲାଗି ସେମାନେ ନେହୁରା ହେଉଛନ୍ତି। ପୋଲିସ ସେମାନଙ୍କୁ ବୁଝାଶୁଝା କରୁଥିଲେ ହେଁ ପରିସ୍ଥିତି ଅସମ୍ଭାଳ ରହିଛି। ବର୍ତ୍ତମାନ ସୁଦ୍ଧା ୧୮ ଶ୍ରମିକ ସ୍ପେଶାଲ ଟ୍ରେନ ସୁରଟରୁ କେତେକ ଶ୍ରମିକଙ୍କୁ ଧରି ଫେରିଛି। ଏହା ସହ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ୩ ଟ୍ରେନ ବାତିଲ କରିଛନ୍ତି। ଏହି ଟ୍ରେନ୍‌ଗୁଡ଼ିକ ମେ ୮ରେ ଶ୍ରମିକଙ୍କୁ ନେଇ ଫେରିବାର ଥିଲା ବୋଲି ସୁରଟ ଜିଲାପାଳ ଧବଲ ପଟେଲ ପ୍ରକାଶ କରିଛନ୍ତି। କେବଳ କରୋନା ନେଗେଟିଭ ଥିବା ଲୋକଙ୍କୁ ଫେରିବା ଲାଗି ନିର୍ଦ୍ଦେଶ ରହିଛି। ଏବେ ଶ୍ରମିକମାନେ ଧର୍ଯ୍ୟଧରି ସମୟକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ରେଲଓ୍ବେ ଅଧିକାରୀଙ୍କୁ ଶ୍ରମିକମାନେ ଯିବା ଲାଗି ହୋଇଥିବା ଟିକେଟ ଅର୍ଥ ଫେରସ୍ତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri