ଟ୍ରେନ ଚାଲିଲେ ବଢିବ ସଂକ୍ରମଣ: ଆତଙ୍କିତ ଅଞ୍ଚଳବାସୀ

ଯୋଡା,୨୪ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ହେଉଛି ଏକ ଶ୍ରମିକ ବହୁଳ ବସ୍ତି ଓ ହଟିଂ ଉପତ୍ୟକା। ଏଠାକୁ ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ଶ୍ରମିକ ମାନେ ଆସି କାର୍ଯ୍ୟ କରିଥାନ୍ତି। ବିଭିନ୍ନ କାରଣରୁ ଖଣିଖାଦାନ୍‌ ବନ୍ଦ ହେବା ପରେ ଏ ଅଞ୍ଚଳରୁ ବହୁ ଶ୍ରମିକ ବାହାର ଅଞ୍ଚଳକୁ କାର୍ଯ୍ୟ କରିବାକୁ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ପ୍ରବାସୀମାନଙ୍କୁ ପଶ୍ଚିମବଙ୍ଗର କୋଲକାତାଠାରୁ ଯୋଡା ଓ ବଡବିଲ ଆଣିବା ପାଇଁ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ହୁଏ, ତାହେଲେ ବାହାର ଅଞ୍ଚଳରୁ ହଜାର ହଜାର ଲୋକ ଏ ଅଞ୍ଚଳକୁ ପ୍ରବେଶ କରିଆସିବେ। ଯାହାକି କରୋନା ଭାଇରସ ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା ରହିଛି। କାରଣ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନଙ୍କୁ ବଡବିଲ୍‌ ଷ୍ଟେଶନରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯିବ ହେଲେ ଟ୍ରେନ୍‌ଟି ଆସି ବଡବିଲ୍‌ ଷ୍ଟେଶନରେ ପହଞ୍ଚିବା ପୂର୍ବରୁ ଦୁଇ ତିନୋଟି ସ୍ଥାନରେ ଟ୍ରେନ୍‌ର ବେଗ ମନ୍ଥର ହୋଇଥାଏ। ଏହାର ଫାଇଦା ଉଠାଇ ବହୁଯାତ୍ରୀ ସେଠାରେ ଓହ୍ଲାଇ ନିଜ ନିଜ ଘରକୁ ଯିବେ। ତେବେ ଆଗରୁ ଏଭଳି ନଜିର ମଧ୍ୟ ରହିଛି ା ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଂପାଦକ ସୁଶାନ୍ତ କୁମାର ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲକଡାଉନ୍‌ର ଅବଧି ଶେଷ ପରେ ଯଦି ବଡବିଲ୍‌କୁ ଜନଶତାବ୍ଦୀ ଟ୍ରେନ୍‌ ଚଳାଚଳ ହୁଏ , ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ଯୋଗୁ ଯୋଡା ବଡବିଲ୍‌ ଖଣି ଅଞ୍ଚଳରେ ଭାଇରସ ସଂକ୍ରମଣ ବୃଦ୍ଧି ପାଇବ। ଆଜି ପର୍ଯ୍ୟନ୍ତ ଯୋଡା ବ୍ଲକର ବଡବିଲ ଠାରେ ପଶ୍ଚିମବଙ୍ଗରୁ ଆସିଥିବା ଜଣେ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ବସ୍‌ ଟ୍ରେନ୍‌ ଚଳାଚଳ ଯୋଗୁ ସଂକ୍ରମଣର ମାତ୍ରା ବହୁ ଗୁଣ ବୃଦ୍ଧି ପାଇବ। ଏଣୁ ବଡବିଲ୍‌କୁ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ନ କରିବା ପାଇଁ ସେ ଦାବି କରିଛନ୍ତି। ଏହିପରି ଯୋଡା ଅଞ୍ଚଳର ବରିଷ୍ଠ ନାଗରିକ ସୋମନାଥ ମହାନ୍ତି, ଜୁରୁଡିର ସୁର ମହାନ୍ତି, ଯୁବ ସଂଗଠକ ମାନସ ଦାସ, ସୁବାଷ ସେନ୍‌ ଗୁପ୍ତା, ପ୍ରଭା ରାଉତ ପ୍ରମୁଖ ଯୋଡ଼ା ଅଞ୍ଚଳରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଦାବି କରିଛନ୍ତି। ଆଗାମୀ ୧ ତାରିଖରୁ ଆରମ୍ଭ ରେଳ ଚଳାଚଳ ଏହା ଉପରେ ପ୍ରଭାବ ପକାଇବା ବୋଲି ସେମାନେ କହିଛନ୍ତି। ଏଣୁ ଏହି ରେଳ ଚଳାଚଳକୁ ସାମୟିକ ସ୍ଥଗିତ କରିବା ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ବୁ-ମାର୍ଶାଘାଇ ରାସ୍ତା ହେବ ଦୋହରୀକରଣ, ନିର୍ମାଣ ହେବ ନୂଆ ଏୟାର ଷ୍ଟ୍ରିପ୍‌

ମହାକାଳପଡ଼ା, ୧୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ-ଜମ୍ବୁ ରାସ୍ତାର ଉନ୍ନତି ଓ ପ୍ରଶସ୍ତୀକରଣ ପ୍ରକଳ୍ପ ନିମନ୍ତେ ମହାକାଳପଡ଼ା ତହସିଲ ଅନ୍ତର୍ଗତ ଦୁଇଟି ଗ୍ରାମ ତଥା ଚଡେଇଗୁଅଁା…

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ଖୋଲୁଛି ସ୍କୁଲ, ଧାର ଚାଉଳରେ ଚାଲିଛି ମଧ୍ୟାହ୍ନ ଭୋଜନ

ଥୁଆମୂଳ ରାମପୁର,୧୯।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି। କେଉଁଠି ଶିକ୍ଷକଙ୍କ ଅଭାବ ତ କେଉଁଠି ମଧ୍ୟାହ୍ନ…

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

କେସିଙ୍ଗା ବ୍ଲକରେ ୧୧ ପରୀକ୍ଷା କେନ୍ଦ୍ର: ମାଟ୍ରିକ ପରୀକ୍ଷା ଦେଉଛନ୍ତି ୧୮୦୭ ଜଣ ପରୀକ୍ଷାର୍ଥୀ

କେସିଙ୍ଗା,୧୯।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୦୭ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri