ଟ୍ରେଣ୍ଡରେ ପଫ୍‌ ସ୍ଲିଭ୍‌ ଫ୍ୟାଶନ

ପଫ୍‌ ସ୍ଲିଭ୍‌ ଟ୍ରେଣ୍ଡର ପୁଣିଥରେ ପ୍ରତ୍ୟାବର୍ତ୍ତନ ହୋଇଛି। ତା’ହେଲେ ଆଉ ଡେରି କାହିଁକି। ଆପଣ ବି ଆପଣଙ୍କ ଓ୍ବାର୍ଡରୋବ୍‌କୁ ଅପ୍‌ଡେଟ୍‌ କରିବାରେ ଲାଗିପଡ଼ନ୍ତୁ ନା। କାରଣ ଏବେ ମାର୍କେଟ୍‌କୁ ଅନେକ ଭେରାଇଟିର ପଫ୍‌ ସ୍ଲିଭ୍‌ ଟପ୍ସ ଓ ଡ୍ରେସ୍‌ ଆସିଗଲାଣି, ଯାହାକୁ ପିନ୍ଧି ମଡର୍ନ ଲୁକ୍‌ ପାଇହେବ…

ପଫ୍‌ ସ୍ଲିଭ୍‌ର ଫ୍ୟାଶନ ମୁଖ୍ୟତଃ ବଙ୍ଗାଳୀ ମହିଳାଙ୍କ ଖୁବ୍‌ ପସନ୍ଦ। ସେମାନେ ଖାସ୍‌ କରି ବ୍ଲାଉଜରେ ଏହି ଡିଜାଇନ କରି ପିନ୍ଧିବାକୁ ଭଲ ପାଇଥାନ୍ତି। କିନ୍ତୁ ଏହି ଟ୍ରେଣ୍ଡ ଧୀରେ ଧୀରେ ଫ୍ୟାଶନ ଓ୍ବାଲର୍‌ଡକୁ ମଧ୍ୟ ପ୍ରବେଶ କଲାଣି, ଯେଉଁଥିପାଇଁ ମାର୍କେଟ୍‌ରେ ଏବେ ଅନେକ ଭେରାଇଟିର ପଫ୍‌ ସ୍ଲିଭ ଡ୍ରେସ୍‌ ଓ ଟପ୍ସ ମିଳିଲାଣି। ତା’ହେଲେ ଆଉ ଡେରି କାହିଁକି, ଆସନ୍ତୁ ଜାଣିବା ପଫ୍‌ ସ୍ଲିଭର କ’ଣ ସବୁ ଲାଟେଷ୍ଟ ଡିଜାଇନ୍‌ ରହିଛି…

ପଫ୍‌ ସ୍ଲିଭ୍‌ କ୍ରପ୍‌ ଟପ୍ସ: ଏହି ଟପ୍ସ ଟିକେ ବ୍ଲାଉଜ୍‌ ଡିଜାଇନ୍‌ ଭଳି ଦେଖାଯାଇଥାଏ। କିନ୍ତୁ ଏହାକୁ ହାଇ ଓ୍ବେଷ୍ଟ ଜିନ୍ସ ସହ ପେୟାର୍‌ କରି ପିନ୍ଧିଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

ଡିଲାଇଟ୍‌ ବଟନ୍‌ ଡାଉନ୍‌: ଏହା ଦେଖିବାକୁ ଏକ ସଲିଡ୍‌ କାଜୁଆଲ୍‌ ଶାର୍ଟ ପରି ହିଁ ଲାଗିଥାଏ। ସେହିପରି ଏଥିରେ ରାଉଣ୍ଡ କଲାର୍‌ ବି ଥାଏ। ମୁଖ୍ୟ କଥା ହେଉଛି, ଏଥିରେ ହୋଇଥିବା ପଫ୍‌ ସ୍ଲିଭ୍‌ ଡିଜାଇନ୍‌ ହିଁ ଏହି ଶାର୍ଟକୁ ଡିଫ୍‌ରେଣ୍ଟ ଲୁକ୍‌ ଦେଇଥାଏ, ଯାହାକୁ ଆପଣ ଚାହିଁଲେ ଓ୍ବାର୍କପ୍ଲେସ୍‌କୁ ମଧ୍ୟ ଆରାମରେ ପିନ୍ଧି ଯାଇପାରିବେ।

ପୋଲ୍‌କା ଡଟ୍‌ ପଫ୍‌ ଟପ୍ସ୍‌: ପୋଲ୍‌କା ଡଟ୍‌ର ଫ୍ୟାଶନ ସବୁବେଳେ ଚାଲିଥାଏ। ଆଉ ଖାସ୍‌ କରି ପଫ୍‌ ସ୍ଲିଭ୍‌ବାଲା ପୋଲକା ଡଟ୍‌ ଟପ୍ସକୁ୍‌ ମ୍ୟାଚିଂ ସ୍କର୍ଟ ସହ ପେୟାର୍‌ କରି ପିନ୍ଧିଲେ ଆଟ୍ରାକ୍ଟିଭ୍‌ ଲୁକ୍‌ ମିଳିଥାଏ। ତା’ସାଙ୍ଗକୁ ଯଦି ଗୋଟିଏ ଟ୍ରେଣ୍ଡି ବ୍ୟାଗ୍‌ ଓ ସନ୍‌ଗ୍ଲାସ୍‌ ହୋଇଗଲା ତା’ହେଲେ ତ ଲୁକ୍‌ ଆହୁରି ସୁନ୍ଦର ଦେଖାଯାଇଥାଏ।

ବୋଟ୍‌ ନେକ୍‌ବାଲା ପଫ୍‌ ଟପ୍ସ: ଯଦି ଆପଣଙ୍କୁ ଲାଟେଷ୍ଟ ଷ୍ଟାଇଲ୍‌ର ଟପ୍ସ ପିନ୍ଧିବା ପସନ୍ଦ, ତା’ହେଲେ ଏହି ଟପ୍ସକୁ ଚୟନ କରନ୍ତୁ। ଏହାର ଡିମାଣ୍ଡ ମାର୍କେଟ୍‌ରେ ଏବେ କାହିଁରେ କେତେ। କାରଣ ଏଥିରେ ହୋଇଥିବା ବୋଟ୍‌ ନେକ୍‌ ସହ ପଫ୍‌ ସ୍ଲିଭ୍‌ ଡିଜାଇନ୍‌ ଏହି ଟପ୍ସକୁ ମଡର୍ନ ଲୁକ୍‌ ଦେଇଥାଏ। ଏହି ଟପ୍ସ ବି ହାଇ ଓ୍ବେଷ୍ଟ ଜିନ୍ସ ସହ ପର୍‌ଫେକ୍ଟ ମ୍ୟାଚ୍‌ କରିଥାଏ।

ପଫ୍‌ ସ୍ଲିଭ୍‌ ଡ୍ରେସ୍‌: ଯଦି କୌଣସି ପୂଜାପାର୍ବଣକୁ ଯିବାର ଥାଏ, ତା’ହେଲେ ଆପଣ ଚାହିଁଲେ ପଫ୍‌ ସ୍ଲିଭ୍‌ ବାଲା ଲଙ୍ଗ୍‌ ଡ୍ରେସ୍‌ ଚୟନ କରିପାରିବେ। ହେଲେ ଧ୍ୟାନ ଦେବେ, ସେହି ଡ୍ରେସ୍‌ ଯେମିତି ବ୍ରାଇଟ୍‌ କଲର୍‌ର ନ ହୋଇ ଲାଇଟ୍‌ କଲର୍‌ର ହୋଇଥିବ।

ପଫ୍‌ ସ୍ଲିଭ୍‌ ଫ୍ରକ୍‌: ପଫ୍‌ ସ୍ଲିଭ୍‌ବାଲା ଫ୍ରକ୍‌ ବି ଟିକେ ଡିଫରେଣ୍ଟ ଲୁକ୍‌ ଦେଇଥାଏ। ଏହାକୁ ଯେକୌଣସି ଅକେଜନ୍‌ରେ ଆପଣ ଟ୍ରାଏ କରିପାରିବେ।

ପଫ୍‌ ସ୍ଲିଭ୍‌ କୁର୍ତ୍ତା: କୁର୍ତ୍ତାରେ ହୋଇଥିବା ପଫ୍‌ ସ୍ଲିଭ୍‌ର ଡିଜାଇନ୍‌ ବି ଟିକେ ଭିନ୍ନ ଲୁକ୍‌ ଦିଏ। ଖାସ୍‌ କରି ଏହାକୁ ପ୍ଲାଜୋ ସହିତ ପେୟାର୍‌ କଲେ ଭଲ ମାନିଥାଏ।

ପଫ୍‌ ସ୍ଲିଭ୍‌ ବ୍ଲାଉଜ୍‌: ଶେଷରେ ପଫ୍‌ ସ୍ଲିଭ୍‌ ବ୍ଲାଉଜ୍‌। ଏହା ବଙ୍ଗାଳୀ ମହିଳାମାନଙ୍କର ଖୁବ୍‌ ପସନ୍ଦ। ହେଲେ ଏବେ ଅନ୍ୟମାନେ ବି ଏହାକୁ ଟ୍ରାଏ କରୁଥିବା ଦେଖିବାକୁ ମିଳୁଛି। ଏ ଷ୍ଟାଇଲ୍‌ର ବ୍ଲାଉଜ୍‌ ସବୁ ଫାବ୍ରିକ୍‌ର ଶାଢ଼ି ସହ ବେଶ୍‌ ଭଲ ମାନିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri