Posted inଜାତୀୟ

ଟ୍ରଷ୍ଟକୁ ନେଇ ତେଜିଲା ରାଜନୀତି

ଅଯୋଧ୍ୟା,୧୬ା୧୧(ଆଇଏଏନ୍‌ଏସ୍‌): ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ତଦାରଖ କରିବାକୁ ଥିବା ଟ୍ରଷ୍ଟ ଗଠନ ଉପରେ ସମସ୍ତଙ୍କର ନଜର ରହିଥିଲାବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ରାୟକୁ ଭଲ ଭାବେ ଅନୁଧ୍ୟାନ କରି ଯଥାଶୀଘ୍ର ପ୍ରସ୍ତାବିତ ଟ୍ରଷ୍ଟର ଗଠନ ନେଇ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇନ, ସ୍ବରାଷ୍ଟ୍ର ଓ ସଂସ୍କୃତି ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରଷ୍ଟରେ ସ୍ଥାନ ପାଇବା ଲାଗି ସନ୍ଥ ଓ ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିବାର ସଙ୍କେତ ମିଳିଲାଣି। ଏହାକୁ ନେଇ ଅଯୋଧ୍ୟାରେ ରାଜନୀତି ଜୋର ଧରିଥିଲାବେଳେ ସନ୍ଥମାନେ ନିଜକୁ ଉପସ୍ଥାପନ କରିବାରେ କୁଣ୍ଠାବୋଧ କରୁନାହାନ୍ତି।
ଏହା ସ୍ପଷ୍ଟ ଯେ, ଯେଉଁମାନେ ଟ୍ରଷ୍ଟରେ ସ୍ଥାନ ପାଇବେ ରାମମନ୍ଦିର ନିର୍ମାଣ ଶ୍ରେୟ ସ୍ବତଃ ସେମାନଙ୍କୁ ମିଳିବ। ରାମ ଜନ୍ମଭୂମି ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ଦାସ୍‌ ନୂତନ ଟ୍ରଷ୍ଟରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ଥିବା ଚର୍ଚ୍ଚା ହେଉଛି। କାରଣ ତାଙ୍କ ନେତୃତ୍ୱରେ ନ୍ୟାସ ୯୦ ଦଶକରୁ ମନ୍ଦିର ଆନ୍ଦୋଳନ ଚଳାଇଥିଲା। ୧୯୯୩ ଜାନୁୟାରୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ସଦସ୍ୟମାନଙ୍କ ଦ୍ୱାରା ଏହି ରାମ ଜନ୍ମଭୂମି ନ୍ୟାସ ଗଠନ ହୋଇଥିଲା। ୨୦୦୩ ପର୍ଯ୍ୟନ୍ତ ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଏହାର ମୁଖ୍ୟ ରହିଥିଲେ। ଉକ୍ତ ଟ୍ରଷ୍ଟ କରସେବକପୁରମ୍‌ରେ ଥିବା କର୍ମଶାଳାର ତଦାରଖ କରୁଥିଲା। ତେଣୁ କେନ୍ଦ୍ର ସରକାର ପ୍ରସ୍ତାବିତ ଟ୍ରଷ୍ଟରେ ଉକ୍ତ ନ୍ୟାସରୁ ପ୍ରତିନିଧିଙ୍କୁ ସାମିଲ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ଏହାବ୍ୟତୀତ ଟ୍ରଷ୍ଟରେ ସାମିଲ ହେବା ପାଇଁ ପୂର୍ବତନ ଭାଜପା ନେତା ରାମବିଳାସ ବେଦାନ୍ତି ଏବଂ ବିନୟ କଟିୟାର ମଧ୍ୟ ସେମାନଙ୍କ ନାଁକୁ ଉପସ୍ଥାପନ କରୁଛନ୍ତି। ମୋଦିଙ୍କର କେତେଜଣ ଖାସ୍‌ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଆଇନଜୀବୀ ମଧ୍ୟ ଟ୍ରଷ୍ଟରେ ସ୍ଥାନ ପାଇପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡିଛି। ୟୁପିର ଜଣେ ବରିଷ୍ଠ ମନ୍ତ୍ରୀ କିମ୍ବା ଭାଜପା ନେତା, ସୁପ୍ରିମକୋର୍ଟର ବିଚାରପତି କିମ୍ବା ବିଦ୍ୱାନଙ୍କୁ ଟ୍ରଷ୍ଟରେ ନିଆଯିବା ସମ୍ଭାବନା ରହିଛି।
ରାମମନ୍ଦିର ନିର୍ମାଣ ଲାଗି ବିଭିନ୍ନ ସଂଗଠନ ଓ ନ୍ୟାସ ଦ୍ୱାରା ସଂଗୃହୀତ ପାଣ୍ଠିକୁ ନେଇ ପ୍ରସ୍ତାବିତ ଟ୍ରଷ୍ଟରେ ସବୁଠୁ ବଡ଼ ବିବାଦ ଦେଖାଦେବା ସମ୍ଭାବନା ରହିଛି। ସର୍ବାଧିକ ପାଣ୍ଠି ଭିଏଚ୍‌ପି ସଂଗ୍ରହ କରିଛି। ମୁଖ୍ୟ ପ୍ରସଙ୍ଗ ହେଉଛି ପାଣ୍ଠି ସଂଗ୍ରହକାରୀମାନେ ଏହାକୁ ନୂଆ ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହେବେ ତ? ଗତ ୨୭ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସଂଗୃହୀତ ହୋଇଛି। ତେବେ ପାଣ୍ଠି ସଂଗ୍ରହ କରିଥିବା ସଂଗଠନଗୁଡିକର ଉପଯୁକ୍ତ ରେକର୍ଡ ନାହିଁ। ତେଣୁ ସଂଗୃହୀତ ପାଣ୍ଠି ପାଇଁ କିଏ ଉତ୍ତରଦାୟୀ ରହିବ ତାହା ଅନ୍ୟ ଏକ ପ୍ରଶ୍ନ। ୧୮ କୋଟି ଟଙ୍କା ରାମ ଜନ୍ମଭୂମି ନ୍ୟାସକୁ ହସ୍ତାନ୍ତର କରାଯାଇଥିବା ରାମଲାଲା ମନ୍ଦିରର ମୁଖ୍ୟ ପୂଜକ ମହନ୍ତ ସତ୍ୟେନ୍ଦ୍ର ଦାସ୍‌ ଦାବି କରୁଥିଲାବେଳେ ଏହାର ହିସାବ କାହା ପାଖରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri