ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ। ସେ କ୍ଷମତାରେ ରହିବେ କି ବହିଷ୍କୃତ ହେବେ ସେ ନିଷ୍ପତ୍ତି ସିନେଟ ନେବ। ମହାଭିଯୋଗ ପ୍ରସ୍ତାବ ଗୃହୀତ ହେବାରେ ଟ୍ରମ୍ପ୍‌ ଆମେରିକା ଇତିହାସରେ ତୃତୀୟ ରାଷ୍ଟ୍ରପତି। କ୍ଷମତାର ଦୁରୁପଯୋଗ ଏବଂ କଂଗ୍ରେସର କାର୍ଯ୍ୟରେ ବାଧା ଦେଇଥିବା ନେଇ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। କ୍ଷମତାର ଅପବ୍ୟବହାର ଅଭିଯୋଗ ଉପରେ ଟ୍ରମ୍ପଙ୍କ ବିରୋଧରେ ୨୩୦ ଭୋଟ ପଡିଥିବାବେଳେ ସପକ୍ଷରେ ୧୯୭ ଭୋଟ ଯାଇଥିଲା। ସେହିପରି କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଟ୍ରମ୍ପ୍‌ଙ୍କ ବିରୋଧରେ ୨୨୯ ଓ ସପକ୍ଷରେ ୧୯୮ ଭୋଟ ମିଳିଥିଲା।
ମହାଭିଯୋଗ ଅଣାଯିବା ଆମେରିକା ଇତିହାସରେ ଅତ୍ୟନ୍ତ ଲଜ୍ଜାଜନକ ରାଜନୈତିକ ଅଧ୍ୟାୟ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ପ୍ରତିନିଧି ସଭାରେ ୪ ଭାରତୀୟ ଡେମୋକ୍ରାଟ ସଦସ୍ୟ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ। ଏବେ ଏହି ମହାଭିଯୋଗ ସିନେଟକୁ ପଠାଯିବ, ଯେଉଁଠି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହାର ବିଚାର କରାଯିବ। ତେବେ ୨୪୩ ବର୍ଷର ଆମେରିକା ଇତିହାସରେ କୌଣସି ରାଷ୍ଟ୍ରପତି ମହାଭିଯୋଗରେ ବିତାଡ଼ିତ ହୋଇନାହାନ୍ତି। କାରଣ ତାଙ୍କୁ ବହିଷ୍କାର କରିବାକୁ ହେଲେ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଦୁଇତୃତୀୟାଂଶ ସଂଖ୍ୟାଗରିଷ୍ଠତାର ଆବଶ୍ୟକତା ରହିଛି। ସିନେଟରେ ଶାସକ ରିପବ୍ଲିକାନ ଦଳର ସଂଖ୍ୟାଗରିଷ୍ଠତା ଥିବାରୁ ଟ୍ରମ୍ପ୍‌ଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ପାରିବନି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଆସନ୍ତା ବର୍ଷ ପ୍ରଥମ ଭାଗରେ ସିନେଟରେ ମହାଭିଯୋଗର ବିଚାର ହେବ ବୋଲି ସଂଖ୍ୟାଗରିଷ୍ଠ ନେତା ମିଚ୍‌ ମାକ୍‌ନେଲ କହିଛନ୍ତି। ଯଦି ଆମେ କାର୍ଯ୍ୟାନୁଷ୍ଠାନ ନ ନେଉ ତେବେ ଏହାକୁ କର୍ତ୍ତବ୍ୟରେ ଅବହେଳା କୁହାଯିବ। ରାଷ୍ଟ୍ରପତିଙ୍କ ଦାୟିତ୍ୱହୀନ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯିବା ଜରୁରୀ ଥିଲା ବୋଲି ଡେମୋକ୍ରାଟିକ୍‌ ନେତା ତଥା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି କହିଛନ୍ତି। ଏହା ଏକ ଜରୁରୀ କାର୍ଯ୍ୟ, କାରଣ ସେମାନେ ୨୦୨୦ ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହାନ୍ତି ବୋଲି ରିପବ୍ଲିକାନ ସଦସ୍ୟ ଜିମ୍‌ ସେନ୍‌ସେନ୍‌ ବ୍ରେନର କହିଛନ୍ତି। ଟ୍ରମ୍ପ୍‌ କ୍ଷମତାର ଦୁରୁପଯୋଗ କରି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ସହ କଂଗ୍ରେସର କାର୍ଯ୍ୟରେ ବାଧା ଆଣିଥିଲେ। ସେ ନିର୍ବାଚନ ଏବଂ ଜାତୀୟ ସୁରକ୍ଷା ସହ ସାଲିସ କରିଥିଲେ ବୋଲି ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି କହିଛନ୍ତି।
ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଟ୍ରମ୍ପ୍‌ ଆଉ ୪ ବର୍ଷ କ୍ଷମତାରେ ରହିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେ କୌଣସି ଭୁଲ୍‌ କରିନାହାନ୍ତି। ବାଚସ୍ପତି ପେଲୋସି ତାଙ୍କ ବିରୋଧରେ ଆଣିଥିବା ମହାଭିଯୋଗ ତଦନ୍ତ ଏକ ଚକ୍ରାନ୍ତ ବୋଲି ଟ୍ରମ୍ପ୍‌ କହିଥିଲେ। ପ୍ରଥମ ଦିନରୁ ହିଁ ଡେମୋକ୍ରାଟ ସଦସ୍ୟମାନେ ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଉଦ୍ୟମ ଚଳାଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି। ମହାଭିଯୋଗ ଆଲୋଚନା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍‌ ବାଚସ୍ପତି ନାନ୍ସି ପେଲୋସିଙ୍କୁ ପତ୍ର ଲେଖି ଏଥିରୁ ବିରତ ରହିବାକୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରତିନିଧି ସଭାର ନ୍ୟାୟିକ କମିଟି ଟ୍ରମ୍ପ୍‌ଙ୍କ ବିରୋଧରେ ଦୁଇଟି ଅଭିଯୋଗକୁ ଅନୁମୋଦନ କରିଥିଲା। ପ୍ରଥମ ଅଭିଯୋଗ ହେଲା ଟ୍ରମ୍ପ୍‌ ଆଗାମୀ ନିର୍ବାଚନରେ ତାଙ୍କ ଡେମୋକ୍ରାଟ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବା ଲାଗି ୟୁକ୍ରେନ୍‌ ଉପରେ ଚାପ ପକାଇଥିଲେ। ଦ୍ୱିତୀୟଟି ହେଲା କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିବା। ମହାଭିଯୋଗ ତଦନ୍ତରେ ଟ୍ରମ୍ପ୍‌ ଗୃହକୁ ସହଯୋଗ କରୁ ନ ଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri