ଟ୍ରମ୍ପଙ୍କ ଶୋଚନୀୟ ପରାଜୟ ଘଟିବ

ଓ୍ବାଶିଂଟନ,୨୩ା୫: ଅଣାୟତ୍ତ କରୋନା ସଙ୍କଟ ଏବଂ ଅର୍ଥନୈତକ ଅବନତି ଯୋଗୁ ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଐତିହାସିକ ପରାଜୟ ଘଟିବ। ଆମେରିକାର ଏକ ନିର୍ବାଚନ ମଡେଲ ଏଭଳି ଆକଳନ କରିଛି। ବେରୋଜଗାରୀ, ବ୍ୟୟ ଯୋଗ୍ୟ ଆୟ, ମୁଦ୍ରାସ୍ଫୀତିକୁ ଆଧାରକରି ଅକ୍ସଫୋର୍ଡର ଅର୍ଥଶାସ୍ତ୍ରୀମାନେ ଏକ ମଡେଲ ଜରିଆରେ ନିର୍ବାଚନ ଫଳାଫଳର ପୂର୍ବାନୁମାନ କରିଛନ୍ତି। ତଦନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଶୋଚନୀୟ ପରାଜୟ ଘଟିବ। ସେ ମାତ୍ର ୩୫% ଭୋଟ ପାଇବେ ବୋଲି ଗଣମାଧ୍ୟମ ସଂସ୍ଥା ସିଏନ୍‌ଏନ୍‌ ରିପୋର୍ଟରୁ ଜଣାପଡ଼ିଛି।
କରୋନା ଭାଇରସ୍‌ର ପ୍ରକୋପରେ ଆମେରିକାରେ ପ୍ରାୟ ୧୬ ଲକ୍ଷ ୪୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୯୭ହଜାରରୁ ଊର୍ଦ୍ଧ୍ୱ ଜୀବନ ଗଲାଣି। ଏହି ସଙ୍କଟ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଖରାପ ହୋଇପଡ଼ିଛି, ଯାହାକି ଟ୍ରମ୍ପ୍‌ଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। କହିବାକୁ ଗଲେ କରୋନା ସଂକ୍ରମଣ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଦେଇଛି। କାରଣ କରୋନା ପ୍ରକୋପ ପୂର୍ବରୁ କରାଯାଇଥିବା ଏକ ଅଧ୍ୟୟନରେ ଟ୍ରମ୍ପଙ୍କୁ ୫୫ ପ୍ରତିଶତ ଭୋଟ ମିଳିବ ବୋଲି ଆକଳନ କରାଯାଇଥିଲା। ସୂଚନାଥାଉ କି ୧୯୪୮ରୁ ବର୍ତ୍ତମାନ ଯାଏ ଅର୍ଥାତ୍‌ ଗତ ୧୮ଟି ରାଷ୍ଟ୍ରପତି ନିର୍ବାଚନର ବିଜେତାଙ୍କ ସମ୍ପର୍କରେ ଏହି ମଡେଲ କରିଥିବା ଭବିଷ୍ୟବାଣୀ ମଧ୍ୟରୁ ୧୬ଟି ଠିକ୍‌ ସାବ୍ୟସ୍ତ ହୋଇଛି। କେବଳ ୧୯୬୮ ଏବଂ ୧୯୭୬ରେ ଏହାର ପୂର୍ବାନୁମାନ ବିଫଳ ହୋଇଥିଲା।
ଅକ୍ସଫୋର୍ଡ ଅର୍ଥନୀତିଜ୍ଞ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଜିତିଲେ ତାହା ଏକ ଚମତ୍କାର ହେବ। କିନ୍ତୁ କରୋନା ଭାଇରସ୍‌ ଯୋଗୁ ଏପରି କୌଣସି ମ୍ୟାଜିକ ଘଟିବା ସମ୍ଭାବନା ନାହିଁ। ଦେଶର ଖରାପ ଆର୍ଥିକ ପୃଷ୍ଠଭୂମି ଯୋଗୁ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ନିର୍ବାଚନ ସମୟରେ ମଧ୍ୟ ଏଭଳି ସ୍ଥିତି ଜାରି ରହିବ। ଫଳରେ ନଭେମ୍ବରରେ ଟ୍ରମ୍ପ୍‌ଙ୍କ ସାମ୍ନାରେ ଘୋର ଆର୍ଥିକ ମାନ୍ଦାବସ୍ଥା ପ୍ରତିବନ୍ଧକ ସାଜିବ ବୋଲି ଅକ୍ସଫୋର୍ଡ ଅର୍ଥଶାସ୍ତ୍ରୀମାନେ କହିଛନ୍ତି। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ୬ ମାସ ମଧ୍ୟରେ ମହାମାରୀର ସ୍ଥିତି ଉପରେ ନିର୍ବାଚନ ଫଳାଫଳ ନିର୍ଭର କରିବ।
ଆମେରିକାର ମୁଖ୍ୟ ରଣନୀତିଜ୍ଞ ଗ୍ରେଗ୍‌ ଭାଲିଅର୍‌ ସିଏନ୍‌ଏନ୍‌କୁ କହିଛନ୍ତି, ସଂକ୍ରମଣ ବୃଦ୍ଧିପାଇଲେ ଲୋକେ ଭାବିବେ ଯେ, ଟ୍ରମ୍ପ୍‌ ଖୁବ୍‌ଶୀଘ୍ର ଦେଶକୁ ଖୋଲିଦେଇଛନ୍ତି। କିନ୍ତୁ ନୂଆ ସଂକ୍ରମଣ ହ୍ରାସ ପାଇଲେ ଟ୍ରମ୍ପଙ୍କୁ କିଛି ଶ୍ରେୟ ମିଳିବ ବୋଲି ଗ୍ରେଗ୍‌ କହିଛନ୍ତି। ଅବଶ୍ୟ ଟ୍ରମ୍ପଙ୍କ ହାତରେ ପ୍ରାୟ ୬ ମାସ ସମୟ ରହିଛି। ଫଳରେ ସେ ଜୋ ବିଡେନ୍‌ଙ୍କ ବିରୋଧରେ ପ୍ରଚାର ଅଭିଯାନକୁ ସକ୍ରିୟ କରିବା ସହ କରୋନା ଭାଇରସ୍‌ ଜନିତ ସମସ୍ୟା ପାଇଁ ଚାଇନା ଉପରେ ଦୋଷ ଲଦିବାକୁ ସୁଯୋଗ ପାଇବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କିନ୍ତୁ ମଡେଲ କରିଥିବା ପୂର୍ବାନୁମାନ ପ୍ରାୟତଃ ଠିକ୍‌ ରହୁଥିବାରୁ ଟ୍ରମ୍ପଙ୍କ ପାଇଁ ଚିନ୍ତାଜନକ ସ୍ଥିତି ସୃଷ୍ଟି ହେବା ନିଶ୍ଚିତ। ଅନ୍ୟପକ୍ଷରେ ଗ୍ରେଗ୍‌ କହିଛନ୍ତି ଯେ, ପାରମ୍ପରିକ ମଡେଲ ସ୍ବାଭାବିକ ସମୟରେ କାର୍ଯ୍ୟ କରିଥାଏ। ହେଲେ ଆମେ ବର୍ତ୍ତମାନ ସ୍ବାଭାବିକ ସମୟରେ ରହିନାହୁଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri