ଟୋଲ୍‌ଗେଟ୍‌ରେ ଆଉ ଅପେକ୍ଷା କରିବାକୁ ପଡ଼ିବନି: ଆଜିଠୁ ଫାଷ୍ଟାଗ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଟୋଲ୍‌ଗେଟ୍‌ରେ ଟିକସ ଦେବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ। ଫାଷ୍ଟାଗ୍‌ ଜରିଆରେ ଗାଡି ଚାଳକ ଟୋଲ ଟିକସ ଭରିପାରିବେ । ରବିବାରଠାରୁ ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଲାଗୁ କରାଯିବ। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଏ ନେଇ ଘୋଷଣା କରାଯାଇଥିଲା। ୨୦୧୯ ଡିସେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥାଆନ୍ତା। ମାତ୍ର ଆନୁଷଙ୍ଗିକ ଭିତ୍ତିଭୂମି କରାଯାଇ ପାରି ନ ଥିବାରୁ ଏହାକୁ ଡିସେମ୍ବର ୧୫ ତାରିଖରେ ଲାଗୁ କରିବାକୁ ଘୋଷଣା କରାଯାଇଥିଲା। ଓଡିଶାରେ ଜାତୀୟ ରାଜପଥର ୧୧ଟି ଟୋଲଗେଟରେ ମଧ୍ୟ ଏହି ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ କରାଯିବ। ସେହି ଟୋଲଗେଟଗୁଡିକ ହେଲା ୨୧୫ ଜାତୀୟ ରାଜପଥର ପାଣିକୋଇଲିଠାରୁ ରାମୁଳି ମଧ୍ୟରେ ଥିବା ବନଯୋଡି(ପଦ୍ମପୁର), ୬ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବରଗଡ, ୧୬ ନମ୍ବର ଜାତୀୟ ରାଜପଥର ଗୁଡିପଡା, ୧୬ ନମ୍ବର ଜାତୀୟ ରାଜପଥର ଗୁରାପାଲି, ୨୧୫ ନମ୍ବର ଜାତୀୟ ରାଜପଥର ହସନପୁର, ୨୧୫ ଜାତୀୟ ରାଜପଥର ଖଣ୍ଟାଘର, ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି, ୧୬ ନମ୍ବର ଜାତୀୟ ରାଜପଥର ସେରଗଡ, ଜାତୀୟ ରାଜପଥ ୫-ଏ’ର ଶ୍ରୀରାମପୁର, ଏନ୍‌ଏଚ୍‌-୧୬ର ମଙ୍ଗୁଳି ଏବଂ ଏନ୍‌ଏଚ୍‌-୩୧୬ର ପାଟଶାଣୀପୁର(ପିପିଲି)।

ଫାଷ୍ଟାଗ୍‌ ହେଉଛି ଏକ ପ୍ରି-ପେଡ୍‌ ଟାଗ୍‌। ଏହି ଟାଗ୍‌ ଗାଡିର ଆଗ କାଚ(ଓ୍ବିଣ୍ଡୋ ସ୍କ୍ରିନ)ରେ ଲାଗିବ। ଟୋଲ ପ୍ଲାଜା ଦେଇ ଗାଡି ଅତିକ୍ରମ କରିବା ମାତ୍ରେ ଟିକସ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ଫଳରେ ଯାନବାହନ ଚାଳକମାନଙ୍କୁ ଟିକସ ଦେବା ଲାଗି ଅଟକିବାକୁ ପଡିବ ନାହିଁ। ଏଥିପାଇଁ ଏକ ସ୍ବତନ୍ତ୍ର ଲାଇନ ରହିବ। ସେହି ଲାଇନକୁ ବିନା ଫାଷ୍ଟାଗ୍‌ ଗାଡି ପ୍ରବେଶ କଲେ ତାଙ୍କୁ ଟିକସର ଦୁଇଗୁଣା ଦେବାକୁ ପଡିବ। ଟାଗ୍‌ ଲଗାଇବାକୁ ଗାଡି ମାଲିକମାନଙ୍କୁ ବହୁ ସମୟ ଦିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଟୋଲ ପ୍ଲାଜାର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏ ଲାଇନ ଫାଷ୍ଟାଗ୍‌ଧାରୀମାନଙ୍କ ପାଇଁ ରହିବ। ଦେଶର ସମସ୍ତ ଟୋଲଗେଟଗୁଡିକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଟୋଲ ଆଦାୟ ବ୍ୟବସ୍ଥା କରାଯାଇଛି। ଫାଷ୍ଟାଗ୍‌ ବିଷୟରେ ସମସ୍ତ ସୂଚନା ଦେବା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ମାଇଁ ଫାଷ୍ଟାଗ୍‌ ଆପ୍‌ କରାଯାଇଛି। ଏପରି କି ଏହି ଆପ୍‌ ଜରିଆରେ ପିଓଏସ୍‌, ଚାର୍ଜ କରିବା ସ୍ଥାନ ଓ ଏନ୍‌ଏଚ୍‌ଏଆଇ ସହ ଲିଙ୍କ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଦି ବିଷୟରେ ଜଣାଇ ଦିଆଯିବ। ଫାଷ୍ଟାଗ୍‌ ଯୋଗାଇ ଦେବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଡିସେମ୍ବର ୧୫ ଯାଏ ବ୍ୟବସ୍ଥା ହୋଇଥିଲା। ଟୋଲ ପ୍ଲାଜାଗୁଡିକରେ ଦୀର୍ଘ ସମୟ ଧରି ଯାନବାହନଗୁଡିକୁ ଅପେକ୍ଷା କରିବାକୁ ପଡୁଥିଲା। ବାୟୁପ୍ରଦୂଷଣ ସାଙ୍ଗକୁ ଟ୍ରାଫିକ ସମସ୍ୟା ମଧ୍ୟ ବଢି ଯାଉଥିଲା। ଟୋଲ ଆଦାୟ ପାଇଁ ମଧ୍ୟ ଗାଡିଗୁଡିକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଥିଲେ। ଦେଶର ୫୩୭ଟି ଟୋଲ ପ୍ଲାଜାରେ ଇଲେକ୍ଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଟୋଲ ଟିକସ ଆଦାୟରେ ସ୍ବଚ୍ଛତା ରକ୍ଷା କରାଯାଇପାରିବ। ଟିକସ ବାଟମାରଣାକୁ ରୋକାଯାଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ୍‌ ଏବଂ ୟୁନିଫାଏଡ୍‌ ପେମେଣ୍ଟ ବ୍ୟବସ୍ଥା ଜରିଆରେ ଫାଷ୍ଟାଗ୍‌ ରିଚାର୍ଜ କରାଯାଇପାରିବ। ଏଥିସହିତ ଫାଷ୍ଟାଗ୍‌ ବିଷୟରେ ଜାଣିବା ପାଇଁ ଉପଭୋକ୍ତାମାନେ ଟୋଲ ଫ୍ରି ନମ୍ବର ୧୦୩୩କୁ କଲ କରି ଜାଣି ପାରିବେ। ନିକଟସ୍ଥ ଏସ୍‌ବିଆଇ, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ ବ୍ୟାଙ୍କ ସମେତ ୨୨ଟି ବ୍ୟାଙ୍କ ଶାଖାରୁ ଫାଷ୍ଟାଗ୍‌ ଚିପ୍‌ ମିଳିପାରିବ। ୧୦୦ ଟଙ୍କା ଦେଇ ଫାଷ୍ଟାଗ୍‌ କ୍ରୟ କରାଯାଇପାରିବ। ଟୋଲଗେଟରେ ଡିଜିଟାଲ ଦେୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶନିବାର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଗାଡି ଚାଳକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଫାଷ୍ଟାଗ୍‌ ଲେନ ୨୫ ପ୍ରତିଶତରୁ ଅଧିକ ହେବ ନାହିଁ। ଏହି ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ଦିନ ସମୀକ୍ଷା କରାଯାଇ ଏକ ରିପୋର୍ଟ ମନ୍ତ୍ରଣାଳୟକୁ ପଠାଇବାକୁ କୁହାଯାଇଛି। ଆସନ୍ତା ୩୦ ଦିନ ଯାଏ ଅସ୍ଥାୟୀ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଅବଧି ପରେ ଟୋଲ ପ୍ଲାଜାର ୭୫% ଲେନକୁ ଫାଷ୍ଟାଗ୍‌ ଲେନରେ ପରିଣତ କରିବା ସକାଶେ ଆବଶ୍ୟକ ପଦାକ୍ଷପ ନେବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri