ଟୋଲ୍‌ଗେଟ୍‌ରେ ଆଉ ଅପେକ୍ଷା କରିବାକୁ ପଡ଼ିବନି: ଆଜିଠୁ ଫାଷ୍ଟାଗ୍‌ ବ୍ୟବସ୍ଥା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଟୋଲ୍‌ଗେଟ୍‌ରେ ଟିକସ ଦେବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡିବନାହିଁ। ଫାଷ୍ଟାଗ୍‌ ଜରିଆରେ ଗାଡି ଚାଳକ ଟୋଲ ଟିକସ ଭରିପାରିବେ । ରବିବାରଠାରୁ ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଲାଗୁ କରାଯିବ। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଏ ନେଇ ଘୋଷଣା କରାଯାଇଥିଲା। ୨୦୧୯ ଡିସେମ୍ବର ୧ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହୋଇଥାଆନ୍ତା। ମାତ୍ର ଆନୁଷଙ୍ଗିକ ଭିତ୍ତିଭୂମି କରାଯାଇ ପାରି ନ ଥିବାରୁ ଏହାକୁ ଡିସେମ୍ବର ୧୫ ତାରିଖରେ ଲାଗୁ କରିବାକୁ ଘୋଷଣା କରାଯାଇଥିଲା। ଓଡିଶାରେ ଜାତୀୟ ରାଜପଥର ୧୧ଟି ଟୋଲଗେଟରେ ମଧ୍ୟ ଏହି ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ କରାଯିବ। ସେହି ଟୋଲଗେଟଗୁଡିକ ହେଲା ୨୧୫ ଜାତୀୟ ରାଜପଥର ପାଣିକୋଇଲିଠାରୁ ରାମୁଳି ମଧ୍ୟରେ ଥିବା ବନଯୋଡି(ପଦ୍ମପୁର), ୬ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଓ ବରଗଡ ମଧ୍ୟରେ ଥିବା ବରଗଡ, ୧୬ ନମ୍ବର ଜାତୀୟ ରାଜପଥର ଗୁଡିପଡା, ୧୬ ନମ୍ବର ଜାତୀୟ ରାଜପଥର ଗୁରାପାଲି, ୨୧୫ ନମ୍ବର ଜାତୀୟ ରାଜପଥର ହସନପୁର, ୨୧୫ ଜାତୀୟ ରାଜପଥର ଖଣ୍ଟାଘର, ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି, ୧୬ ନମ୍ବର ଜାତୀୟ ରାଜପଥର ସେରଗଡ, ଜାତୀୟ ରାଜପଥ ୫-ଏ’ର ଶ୍ରୀରାମପୁର, ଏନ୍‌ଏଚ୍‌-୧୬ର ମଙ୍ଗୁଳି ଏବଂ ଏନ୍‌ଏଚ୍‌-୩୧୬ର ପାଟଶାଣୀପୁର(ପିପିଲି)।

ଫାଷ୍ଟାଗ୍‌ ହେଉଛି ଏକ ପ୍ରି-ପେଡ୍‌ ଟାଗ୍‌। ଏହି ଟାଗ୍‌ ଗାଡିର ଆଗ କାଚ(ଓ୍ବିଣ୍ଡୋ ସ୍କ୍ରିନ)ରେ ଲାଗିବ। ଟୋଲ ପ୍ଲାଜା ଦେଇ ଗାଡି ଅତିକ୍ରମ କରିବା ମାତ୍ରେ ଟିକସ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ। ଫଳରେ ଯାନବାହନ ଚାଳକମାନଙ୍କୁ ଟିକସ ଦେବା ଲାଗି ଅଟକିବାକୁ ପଡିବ ନାହିଁ। ଏଥିପାଇଁ ଏକ ସ୍ବତନ୍ତ୍ର ଲାଇନ ରହିବ। ସେହି ଲାଇନକୁ ବିନା ଫାଷ୍ଟାଗ୍‌ ଗାଡି ପ୍ରବେଶ କଲେ ତାଙ୍କୁ ଟିକସର ଦୁଇଗୁଣା ଦେବାକୁ ପଡିବ। ଟାଗ୍‌ ଲଗାଇବାକୁ ଗାଡି ମାଲିକମାନଙ୍କୁ ବହୁ ସମୟ ଦିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଟୋଲ ପ୍ଲାଜାର ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏ ଲାଇନ ଫାଷ୍ଟାଗ୍‌ଧାରୀମାନଙ୍କ ପାଇଁ ରହିବ। ଦେଶର ସମସ୍ତ ଟୋଲଗେଟଗୁଡିକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଟୋଲ ଆଦାୟ ବ୍ୟବସ୍ଥା କରାଯାଇଛି। ଫାଷ୍ଟାଗ୍‌ ବିଷୟରେ ସମସ୍ତ ସୂଚନା ଦେବା ପାଇଁ ଏନ୍‌ଏଚ୍‌ଏଆଇ ପକ୍ଷରୁ ମାଇଁ ଫାଷ୍ଟାଗ୍‌ ଆପ୍‌ କରାଯାଇଛି। ଏପରି କି ଏହି ଆପ୍‌ ଜରିଆରେ ପିଓଏସ୍‌, ଚାର୍ଜ କରିବା ସ୍ଥାନ ଓ ଏନ୍‌ଏଚ୍‌ଏଆଇ ସହ ଲିଙ୍କ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଆଦି ବିଷୟରେ ଜଣାଇ ଦିଆଯିବ। ଫାଷ୍ଟାଗ୍‌ ଯୋଗାଇ ଦେବାକୁ ଏନ୍‌ଏଚ୍‌ଏଆଇ ପକ୍ଷରୁ ଡିସେମ୍ବର ୧୫ ଯାଏ ବ୍ୟବସ୍ଥା ହୋଇଥିଲା। ଟୋଲ ପ୍ଲାଜାଗୁଡିକରେ ଦୀର୍ଘ ସମୟ ଧରି ଯାନବାହନଗୁଡିକୁ ଅପେକ୍ଷା କରିବାକୁ ପଡୁଥିଲା। ବାୟୁପ୍ରଦୂଷଣ ସାଙ୍ଗକୁ ଟ୍ରାଫିକ ସମସ୍ୟା ମଧ୍ୟ ବଢି ଯାଉଥିଲା। ଟୋଲ ଆଦାୟ ପାଇଁ ମଧ୍ୟ ଗାଡିଗୁଡିକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହୁଥିଲେ। ଦେଶର ୫୩୭ଟି ଟୋଲ ପ୍ଲାଜାରେ ଇଲେକ୍ଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଟୋଲ ଟିକସ ଆଦାୟରେ ସ୍ବଚ୍ଛତା ରକ୍ଷା କରାଯାଇପାରିବ। ଟିକସ ବାଟମାରଣାକୁ ରୋକାଯାଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ୍‌ ଏବଂ ୟୁନିଫାଏଡ୍‌ ପେମେଣ୍ଟ ବ୍ୟବସ୍ଥା ଜରିଆରେ ଫାଷ୍ଟାଗ୍‌ ରିଚାର୍ଜ କରାଯାଇପାରିବ। ଏଥିସହିତ ଫାଷ୍ଟାଗ୍‌ ବିଷୟରେ ଜାଣିବା ପାଇଁ ଉପଭୋକ୍ତାମାନେ ଟୋଲ ଫ୍ରି ନମ୍ବର ୧୦୩୩କୁ କଲ କରି ଜାଣି ପାରିବେ। ନିକଟସ୍ଥ ଏସ୍‌ବିଆଇ, ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ ବ୍ୟାଙ୍କ ସମେତ ୨୨ଟି ବ୍ୟାଙ୍କ ଶାଖାରୁ ଫାଷ୍ଟାଗ୍‌ ଚିପ୍‌ ମିଳିପାରିବ। ୧୦୦ ଟଙ୍କା ଦେଇ ଫାଷ୍ଟାଗ୍‌ କ୍ରୟ କରାଯାଇପାରିବ। ଟୋଲଗେଟରେ ଡିଜିଟାଲ ଦେୟ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଶନିବାର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ଗାଡି ଚାଳକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଫାଷ୍ଟାଗ୍‌ ଲେନ ୨୫ ପ୍ରତିଶତରୁ ଅଧିକ ହେବ ନାହିଁ। ଏହି ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ପ୍ରତ୍ୟେକ ଦିନ ସମୀକ୍ଷା କରାଯାଇ ଏକ ରିପୋର୍ଟ ମନ୍ତ୍ରଣାଳୟକୁ ପଠାଇବାକୁ କୁହାଯାଇଛି। ଆସନ୍ତା ୩୦ ଦିନ ଯାଏ ଅସ୍ଥାୟୀ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏହି ଅବଧି ପରେ ଟୋଲ ପ୍ଲାଜାର ୭୫% ଲେନକୁ ଫାଷ୍ଟାଗ୍‌ ଲେନରେ ପରିଣତ କରିବା ସକାଶେ ଆବଶ୍ୟକ ପଦାକ୍ଷପ ନେବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri