ଟୋଲ ଆଦାୟ ନେଇ କୁହୁଳୁଛି ଅସନ୍ତୋଷ

କେନ୍ଦୁଝର, ୨୬ା୮(ଡି.ଏନ.ଏ.)-ଜାତୀୟ ରାଜପଥ ୨୦ ସମ୍ପ୍ରସାରଣ କାର୍ଯ୍ୟ ଏକ ଠିକା କମ୍ପାନୀକୁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚୁକ୍ତିନାମା କରାଯାଇ ନୂତନ ଭାବେ ନିର୍ମାଣ ପାଇଁ ଦିଆଯାଇଥିଲା। ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ୧୬୬.୧୭୩ କି.ମି. ରାସ୍ତା ବୋଲି ଜଣାଯାଇଛି। ତେବେ ରାସ୍ତା ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ୨୦୧୭ ଅଗଷ୍ଟରେ କେନ୍ଦୁଝର ଜିଲାରେ ତିନୋଟି ସ୍ଥାନ ଆନନ୍ଦପୁର ଉପକଣ୍ଠ ହସନପୁର, କେନ୍ଦୁଝର ଉପକଣ୍ଠ ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ଓ ବନାଯୋଡିଠାରେ ତିନୋଟି ଟୋଲଗେଟ ସ୍ଥାପନ କରାଯାଇ ଟୋଲ ଆଦାୟ ଆରମ୍ଭ କରାଯାଇଥିଲା। ଏହି ଟୋଲ ଆଦାୟ ପାଇଁ ସାଇ ମା’ ତାରିଣୀ ଟୋଲୱେଜ ଲିମିଟେଡ ନାମକ କମ୍ପାନୀ ୨୪ବର୍ଷ ପର୍ଯ୍ୟନ୍ତ ଟୋଲ ଆଦାୟ କରିବାର ଚୁକ୍ତିନାମା କରିଛି।
ତିନୋଟି ଯାକ ଟୋଲଗେଟରେ ବିଭିନ୍ନ ଗାଡି ନିମନ୍ତେ ଭିନ୍ନ ଭିନ୍ନ ଦରରେ ଟୋଲ ଆଦାୟ କରାଯାଉଛି। ତେବେ ରାସ୍ତା ସମ୍ପୂର୍ଣ୍ଣ କରା ନ ଯାଇ ଟୋଲ ଆଦାୟ କରାଯାଉଥିବାରୁ ଜିଲାର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢିବାକୁ ଲାଗିଛି। ଏହାକୁ ନେଇ ଅନେକ ଫୋରମରେ ଆଲୋଚନା, ବିତର୍କ ପ୍ରଭୃତି ହେଉଥିବାବେଳେ ଅତୀତରେ ଟୋଲଗେଟକୁ ବିରୋଧ କରି ଆନ୍ଦୋଳନମାନ ହୋଇଛି। ତେବେ ଟୋଲ ଆଦାୟକୁ ବନ୍ଦ କରାଯାଇପାରିନାହିଁ। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ସହ ଯୋଗାଯୋଗ କରିବାରୁ ଚୁକ୍ତିନାମା ଅନୁଯାୟୀ ଧାରା ୧୪ର ୩.୨ ଉପଧାରା ଅନୁସାରେ ୭୫ ପ୍ରତିଶତ ରାସ୍ତା ସମ୍ପୂର୍ଣ୍ଣ ହୋଇଥିଲେ ଟୋଲ ଆଦାୟ କରିବାର ନିୟମ ରହିଛି କିନ୍ତୁ ଅନ୍ୟପକ୍ଷେ ବାକିଥିବା କାର୍ଯ୍ୟ ୯୦ଦିନ ମଧ୍ୟରେ ଶେଷ କରିବାର ନିୟମ ଥିଲେ ବି ଇତିମଧ୍ୟରେ ଦୁଇବର୍ଷ ବିତିଗଲାଣି ବର୍ତ୍ତମାନ ସୁଦ୍ଧା ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି। ରାସ୍ତା କାର୍ଯ୍ୟ ବିଓଟି ସ୍କିମରେ ତିଆରି ହେଉଛି। ଇତିମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ୨୦ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ନେଇଥିବା ଠିକା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଟୋଲଗେଟ ଉଚ୍ଛେଦ ପାଇଁ ବିଭିନ୍ନ ରାଜନୈତିକ ଦଳ,ବ୍ୟକ୍ତିବିଶେଷ ଓ ବିଭିନ୍ନ ଫୋରମ ପକ୍ଷରୁ ଅନେକ ସମୟରେ ଦାବି ହେଉଥିଲେ ବି ପ୍ରଶାସନ କିମ୍ବା ସରକାର ନୀରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଟୋଲଗେଟ ଉଚ୍ଛେଦକୁ ନେଇ ପ୍ରଶାସନର ଭୂମିକା ସ୍ପଷ୍ଟ ହେଉ ନ ଥିବା ମଧ୍ୟ ଅନେକ ଅନୁଷ୍ଠାନ ପକ୍ଷରୁ ଅଭିଯୋଗ ହେଉଛି। ଦୁଇଟି ଟୋଲଗେଟ ଦୂରତା ୬୦କି.ମି. ହେବାର ଥିଲେ ବି ଖଣ୍ଟଘର ଓ ବନାଯୋଡି ଟୋଲଗେଟ ମଧ୍ୟରେ ଦୂରତା ୬୦କି.ମି.ରୁ କମ୍‌ ହୋଇଥିବାବେଳେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ଉଠୁଛି। ଏହାର ଠିିକ୍‌ ଉତ୍ତର ଜାତୀୟ ରାଜପଥ ପ୍ରାଧିକରଣ କିମ୍ବା ପ୍ରଶାସନ ଦେଇପାରୁନାହାନ୍ତି। ଏହାର ନିୟମକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଟୋଲଗେଟକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ବିସ୍ଫୋରଣମୁଖୀ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri