ଟୋକନ ବ୍ୟବସ୍ଥାକୁ ଚାଷୀଙ୍କ ବିରୋଧ ପ୍ରସଙ୍ଗ: ଧାନକିଣା ନେଇ ଗୃହରେ ହୋହଲ୍ଲା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଧାନ କିଣା ପାଇଁ ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ନେଇ ବରଗଡ଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର ଆଦି ଜିଲାରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀଙ୍କ ଠାରୁ ଧାନ କିଣା ଯାଉ ନାହିଁ। ନଭେମ୍ବର ୧୫ରୁ ଧାନ କିଣା ହେବା କଥା, ୩ ଦିନ ହେଲାଣି ଧାନ କିଣାଯାଇ ନାହିଁ। ମଣ୍ଡି ଖୋଲିବା ଆଗରୁ ଦଲାଲ ଓ ମିଲମାଲିକ ଚାଷୀଙ୍କଠାରୁ କମ୍‌ ଦାମ୍‌ରେ ଧାନ କିଣି ନେଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଜିଲାରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ସୋମବାର ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଧାନ କିଣାକୁ ନେଇ ପ୍ରବଳ ହୋହଲ୍ଲା କରିଥିଲେ। ହଟ୍ଟଗୋଳକୁ ଦେଖି ବାଚସ୍ପତି ମାତ୍ର ୪ ମିନିଟ୍‌ ପରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପ୍ରବେଶ କରିଥିଲେ। ଗୃହରେ କେବଳ କଂଗ୍ରେସ ଓ ଶାସକ ଦଳର ସଦସ୍ୟମାନେ ବସିଥିଲେ। ଭାଜପା ସଦସ୍ୟମାନେ ଗୃହକୁ ନ ଆସି ଯାଜପୁର ଜିଲା ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ସମ୍ମୁଖରେ ଧାରଣାରେ ବସି ରହିଥିଲେ। ଭାଜପା ସଦସ୍ୟଙ୍କ ଅନୁପସ୍ଥିତିରେ ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ କହିଲେ ସାର୍‌ ଧାନ ବିକ୍ରି ହୋଇପାରୁନି। ଧାନ କେମିତି କିଣା ହେବ ବ୍ୟବସ୍ଥା କରନ୍ତୁ କହି ଗୃହର ମଧ୍ୟ ଭାଗକୁ ଆସି ପାଟି କରିଥିଲେ। ତାଙ୍କ ସହ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି ଓ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କଲେ। ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ବିଜେଡି ସଭ୍ୟ ବ୍ୟୋମକେଶ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିବା ୧୨୧ ନମ୍ବର ପ୍ରଶ୍ନର ଉତ୍ତର ପଢ଼ିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କହିଥିଲେ। ମନ୍ତ୍ରୀ ଦୁଇଧାଡ଼ିଆ ଲେଖା ଉତ୍ତର ପଢ଼ି ଶୁଣାଇଥିଲେ। ବର୍ତ୍ତମାନ ରାଜ୍ୟରେ ଅଧିକ ସାମୁଦ୍ରିକ ଥାନା ସ୍ଥାପନ କରିବାର କୌଣସି ଯୋଜନା ନାହିଁ।
ସାମୁଦ୍ରିକ ଥାନାଗୁଡ଼ିକୁ କିଭଳି ସୁଦୃଢ଼ କରାଯିବ ସେ ନେଇ ସରକାର କି ପଦକ୍ଷେପ ନେଉଛନ୍ତି। ନୂଆ ଥାନା ସ୍ଥାପନ କରି ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବେ କି। ମନ୍ତ୍ରୀ କହିଲେ, ପ୍ରସ୍ତାବ ଉପରେ ଅନୁଧ୍ୟାନ କରାଯିବ। ପ୍ରଶ୍ନୋତ୍ତର ଗୋଟିଏ ପଟେ ଚାଲିଥିବାବେଳେ ଅନ୍ୟ ପଟେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆଗକୁ ନ ନେଇ ମାତ୍ର ୪ ମିନିଟ୍‌ ପରେ ଅର୍ଥାତ୍‌ ୧୦ଟା ୩୪ ମିନିଟ୍‌ ପରେ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ବିଧାନସଭା ପରିସରରେ ୩ ଘଣ୍ଟା ଧାରଣାରେ ବସିବା ପରେ ରାଜଭବନକୁ ଯାଇ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ୍‌ କରି ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କହିବାକୁ ସୁଯୋଗ ମିଳୁ ନାହିଁ ବୋଲି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୃହରେ ଉପସ୍ଥିତ ନ ଥିବା ଭାଜପା ସଦସ୍ୟମାନଙ୍କୁ ଡାକିବାକୁ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କହିଥିଲେ। ଭାଜପା ସଦସ୍ୟମାନେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ପୁଣି ନରସିଂହ ମିଶ୍ର ଧାନ ବିକ୍ର ପ୍ରସଙ୍ଗ ଉଠାଇଲେ। କହିଲେ ମଣ୍ଡି ଏପର୍ଯ୍ୟନ୍ତ ଠିକ୍‌ ଭାବରେ କାମ କରୁ ନାହିଁ। ଫଳରେ କମ୍‌ଦାମ୍‌ରେ ଚାଷୀ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି। ଏ କଥା ଗଣମାଧ୍ୟମରେ ପ୍ରକାଶ ପାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସପି) ଚାଷୀ ଖର୍ଚ୍ଚ ଠାରୁ କମ୍‌ ବୋଲି ଗୃହରେ ସମସ୍ତେ ଅବଗତ ଅଛନ୍ତି। ମୁଖ୍ୟମନ୍ତ୍ରୀ ବୋନସ କଥା ଘୋଷଣା କରିଥିଲେ । କିନ୍ତୁ ଦିଆଗଲା ନାହିଁ। ଆଗରୁ ଜିଲାରେ ଧାନ ବିକ୍ରି ପାଇଁ ଟୋକନ ଦିଆଯାଉଥିଲା। କିନ୍ତୁ ଏବେ ଚାଷୀଙ୍କୁ ଟୋକନ ପାଇଁ ଅପେକ୍ଷା କରିବାକୁ ପଡୁଛି। ଏଥିରୁ ଜଣାପଡୁଛି ସରକାର, ମିଲ ମାଲିକ ଓ ଦଲାଲଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏବେ ସରକାର ମାନୁଛନ୍ତି ଚାଷୀଙ୍କଠାରୁ କମ୍‌ଦାମ୍‌ରେ ଧାନ କିଣି ଦଲାଲମାନେ ମଣ୍ଡିରେ ବିକୁଛନ୍ତି। ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ। ଛତିଶଗଡ଼ରେ ଅଧିକ ମୂଲ୍ୟ ମିଳୁଥିବାରୁ ସେଠାକୁ ଧାନ ପଠାଯାଉଛି। ଧାନ କିଣା ହୋଇ ମିଲକୁ ଯାଉଛି। ଧାନର ଅଭାବୀ ବିକ୍ରି ଆରମ୍ଭ ହୋଇଗଲାଣି। ଧାନ ଅମଳ ହେଲାଣି। ଏ ପର୍ଯ୍ୟନ୍ତ ଚାଷୀ ଟୋକନ ପାଇ ନାହାନ୍ତି। କମ୍‌ ଦାମ୍‌ରେ ଧାନ ବିକିବାକୁ ଚାଷୀ ବାଧ୍ୟ ହେଲେଣି। ଯେଉଁ ଅଫିସର ଟୋକନ ଦେବାରେ ଖିଲାପ କରିଛନ୍ତି ତାଙ୍କ୍‌ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଭୁବନେଶ୍ୱରରୁ ଟୋକନ ଦେବା ବନ୍ଦ କରାଯାଉ। ସରକାର ତୁରନ୍ତ ଧାନ କିଣନ୍ତୁ ବୋଲି ନରସିଂହ କହିଛନ୍ତି। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ମଧ୍ୟ ଧାନ କିଣା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଚାଷୀଙ୍କ ହିତ ପାଇଁ ଯାହା କରାଯିବା କଥା କରାଯିବ। ଆନ୍ଦୋଳନକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପଶ୍ଚିମ ଓଡ଼ିଶାର ବିଜେଡି ନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଡାକି ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri