ଟୁଟୁଆ ହତ୍ୟାକାରୀ ମିଞ୍ଜାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧।୨(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାଲିପାଟଣା ଥାନାଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ପ୍ରଶାନ୍ତ ପ୍ରଧାନ ଓରଫ ଟୁଟୁଆ ହତ୍ୟା ଘଟଣାର ରାୟ ଶୁକ୍ରବାର ସ୍ପେଶାଲ ଜଜ୍‌ ସିବିଆଇ-୧ କୋର୍ଟରେ ପ୍ରକାଶ ପାଇଛି। ବିଚାରପତି ଗୋପାଳଚନ୍ଦ୍ର ବେହେରା ଦୋଷୀ ସାବ୍ୟସ୍ତ ହୋଇଥିବା ରୋହିତ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଗୋଟିଏ ବର୍ଷ ସଜା ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି। ଏହାସହ ମୃତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ୍‌ ଅଥରିଟିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଅର୍ଥାତ୍‌ ଗତ ମଙ୍ଗଳବାର କୋର୍ଟ ୨୨ଜଣଙ୍କ ସାକ୍ଷ୍ୟ ଓ ୩୩ କାଗଜପତ୍ରକୁ ପରଖିବା ପରେ ରୋହିତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଅନ୍ୟ ୫ଜଣ ଏସ୍‌.କେ. ସାବତ, ପ୍ରଦୀପ କୁମାର ନାୟକ, ବିପିନ କୁମାର ବେହେରା, ସଦାଶିବ ପ୍ରଧାନ ଓ ମନୋରମା ନାୟକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ମାମଲାର ପରିଚାଳନା କରିଥିଲେ ସରକାରୀ ପିପି ସୁରେଶ ବାରିକ।
ମାମଲାରୁ ପ୍ରକାଶ, ପୁରୀ ଜିଲା ନିମାପଡ଼ା ଥାନା କାନପୁର ଗ୍ରାମର ସଦାଶିବ ପ୍ରଧାନଙ୍କ ପୁଅ ପ୍ରଶାନ୍ତ ୨୦୧୦ ଜୁଲାଇ ୬ରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏନେଇ ନିମାପଡା ଥାନାରେ ଅଭିଯୋଗ କରିଥିଲେ। ସେହିମାସ ୧୦ ତାରିଖରେ ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ଭଇରିପୁର ଗ୍ରାମସ୍ଥିତ ଏକ ପୋଖରୀରୁ ବସ୍ତାରେ ବନ୍ଧା ହୋଇଥିବା ଏକ ମୃତଦେହ ମିଳିଥିଲା। ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିବା ଓ ପଚିଯାଇଥିବାରୁ ପରିବାର ଲୋକେ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିଲା। ଡିଏନ୍‌ଏ ଟେଷ୍ଟରୁ ଉକ୍ତ ମୃତଦେହଟି ପ୍ରଶାନ୍ତଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ମୃତ ପ୍ରଶାନ୍ତଙ୍କ ବାପା ସଦାଶିବଙ୍କ ଅଭିଯୋଗକ୍ରମେ ବାଲିପାଟଣା ଥାନା ପୋଲିସ କେସ୍‌ ନଂ-୯୩/୨୦୧୦ ଦଫା ୩୦୨, ୨୦୧ ଓ ୩୪ ଲଗାଇ ତଦନ୍ତ ଆରମ୍ଭ କରିଥିଲା। ଜୁଲାଇ ୧୫ରେ ମୁଖ୍ୟ ଅଭିଯୁକ୍ତ ରୋହିତଙ୍କୁ ନିମାପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟରୁ ଗିରଫ କରାଯାଇଥିଲା।

ପୂରା ଘଟଣାକ୍ରମ…
କେରଳର ଏକ ସଂସ୍ଥାରେ ମ୍ୟାନେଜର ଭାବେ ଚାକିରି କରିଥିଲେ ପ୍ରଶାନ୍ତ। ତାଙ୍କ ଅଧୀନରେ ହତ୍ୟାକାରୀ ରୋହିତ କାମ କରୁଥିଲେ। ଚୌକି ଲୋଭରେ ପ୍ରଶାନ୍ତଙ୍କୁ ମାରିବାକୁ ଯୋଜନା କରିଥିଲେ ରୋହିତ। ଘଟଣା ଦିନ ରୋହିତ ତା’ର ଭଉଣୀ ଘର ପଛପଟ ବଗିଚାକୁ ପ୍ରଶାନ୍ତଙ୍କୁ ଡାକିଥିଲେ। ସେଠାରେ ରୋହିତଙ୍କର ୫ଜଣ ସହଯୋଗୀ ତାଙ୍କ ସହ କଥାହୋଇ ଚାଲିଯାଇଥିଲେ। ଏହାପରେ ରୋହିତ ଏକ କଟୁରୀରେ ପ୍ରଶାନ୍ତଙ୍କୁ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଶରୀରର ବିଭିନ୍ନ ଅଙ୍ଗକୁ ଖଣ୍ଡଖଣ୍ଡ କରି ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ଏହାପରେ ଦରପୋଡ଼ା ଅଙ୍ଗକୁ ବସ୍ତାରେ ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିଲେ। ଦେଢ଼ମାସ ତଳେ ପ୍ରଶାନ୍ତ ବିବାହ କରିଥିଲେ। ତେଣୁ ସେ ହାତରେ ପିନ୍ଧିଥିବା ୬ଟି ସୁନାମୁଦି,ଏକ ସୁନା ଚେନ୍‌ ଓ ଅନ୍ୟକିଛି ସୁନାଗହଣା ଲୁଟିନେବା ପରେ ରୋହିତ ତାହାକୁ ତାଙ୍କ ଭଉଣୀ ନିକଟରେ ରଖିଥିଲେ। ପୋଲିସ ରୋହିତଙ୍କୁ ଗିରଫ କରିବା ପରେ ଉକ୍ତ ସୁନା ଅଳଙ୍କାରକୁ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri