ଟି୨୦ ବିଶ୍ୱକପ୍‌ ଉଚିତ ସମୟରେ ଆୟୋଜନ ହେବା ଆବଶ୍ୟକ: ଆକ୍ରମ

କରାଚୀ, ୫।୬(ପି.ଟି.): ସାରା ବିଶ୍ୱରେ କୋଭିଡ୍‌- ୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ନିଜ ମତ ପ୍ରକାଶ କରିଛନ୍ତି। ଉଚିତ ସମୟରେ ଏହି ମେଗା ଇଭେଣ୍ଟ ଆୟୋଜନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଧୈର୍ଯ୍ୟର ସହ ଅପେକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି। ରୁଦ୍ଧଦ୍ୱାରରେ ବିନା ଦର୍ଶକରେ ଟି୨୦ ବିଶ୍ୱକପ୍‌ ଆୟୋଜନକୁ ସେ ନାପସନ୍ଦ କରିଛନ୍ତି।
ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଜାରି କରାଯାଇଥିବା ଭ୍ରମଣ ଜନିତ କଟକଣା ପାଇଁ ସ୍ଥଗିତ କରାଯିବ ବୋଲି ଅନୁମାନ କରାଯାଉଛି। ଦର୍ଶକ ବିନା କ୍ରିକେଟ ବିଶ୍ୱକପ୍‌ର କିଛି ମାନେ ନାହିଁ ବୋଲି ଆକ୍ରମ ‘ଦି ନ୍ୟୁଜ୍‌’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ବିଶ୍ୱକପ୍‌ରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିଥାନ୍ତି। ବିଶ୍ୱର ବିଭିନ୍ନ ଦେଶରୁ ପ୍ରଶଂସକମାନେ ନିଜ ଦଳକୁ ସମର୍ଥନ କରିବା ପାଇଁ ଏହି ମେଗା ଇଭେଣ୍ଟ ଦେଖିବାକୁ ଆସିଥାନ୍ତି। ତେଣୁ ବିଶ୍ୱକପ୍‌ ବେଳେ ଏକ ବୈଦ୍ୟୁତିକ ପରିବେଶ ସୃଷ୍ଟି ହୋଇଥାଏ ଓ ଏହା ଇଭେଣ୍ଟର ଚମକ ବଢାଇଥାଏ। ତେଣୁ ରୁଦ୍ଧଦ୍ୱାରରେ ବିଶ୍ୱକପ ଆୟୋଜନ କରିବାର କିଛି ମାନେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଆସନ୍ତା ୧୦ ତାରିଖରେ ଆୟୋଜନ ହେବାକୁ ଥିବା ବୋର୍ଡ ବୈଠକରେ ଆଇସିସି ଟି୨୦ ବିଶ୍ୱକପ୍‌ ସମ୍ପର୍କରେ ନିଷ୍ପତ୍ତି ନେବାର କାର୍ଯ୍ୟକ୍ରମ ରହିଛି। ତେବେ ଆଇସିସି ଅଧିକ ସମୟ ଅପେକ୍ଷା କରିବା ଉଚିତ। ମହାମାରୀର ପ୍ରକୋପ କମିବା ପରେ ଓ ବିଭିନ୍ନ କଟକଣା ଉଠିଯିବା ପରେ ବିଶ୍ୱକପ୍‌ ନେଇ ଆଇସିସି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ଆକ୍ରମ କହିଛନ୍ତି। କିଛିଦିନ ତଳେ ବଲ୍‌ରେ ଲାଳ ନ ଲଗାଇବାକୁ ଆଇସିସି କ୍ରିକେଟ କମିଟି ନିଷ୍ପତ୍ତି ନେଇଥିଲା। ପୁଣି ଏଥିରେ କୌଣସି କୃତ୍ରିମ ପଦାର୍ଥ ମଧ୍ୟ ବ୍ୟବହାର ନ କରିବାକୁ କମିଟି ଘୋଷଣା କରିଥିଲା। ତେବେ ବଲ୍‌ରେ ଝାଳ ଲଗାଇବା ନେଇ କମିଟି ବାରଣ କରି ନ ଥିଲା। ଏହା ଯଥେଷ୍ଟ ନୁହେଁ ଓ ଏ ନେଇ ଏକ ପ୍ରକୃତ ସମାଧାନର ଆବଶ୍ୟକତା ରହିଛି ବୋଲି ଆକ୍ରମ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri