ଟି୨୦ ବିଶ୍ୱକପ୍‌: ଅଗଷ୍ଟ ପୂର୍ବରୁ ନିଷ୍ପତ୍ତି ନେବନି ଆଇସିସି

ଦୁବାଇ,୨୦।୪: କରୋନା ଭାଇରସ୍‌ ସାରା ବିଶ୍ୱରେ ମହାମାରୀ ରୂପ ନେଇ ଆତଙ୍କ ବଜାୟ ରଖିଛି। ଏପରିସ୍ଥଳେ ବିଶ୍ୱର ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏବେ ଅଷ୍ଟ୍ରେଲିଆରେ ଆଗାମୀ ଅକ୍ଟୋବର-ନଭେମ୍ବରରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଖେଳାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କରୋନା ଭାଇରସ୍‌ କାରଣରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଲକ୍‌ଡାଉନ ଜାରି ରଖିଛି। କେବଳ ସେତିକି ନୁହଁ ୬ ମାସ ପାଇଁ ଅଷ୍ଟ୍ରେଲିଆ ତା’ର ସୀମା ସିଲ କରିଛି। ଫଳରେ ୧୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଟି୨୦ ବିଶ୍ୱକପ୍‌ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଟୁର୍ନାମେଣ୍ଟକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯିବ ବୋଲି ଶୁଣାଯାଉଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆସନ୍ତା ଅଗଷ୍ଟ ପୂର୍ବରୁ ଟି୨୦ ବିଶ୍ୱକପ୍‌ ନେଇ କୌଣସି ନିଷ୍ପତ୍ତି ନେବ ନାହିଁ ବୋଲି କହିଛି। ଅନିଶ୍ଚିତତା ଜାରି ରହିଥିବା ବେଳେ ଖେଳାଳି, କୋଚ୍‌, ପ୍ରଶଂସକ ଓ କ୍ରିକେଟ ସହିତ ସମ୍ପର୍କିତ ସବୁ ଲୋକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଆମେ ଗୁରୁତ୍ୱ ଦେବୁ ବୋଲି ଆଇସିସିର ପ୍ରବକ୍ତା କହିଛନ୍ତି। ଏହି ଟୁର୍ନାମେଣ୍ଟକୁ ଖୋଲା ଷ୍ଟାଡିୟମରେ ଆୟୋଜନ କରାଯିବ ବୋଲି ସୂଚନା ମିଳିଛ। ତେବେ ଅଗଷ୍ଟରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଇତିମଧ୍ୟରେ ଆଇସିସି ତା’ର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଡାକିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ଜୟ ଶାହା ଏହି ବୈଠକରେ ଅଂଶଗ୍ରହଣ କରିବେ। ଏହି ବୈଠକରେ ଫ୍ୟୁଚର ଟୁର ପ୍ରୋଗ୍ରାମରେ ପରିବର୍ତ୍ତନ କରାଯିବା ନେଇ ଆଲୋଚନା ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଶଙ୍ଖ ଭବନରେ ଅଣ୍ଟା ଭିଡିଲେଣି ମହିଳା ନେତ୍ରୀ: ଏପଟେ ଶ୍ରୀମୟୀଙ୍କ ମିଛେଇ ଭାଣିଜି ବାଣ…

ଭୁବନେଶ୍ୱର,୨୩।୧୩: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

ଶୁଳିଆଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼: ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ପଶୁବଳିରେ…

ବଲାଙ୍ଗୀର,୨୩ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା, କୁମୁରିଆ ସାନଖଳାରେ ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ଶାନ୍ତିଶୃଙ୍ଖଳା ସହ ପାଳିତ ହୋଇଛି...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri