ଟାଟାଷ୍ଟିଲ କାର୍ଯ୍ୟାଳୟରେ ଜମିହରା ଗ୍ରାମବାସୀଙ୍କ ଦାବି ନେଇ ଆଲୋଚନା: ପ୍ରଶାସନ ନ ଆସିବାରୁ ହେଲାନି ସମାଧାନ

ଯୋଡ଼ା, ୭।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଟାଟାଷ୍ଟିଲ କମ୍ପାନୀର ଯୋଡା ଇଷ୍ଟ ଲୁହାପଥର ଖଣି ସମ୍ମୁଖରେ ଯୋଡା ଭୂୟଁା ବସ୍ତିର ଜମିହରା ମାନେ ବିଭିନ୍ନ ଦାବି ନେଇ ଜୁଲାଇ ୪ ତାରିଖରେ ଆନ୍ଦୋଳନ କରିଥିଲେ। ତେବେ ଏହାକୁ ସ୍ଥଗିତ କରାଯାଇଥିଲା। ଅଗଷ୍ଟ ୬ ତାରିଖରେ ପ୍ରଶାସନ, ଟାଟାଷ୍ଟିଲ କର୍ତ୍ତୃପକ୍ଷ ଏବଂ ଜମିହରାମାନଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା କରାଯିବାର ନିଷ୍ପତ୍ତି ନିଆଯାଇଥିଲେ ହେଁ ମଙ୍ଗଳବାର ପ୍ରଶାସନର ଅନୁପସ୍ଥିତି ଯୋଗୁ ସମାଧାନ ହୋଇପାରିନାହିଁ।
ଉକ୍ତ ଆନ୍ଦୋଳନରେ ଜମିହରାମାନେ ବିଭିନ୍ନ ଦାବି ମଧ୍ୟରେ କମ୍ପାନୀ ଗାଁ ରାସ୍ତାଘାଟ, ଶ୍ମଶାନ ଜମି ଦୀର୍ଘ ବର୍ଷ ହେବ ଜମିହରାଙ୍କ ଜମିରେ ଖଣି ଖନନ କରିଆସୁଥିଲେ ହେଁ ଜମିହରାଙ୍କର ଥଇଥାନ ଓ ନିଯୁକ୍ତି ଦାବି ପୂରଣ କରାଯାଉନଥିବା ଅଭିଯୋଗ କରି ଆନ୍ଦୋଳନ କରିଥିଲେ। ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍‌ , ତହସିଲଦାର କ୍ଷୀରୋଦ କୁମାର ବେହେରା, ଯୋଡା ଥାନା ଆଇଆଇସି ବିଜୟକୃଷ୍ଣ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଏହାର ସମାଧାନ କରିବା ପାଇଁ ଅଗଷ୍ଟ ୬ ତାରିଖରେ ଦିନ ଧାର୍ଯ୍ୟ କରିଥିଲେ ା ନିର୍ଦ୍ଧାରିତ ତାରିଖ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନରେ ଭୂୟାଁ ବସ୍ତିର ଶହ ଶହ ମହିଳାପୁରୁଷ ଜମିହରା ମାନେଏହି ଆଲୋଚନା ବୈଠକରେ ସାମିଲ ହେବା ପାଇଁ ଯାଇଥିଲେ। ହେଲେ କେନ୍ଦୁଝର ଜିଲାପାଳଙ୍କ ବଡବିଲ ଗସ୍ତ ଥିବାରୁ ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଅନୁପସ୍ଥିତ ଥିଲେ ା ଫଳରେ ଜମିହରାମାନେ ଅପେକ୍ଷା କରି ଅପରାହ୍ନ ପରେ ନିରାଶ ହୋଇ ଘରକୁ ଫେରିଥିଲେ। ଏ ସମ୍ପର୍କରେ ବଡବିଲ ଏସଡିପିଓ ଦିଲୀପ କୁମାର ବାଗ୍‌ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଜିଲାପାଳ ବଡବିଲ ଗସ୍ତରେ ଆସିଥିବାରୁ ପ୍ରଶାସନିକ ଅଧିକାରୀମାନେ ଏକ ବଡ ବୈଠକରେ ବ୍ୟସ୍ତ ଥିଲେ। ଆଗାମୀ ଦିନରେ ଏହାର ସମାଧାନ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଟାଟାଷ୍ଟିଲର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ଏକ ଇମେଲ୍‌ ମାଧ୍ୟମରେ ତାଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ମଶାନ ଜମିରେ ଥିବା ସମସ୍ୟାର ସମାଧାନ କରାଯାଇଛି ା କମ୍ପାନୀ ସରକାରୀ ଅଧିକାରୀଙ୍କ ପରାମର୍ଶ ନେବା ପରେ ଜମି ଚିହ୍ନଟ କରି ଆବଶକୀୟ ସହାୟତା ଯୋଗାଇ ଦେବ ା ଜମି ଆବଣ୍ଟନ ଓ ନିଯୁକ୍ତିକୁ ନେଇ ଅଭିଯୋଗ ଥିଲେ କମ୍ପାନୀ ନୀତି ଅନୁଯାୟୀ ପ୍ରତିକାର ନିମନ୍ତେ ଆବଶ୍ୟକ ତଥ୍ୟ ସହ କମ୍ପାନୀ ପାଖରେ ଜମିହରାମାନେ ଅଭିଯୋଗ କରିପାରିବେ। ଏହି ମାମଲାର ସମାଧାନ ପାଇଁ ଟାଟାଷ୍ଟିଲ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri