Posted inଖେଳ

ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ ଜାନୁୟାରୀ ୧୨ରେ

ଭୁବନେଶ୍ୱର, ୧୧।୧୨ (ସ୍ପୋଟର୍‌ସ ବ୍ୟୁରୋ)- ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌ର ୫ମ ସଂସ୍କରଣ ଜାନୁୟାରୀ ୧୨ରେ ଅନୁଷ୍ଠିତ ହେବ। ଟାଟା ଷ୍ଟିଲ୍‌ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ମାରାଥନର ପ୍ରଥମ ସଂସ୍କରଣ ୨୦୧୬ରେ ଆରମ୍ଭ ହୋଇଥିଲା। ଏହାପରଠାରୁ ପ୍ରତିବର୍ଷ ଜାନୁୟାରୀ ୧୨ରେ ନ୍ୟାଶନାଲ ୟୁଥ୍‌ ଡେ ଉପଲକ୍ଷେ ଟାଟା ଷ୍ଟିଲ୍‌ ପକ୍ଷରୁ ଏକ ସୁସ୍ଥ ଓ କ୍ରିୟାଶୀଳ ଜୀବନଶୈଳୀର ପ୍ରସାର ପାଇଁ ଏହି ମାରାଥନ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ସାରା ଭାରତବର୍ଷରେ ଭୁବନେଶ୍ୱର ହାଫ୍‌ ମାରାଥନ୍‌କୁ ଏକ ଅଗ୍ରଣୀ ମାରାଥନ ରୂପେ ପରିଚିତ କରାଇବା ପାଇଁ ଟାଟା ଷ୍ଟିଲ୍‌ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି।
ଅବସରରେ ଟାଟା ଷ୍ଟିଲ କର୍ପୋରେଟ୍‌ ସର୍ଭିସେସ୍‌ ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି, ”ଓଡ଼ିଶା ସରକାରଙ୍କ ସହ ମିଶି ଆଉ ଥରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ୍‌ ଆୟୋଜନ କରୁଥିବାରୁ ଆମେ ବହୁତ ଖୁସି। ଭୁବନେଶ୍ୱରକୁ ଦେଶର ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ବିକଶିତ ହେବାର ଦେଖି ବହୁତ ଖୁସି ଲାଗୁଛି। ପ୍ରତ୍ୟେକ ବର୍ଷ ଏହି ପ୍ରତିଯୋଗିତାର ଲୋକପ୍ରିୟତା ବୃଦ୍ଧି ପାଉଥିବାବେଳେ ଏହାର ଦୌଡ଼ ଅଭିଜ୍ଞତାରେ ଉନ୍ନତି ଆଣିବା ପାଇଁ ଆମେ ପ୍ରତିବଦ୍ଧ। ଚଳିତଥର ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରୁଛୁ“।
ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନକୁ ୩ଟି ପ୍ରତିଦ୍ୱନ୍ଦ୍ୱିତାମୂଳକ ଦୌଡ଼ ପ୍ରତିଯୋଗିତାରେ ବିଭକ୍ତ କରାଯାଇଛି। ହାଫ୍‌ ମାରାଥନ (୨୧.୦୯୭୫ କି.ମି), ୧୦ କି.ମି ଓ ୫ କି.ମି. ଦୌଡ଼। ହାଫ୍‌ ମାରାଥନ୍‌ରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ। ସେହିଭଳି ୧୫ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କ ପାଇଁ ୧୦ କି.ମି. ଏବଂ ୧୨ ରୁ ୧୬ ବର୍ଷ ବୟସର ବାଳିକା ଓ ବାଳକଙ୍କ ପାଇଁ ୫ କିଲୋମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ହାଫ୍‌ ମାରାଥନ୍‌ର ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ୮୩୦ ପ୍ରତିଯୋଗୀ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରିସାରିଛନ୍ତି। ଉତ୍ସାହୀ ପ୍ରତିଯୋଗୀ ହାଫ୍‌ ମାରାଥନ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ଓ୍ବେବସାଇଟ୍‌ www.tatasteelbbsr-run.com ଜରିଆରେ ଡିସେମ୍ବର ୩୦ ତାରିଖ ସୁଦ୍ଧା ପଞ୍ଜୀକରଣ କରିପାରିବେ। ତେବେ ସର୍ବାଧିକ ୫୦୦୦ ଲୋକ ଏଥିପାଇଁ ପଞ୍ଜୀକରଣ କରିବେ। ପ୍ରଥମେ ପଞ୍ଜୀକରଣ କରିଥିବା ଲୋକମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଟାଟା ଷ୍ଟିଲ୍‌ ପକ୍ଷରୁ ଖବରଦାତା ସମ୍ମିଳନୀରେ କୁହାଯାଇଛି। ହାଫ୍‌ ମାରାଥନ୍‌ ପାଇଁ ପଞ୍ଜୀକରଣ ମୂଲ୍ୟ ୩୦୦ ଟଙ୍କା ରଖାଯାଇଥିବାବେଳେ ୧୦ କି.ମି. ଓ ୫ କି.ମି. ପାଇଁ ଯଥାକ୍ରମେ ୨୦୦ ଓ ୧୦୦ ଟଙ୍କା ରଖାଯାଇଛି। ସମସ୍ତ ପ୍ରତିଯୋଗୀମାନଙ୍କୁ ଟି-ସାର୍ଟ, ବି.ଆଇ.ବି. ଚିପ୍‌ ଓ ସଂଖ୍ୟା ପ୍ରଦାନ କରାଯିବ। ଏଥିସହିତ ଆନ୍ତର୍ଜାତିକ ମାନ୍ୟତା ଅନୁସାରେ ଟାଟା ଷ୍ଟିଲ ହାଫ୍‌ ମାରାଥନ୍‌ରେ ଦୌଡ଼ ହେଉଥିବା ମାର୍ଗରେ ଟାଇମିଂ ମ୍ୟାଟ୍ସ ଓ ଏହାର ନିୟନ୍ତ୍ରଣ ଶାଖା, ରେଡିଓ ଫ୍ରିକ୍ୟୁଏନ୍‌ସି ଆଇଡେଣ୍ଟିଫିକେଶନ୍‌ (ଆରଏଫ୍‌ଆଇଡି) ଚିପ୍‌, ଦୌଡ଼ିବା ମାର୍ଗରେ ବିଭାଜିତ ସମୟ ମ୍ୟାଟସ୍‌, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱର୍କ ପରି ଶ୍ରେଷ୍ଠ ପ୍ରଯୁକ୍ତି ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଟାଟା ଷ୍ଟିଲ ଭୁବନେଶ୍ୱର ହାଫ୍‌ ମାରାଥନ୍‌ ୨୦୨୦ର ଟି-ଶାର୍ଟକୁ ଉନୋ୍ମଚନ କରାଯାଇଥିଲା। ଖବରଦାତା ସମ୍ମିଳନୀରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢୀ, ଟାଟା ଷ୍ଟିଲ କଳିଙ୍ଗନଗର କର୍ପୋରେଟ୍‌ ସର୍ଭିସେସ୍‌ ମହାପ୍ରବନ୍ଧକ ଆର୍‌. ଆର୍‌. ଶତପଥୀ, ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri