Posted inଖେଳ

ଟାଉନ୍‌ କ୍ଲବ ୨୬ ରନରେ ବିଜୟୀ

ଭୁବନେଶ୍ୱର, ୨।୪ (ତପନ ସ୍ବାଇଁ): ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ନହରକଣ୍ଟା ଖେଳ ପଡ଼ିଆରେ ଚାଲିଥିବା ଦିଲ୍ଲୀପ ପଣ୍ଡା ମେମୋରିଆଲ ୧୫ ବର୍ଷରୁ କମ୍‌ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ମ୍ୟାଚରେ ଟାଉନ୍‌ କ୍ଲବ ବିଜୟୀ ହୋଇଛି। ଲୋ ସ୍କୋରିଂ ମ୍ୟାଚରେ ଟାଉନ୍‌ କ୍ଲବ ୨୬ ରନରେ କେନ୍ଦୁଝରର ବଡବିଲ୍‌ ଟାଇଗର୍ସକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଟାଉନ କ୍ଲବ ଦଳ ୨୩ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୧୧୫ ରନ କରିଥିଲା। ସୁମିତ ମହାପାତ୍ର ସର୍ବାଧିକ ୨୯ ଓ ସ୍ବସ୍ତି ନନ୍ଦ ୨୨ ରନ କରିଥିଲେ। ବିପକ୍ଷ ଦଳର ସରଓ୍ବନ ସାହୁ ଓ ଆୟୁଷ ସେଠୀ ୩ଟି ଲେଖାଏ, ରାଜ ଚୌଧୁରୀ ଓ ରାହୁଲ ଦେବ ନାୟକ ୨ଟି ଲେଖାଏ ଉଇକେଟ ନେଇଥିଲେ।
୧୧୬ ରନ ବିଜୟ ଲକ୍ଷ୍ୟ ନେଇ ବଡ଼ବିଲ୍‌ ଟାଇଗର୍ସ ୨୬.୨ ଓଭରରେ ୮୯ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଆଶୁତୋଷ କୁମାର ନାୟକ ସର୍ବାଧିକ ୧୮ ରନ କରିଥିଲେ। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ପ୍ରଜ୍ୟୋତ ସାମଲ ୩ଟି, ପ୍ରିୟାଂଶୁ ଦାସ ୨ଟି ଏବଂ ଶ୍ଲୋକ ସଂକଳ୍ପ, ଆୟୁଷ କୁମାର ସାହୁ, ଆୟୁଷ ଅମ୍ଳାନ ଓ ଓଁକାର ଶୁଭ ସଙ୍କେତ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରଜ୍ୟୋତ ସାମଲ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚ୍‌କୁ ଶାଶ୍ୱତି ଶତପଥୀ ଓ ସନ୍ତୋଷ ପଟ୍ଟନାୟକ ପରିଚାଳନା କରିଥିଲେ। ମାନସ ରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ପୂର୍ବତନ ଖେଳାଳି ରଞ୍ଜନ ନାୟକ ଏବଂ ଗିରିଶ ଚନ୍ଦ୍ର ହୋତା ଅତିଥିଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ସାଉଥ୍‌ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ସାଉଥ୍‌ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

ତାରିକ ରହମାନ ଆସିବା ପରେ ସୁଧୁରୁଛି ସମ୍ପର୍କ.., ବାଂଲାଦେଶ ପୁଣି ଭାରତ ପାଇଁ ଆରମ୍ଭ କରିବ ଏହି ସେବା, ତାରିଖ ଆସିଲା ସାମ୍ନାକୁ!

ନୂଆଦିଲ୍ଲୀ/ଢାକା,୨୨।୨: ନୂତନ ସରକାର ଗଠନ ହେବା ସହିତ, ବାଂଲାଦେଶ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର…

T20 ବିଶ୍ୱକପରେ ଆଉ ଖେଳିବେନି ଏହି ୭ କିମ୍ବଦନ୍ତୀ, ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୨୨।୨: ୨୦୨୬ ଟି୨୦ ବିଶ୍ୱକପ ଧୀରେ ଧୀରେ ଶେଷ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ସୁପର ୮ ରାଉଣ୍ଡ ଆରମ୍ଭ ହୋଇସାରିଛି। ଏହି ସମୟରେ, ଆମେ ୭ ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri