Posted inଜାତୀୟ

ଟାଇମ୍ସ ହାୟର ଏଜୁକେଶନ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌:ଶ୍ରେଷ୍ଠ ୩୦୦ରେ ଭାରତର ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩-୯ (ପି.ଟି.):ଉଚ୍ଚଶିକ୍ଷା କ୍ଷେତ୍ରରେ ଭାରତ କେତେ ଆଗୁଆ ତାହା ସଦ୍ୟ ପ୍ରକାଶିତ ଟାଇମ୍ସ ହାୟର ଏଜୁକେଶନ ୟୁନିଭର୍ସିିଟି ର଼୍ୟାଙ୍କିଙ୍ଗ୍‌ରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ଶ୍ରେଷ୍ଠ ୩୦୦ ର଼୍ୟାଙ୍କ ମଧ୍ୟରେ ଭାରତର କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି। ୨୦୧୨ ପରଠାରୁ ପ୍ରଥମ ଥର ଲାଗି ଭାରତର କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୩୦୦ ର଼୍ୟାଙ୍କରେ ସ୍ଥାନ ପାଇ ନ ଥିବା ଜଣାପଡ଼ିଛି। ତେବେ ଶ୍ରେଷ୍ଠ ୫୦୦ ମଧ୍ୟରେ ଭାରତର ୫ ଆଇଆଇଟି, ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଆଇଆଇଟି ରୋପଡ୍‌, ଆଇଆଇଟି ଇନ୍ଦୋର, ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ, ଆଇଆଇଟି ଖଡ଼ଗପୁର ସହ ବାଙ୍ଗାଲୋର ଆଇଆଇଏସ୍‌ସି ଭାରତର ଉଚ୍ଚଶିକ୍ଷା କ୍ଷେତ୍ରକୁ ପ୍ରଶସ୍ତ କରିଛନ୍ତି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ୍‌ ନିଶଙ୍କ ଟୁଇଟ୍‌ କରି ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି। ଆଇଆଇଟି ଗାନ୍ଧୀନଗର ଶ୍ରେଷ୍ଠ ୬୦୦ରେ ସ୍ଥାନ ପାଇଛି।
ଭାରତରେ ଅନେକ ଦକ୍ଷତାସମ୍ପନ୍ନ ପ୍ରତିଭା ରହିଛନ୍ତି। ବିଦେଶୀ ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କଲାଭଳି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀମାନେ ଢେର୍‌ ଆଗୁଆ ରହିବା ସହ ଗବେଷଣାକୁ ଗୁରୁତ୍ୱ ଦେଉଛନ୍ତି। ଭାରତରେ ଉଚ୍ଚଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଶ୍ରେଷ୍ଠ ୩୦୦ରେ ସ୍ଥାନ ନ ମିଳିବା ପରିତାପର ବିଷୟ ବୋଲି ର଼୍ୟାଙ୍କିଙ୍ଗ୍‌ ଏଡିଟର ଇଲି ବୋଥ୍‌ଓ୍ବେଲ ପ୍ରକାଶ କରିଛନ୍ତି। ଓ୍ବାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସ୍‌ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ସମ୍ମାନଜନକ ଶିକ୍ଷା ର଼୍ୟାଙ୍କିଙ୍ଗ୍‌ଭାବେ ଜଣାଶୁଣା। ବିଶ୍ୱର ୯୨ ଦେଶର ୧,୩୯୬ ଉଚ୍ଚ ଶିକ୍ଷାନୁଷ୍ଠାନର ର଼୍ୟାଙ୍କ ଏହା ପ୍ରସ୍ତୁତ କରିଥାଏ। ଏଥିରେ ଶିକ୍ଷାଦାନ, ଗବେଷଣା, ଜ୍ଞାନ ସ୍ଥାନାନ୍ତରଣ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ସହ ବିଭିନ୍ନ ୧୩ଟି କ୍ଷେତ୍ରରେ ଉଚ୍ଚତର ଗବେଷଣାକୁ ଗୁରୁତ୍ୱ ଦିଆଯାଇଥାଏ। ଚଳିତ ବର୍ଷ ମଧ୍ୟ ଅକ୍ସଫୋର୍ଡ ୟୁନିଭର୍ସିଟି ଲଗାତର ଚତୁର୍ଥ ଥର ଲାଗି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାରେ ସଫଳ ହୋଇଛି। ଆମେରିକାର ୬୦ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୨୦୦ରେ ସ୍ଥାନ ପାଇଥିବାବେଳେ କାଲିଫର୍ନିିଆର ୧୦ ଏଥିରେ ଅଛନ୍ତି। କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଆସିଥିବାବେଳେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଯାଇଛି। ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମେନ୍‌ଲାଣ୍ଡ ଚାଇନା ସଫଳତା ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri