ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ ବହୁଳ ଗ୍ରାମରେ ୧୯୭୫ରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟକୁ ନିୟମିତ ଶିକ୍ଷକ ଆସୁ ନ ଥିବା ଓ ମଧ୍ୟାହ୍ନଭୋଜନ ଖାଇ ସାରିବା ପରେ ଅଘୋଷିତ ଛୁଟି ହେଉଥିବା ନେଇ ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବୁଧବାର ମଧ୍ୟ ସ୍କୁଲକୁ ୨ ଜଣ ଶିକ୍ଷକଙ୍କ ମଧ୍ୟରୁ କେହି ଜଣେ ବି ଆସି ନ ଥିବା ବେଳେ ସ୍କୁଲ ପାଚିକା ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ଡୋମନିକ ସୁନାନି ଓ ସହକାରୀ ଶିକ୍ଷକ ତ୍ରିନାଥ ପଣ୍ଡା ନିଯୁକ୍ତି ହୋଇଛନ୍ତି । ଦୁର୍ଗମ ଅଞ୍ଚଳର ଫାଇଦା ଉଠାଇ ସ୍କୁଲକୁ ଶିକ୍ଷକ ଦ୍ୱୟ ନିୟମିତ ଆସୁ ନାହାନ୍ତି ବୋଲି ସ୍କୁଲ କମିଟି ସଭାପତି ବିଶ୍ୱନାଥ ମାଝି, ଅଚ୍ୟୁତ ମାଝି, ଯୁଗେଶ୍ୱର ମାଝି, କ୍ଷିରୋଦ ମାଝି, ଡିଙ୍ଗର ମାଝି ପ୍ରମୁଖ ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି ସ୍କୁଲ ଜଙ୍ଗଲକୁ ଲାଗି ରହିଥିବା ବେଳେ ପିଲାମାନଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥ୍ୟା ନାହିଁ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୨୫ ଜଣ ପିଲା ପଢୁଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଆସୁ ନ ଥିବା ନେଇ ଛାତ୍ରୀଛାତ୍ରମାନେ ମଧ୍ୟ ଅଭିଯୋଗ କରିଛନ୍ତି । ବୁଧବାର ୧୭ ଜଣ ଛାତ୍ରୀଛାତ୍ର ସ୍କୁଲ ଆସିଥିବା ବେଳେ ସ୍କୁଲ ଗୃହ ଖୋଲା ନ ଥିବା ଯୋଗୁ ବାରଣ୍ଡାରେ ବସି ରହିଥିଲେ। ଏ ନେଇ ଜିଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କୁ ପଚାରିବାରୁ କୋକସରା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ପାଇଁ କୁହାଯିବ। ରିପୋର୍ଟ ଆସିବା ପରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏ ବିଷୟରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ଡୋମନିକ ସୁନାନୀଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ କଥାକୁ ଅସ୍ବୀକାର କରିଥିଲେ। ଦେହ ଅସୁସ୍ଥ ଥିବାରୁ ସହକାରୀ ଶିକ୍ଷକ ତ୍ରିନାଥ ପଣ୍ଡା ୨ ଦିନ ଛୁଟିରେ ରହିଥିବାରୁ ସେ ଦରମା ଓ ମଧ୍ୟାହ୍ନଭୋଜନ ବିଲ ଦେବା ପାଇଁ ଆମପାଣି ସିଆରସିସିଙ୍କ ପାଖକୁ ଯାଇଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ  କୋକୁଆ ଭୟ   

ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...

ନାବାଳିକା ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା କଲା ପ୍ରେମିକ: ଆଉ ତା’ପରେ…

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ଫୁଙ୍କନଳୀରେ ପିଟି ହତ୍ୟା...

ଭାଜପାର ବଡ଼ ଘୋଷଣା: ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଜନତା ପାର୍ଟି ତାମିଲନାଡୁ ଏବଂ ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାଜପା। ବାଣିଜ୍ୟ ଏବଂ...

୨ ସନ୍ତାନ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି ଅଭିନେତା

ଅଭିନେତା ଅର୍ଜୁନ ରାମପାଲ ଶେଷରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଫିଲ୍ମ ‘ଧୁରନ୍ଧର’ର ସଫଳତା ପରେ ସେ ଏକ...

ନବରଙ୍ଗପୁରରେ ବାଘ ଛେଳି ଛକାପଞ୍ଝା: ମନୋହର ରନ୍ଧାରିଙ୍କୁ ଗଣଣଶିକ୍ଷା ମନ୍ତ୍ରୀ କହିଲେ…

ନବରଙ୍ଗପୁର,୧୫।୧୨(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ -୨୦୨୫ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri