ଝାରସୁଗୁଡ଼ା ବିମାନବନ୍ଦରରେ ସେବା ବାଧାପ୍ରାପ୍ତ : ବାରମ୍ବାର ବିମାନ ବାତିଲ ନେଇ ଅସନ୍ତୋଷ

ଭୁବନେଶ୍ୱର, ୮।୭(ବ୍ୟୁରୋ) : ଖରାପ ପାଗ ଯୋଗୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବିମାନ ସେବା ବନ୍ଦ ହୋଇଯାଇଛି। ଗତମାସରେ ମଧ୍ୟ ଅନେକ ବିମାନ ବାତିଲ ହୋଇଥିଲା। କଲିକତା, ହାଇଦ୍ରାବାଦ, ଦିଲ୍ଲୀ, ରାୟପୁର, ଭୁବନେଶ୍ୱର ଯିବାକୁ ଥିବା ବିମାନ ବାରମ୍ବାର ବାତିଲ ହେଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିମାନସେବାକୁ ନେଇ ଅଭିଯୋଗ ଆସିବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଏନେଇ ସ୍ପଷ୍ଟ କରାଯାଇଛି। ସମସ୍ୟାର ସମାଧାନ ପାଇଁ ଇନ୍‌ଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌) ଯନ୍ତ୍ର ଲଗାଯିବା ପ୍ରକ୍ରିୟା ଜାରି ରହିଛି ଓ ଡିଭିଓଆର୍‌ ଡିଏମ୍‌ଇ ପ୍ରୋସିଜିଓର ଚାଲିଛି। ଖୁବ୍‌ଶୀଘ୍ର ଝାରସୁଗୁଡା ବିମାନବନ୍ଦରକୁ ବିମାନ ଚଳାଚଳ ସ୍ବାଭାବିକ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗୋଟିଏ ସପ୍ତାହ ହେବ ସ୍ପାଇସ୍‌ ଜେଟ୍‌ ଓ ଆଲିଆନ୍ସ ଏୟାର ବିମାନ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ କରିନାହିଁ। ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ରାୟପୁର ଓ ଭୁବନେଶ୍ୱରକୁ ଏହି ବିମାନ ଯାତ୍ରା କରିଥାଏ। ବିମାନ ଉଡ଼ାଣ ବନ୍ଦ ରହିଥିବାରୁ ପ୍ରତିଦିନ ଯାତ୍ରୀମାନେ ବିମାନବନ୍ଦର ଆସି ଅପେକ୍ଷା କରି ଫେରିଯାଉଛନ୍ତି। ପାଗ ଖରାପ ଯୋଗୁ ବିମାନ ବାତିଲ ହେଉଥିବା ଘୋଷଣା କରାଯାଉଛି। ଏହାଦ୍ୱାରା ଝାରସୁଗୁଡ଼ା ବିମାନବନ୍ଦର ପ୍ରତି ଭରସା ଓ ବିଶ୍ୱାସ ତୁଟିଯାଉଛି। ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ କହିଛନ୍ତି, ବହୁତ ଶୀଘ୍ର ଏ ସମସ୍ୟାର ସମାଧାନ ହୋଇଯିବ। ଆଇଏଲ୍‌ଏସ୍‌ ଯନ୍ତ୍ର ଲଗାଯିବା ପରେ ପାଗ ଖରାପ ଯୋଗୁ ବିମାନ ଦିଗ ପରିବର୍ତ୍ତନ କରିବା ଓ ଅବତରଣ କରିବାରେ କୌଣସି ଅସୁବିଧା ହେବ ନାହିଁ।
ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଉଦ୍‌ଘାଟନ କରିଥିଲେ। ପ୍ରଥମେ ଏୟାର ଓଡ଼ିଶା ବିମାନ ସେବା ପ୍ରଦାନ କରିଥିଲା। ସେତେବେଳେ ଝାରସୁଗୁଡ଼ାରୁ କେବଳ ଭୁବନେଶ୍ୱରକୁ ବିମାନ ଉଡ଼ାଣ ହେଉଥିଲା। କିନ୍ତୁ କିଛିଦିନ ଚାଲିବା ପରେ ଏୟାର ଓଡ଼ିଶା ସେବା ବନ୍ଦ କରିଦେଇଥିଲା। କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ଝାରସୁଗୁଡା ବିମାନବନ୍ଦରକୁ ପୁଣି ଚାଲୁ କରିବା ପାଇଁ ପଦକ୍ଷେପ ନେଇଥିଲେ। ଗତ ମାର୍ଚ୍ଚ ୩୧ରେ ସ୍ପାଇସ୍‌ ଜେଟ୍‌ ଓ ଜୁନ୍‌ ୬ରେ ଆଲିଆନ୍ସ ଏୟାର ବିମାନ ସେବା ପ୍ରଦାନ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri