ଝଲସିଲାଣି ପତିରାଜପୁର ମେଳା ମଣ୍ଡପ: ବିରାଜିବେ ଦୋଳଗୋବିନ୍ଦ

ଖଇରା, ୯।୩-କଳା, ସଂସ୍କୃତି, ଆଧ୍ୟାତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ବାଲେଶ୍ୱର ଜିଲାର ପତିରାଜପୁର ମେଳା ପ୍ରସିଦ୍ଧ। ସୋମବାର ରାତିରୁ ମେଳା ପଡିଆରେ ଦୋଳମେଳନ ଆରମ୍ଭ ହେଉଥିବାରୁ ସମଗ୍ର ଖଇରା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ସୁସଜ୍ଜିତ ଆଲୋକ ସାଜସଜ୍ଜା, ଠାକୁରଙ୍କ ବିମାନ ପାଇଁ ଆସ୍ଥାନ, ସାଂସ୍କୃତିକ ମଞ୍ଚ ଓ ୭ଶହରୁ ଅଧିକ ଉଠାଦୋକାନୀଙ୍କ ପସରା ମେଳାକୁ ଅଧିକ ଆକର୍ଷଣୀୟ କରିଛି। ଏଥର ୮୦ରୁ ଊର୍ଦ୍ଧ୍ୱ ରାଧାକୃଷ୍ଣଙ୍କ ବିମାନ ଦୋଳମଣ୍ଡପରେ ଶୋଭାପାଇବ। ୮ଦିନ ଧରି ଆୟୋଜିତ ହୋଇଥିବା ମେଳାରେ ଅନ୍ୟ ବର୍ଷ ଭଳି ଏଥର ଲକ୍ଷାଧିକ ଦେଖଣାହାରିଙ୍କ ସମାବେଶକୁ ଦୃଷ୍ଟିରେ ରଖି ମେଳା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ୧ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅଗ୍ନିଶମ କର୍ମଚାରୀ ଓ ଦର୍ଶକଙ୍କୁ ସେବା ଯୋଗାଇବା ଲାଗି ବହୁ ସ୍ବେଚ୍ଛାସେବୀ ମୁତୟନ ବ୍ୟବସ୍ଥା କରାଯାଇଛି।
ସୁସଜ୍ଜିତ ବିମାନରେ ଠାକୁରଙ୍କୁ ଆକର୍ଷଣୀୟ ଶୋଭାଯାତ୍ରାରେ ଦୋଳ ପଡିଆ ଆସ୍ଥାନକୁ ଅଣାଯିବା ବେଳେ ସମଗ୍ର ଅଞ୍ଚଳ ଝଲସି ଉଠିଥାଏ। ଶଙ୍ଖ, ହୁଳହୁଳି, ଖୋଳ କରତାଳରେ ପୂରି ଉଠେ ପରିବେଶ। ଜନମାନସରୁ ହଜିଯାଉଥିବା ପାରମ୍ପରିକ ପ୍ରାଚୀନ ଲୋକକଳା ପ୍ରଦର୍ଶନ ଶୋଭାଯାତ୍ରାର ଗୁରୁତ୍ୱ ବଢାଇଥାଏ। ଗତ କିଛିବର୍ଷ ଭଳି ଚଳିତବର୍ଷ ମେଳା ପରିସରରେ ପୂର୍ଣ୍ଣମୀ ଦିନ ଡିଜେ ବାଦ୍ୟ ଓ ବାଣକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି ା ମେଳା ପଡିଆରେ ଚାନ୍ଦିନୀର ପୁନରୁଦ୍ଧାର ଓ ଆଲୋକ ବ୍ୟବସ୍ଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍‌ଘାଟିତ ହୋଇଯାଇଛି। ପାଣି ସମସ୍ୟାର ସମାଧାନ ପାଇଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି।
ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରୁ ଅଗଣିତ ଶ୍ରଦ୍ଧାଳୁ ପ୍ରତିବର୍ଷ ଏହି ମେଳା ଦେଖିବାକୁ ଆସିଥାନ୍ତି। ଦେଶବିଦେଶରେ ରହୁଥିବା ଖଇରା ଅଞ୍ଚଳର ଲୋକେ ପର୍ବ ପାଇଁ ଘରକୁ ଫେରିଆସିଥାନ୍ତି। ୮ ଦିନର ମହୋତ୍ସବ ଶେଷ ହେବା ସତ୍ତ୍ୱେ ଓଡିଶାର କୋଣ ଅନୁକୋଣରୁ ଆସିଥିବା ଅନେକ ଛୋଟବଡ ବ୍ୟବସାୟୀ ମେଳା ପଡିଆରେ ପ୍ରାୟ ୧ ମାସ ଧରି ରହିଥାନ୍ତି। ହେଲେ କ୍ରମାଗତ ବର୍ଷା ଲାଗି ରହିବା ବ୍ୟବସାୟୀଙ୍କ ଚିନ୍ତା ବଢାଇଛି। ମେଳା କମିଟି ସଭାପତି ପୀତାମ୍ବର ପଟ୍ଟନାୟକ କହିଛନ୍ତି ଯେ, ଶାନ୍ତିଶୃଙ୍ଖଳାରେ କାର୍ଯ୍ୟକ୍ରମ ପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରଦ୍ଧାଳୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସୁଥିବା ଟିମ୍‌ ଏଠାରେ ଅଧିକ ଦିନ କ୍ୟାମ୍ପ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ ଯୋଗାଣ ବିଭାଗ ପକ୍ଷରୁ ପୂର୍ବଭଳି ଉଠାଦୋକାନୀଙ୍କୁ କିରୋସିନ ଯୋଗାଇ ଦେବାକୁ ଦାବି କରିଛନ୍ତି। ମେଳା ପରିସରରେ କେହି ନିଶାଦ୍ରବ୍ୟ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୁବ୍ରତ ବେହେରା କହିଥିବା ବେଳେ ମେଳା ପରିସରକୁ ସ୍ବଚ୍ଛ ଓ ଆବର୍ଜନାମୁକ୍ତ ରଖିବାକୁ କମିଟି ସମ୍ପାଦକ ଗୌରାଙ୍ଗ ପାଣି ବ୍ୟବସାୟୀ ଓ ଆସୁଥିବା ଦର୍ଶକଙ୍କୁ ନିବେଦନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଠିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri