ଜୟୀ ରାଜଗୁରୁଙ୍କ ଆତ୍ମବଳିକୁ ସ୍ମରଣ କରି ଦେଶ ପାଇଁ କାର୍ଯ୍ୟ କରିବା ଉଚିତ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ମହାନ୍‌ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମଙ୍ଗଳବାର ସୂଚନା ଭବନଠାରେ ପାଳିତ ହୋଇଯାଇଛି। ରାଜ୍ୟ ଜଳ ସମ୍ପଦ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ସ୍ବାଧୀନତା ସଂଗ୍ରାମର ପ୍ରଥମ ଶହୀଦଭାବେ ଅଭିହିତ କରିଥିଲେ। ଦେଶ ଓ ଜାତି ପାଇଁ ସେ ଯେପରି ଆତ୍ମବଳି ଦେଇଯାଇଛନ୍ତି, ତାହାକୁ ସ୍ମରଣ କରି ସଂକଳ୍ପବଦ୍ଧ ହୋଇ ଦେଶ ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ସମ୍ମାନିତ ଅତିଥିଭାବେ ଯୋଗଦେଇ ଶହୀଦ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଅଧିକରୁ ଅଧିକ ଗବେଷଣା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ରାମଚନ୍ଦ୍ର ମିଶ୍ର ଯୋଗଦେଇ ଜୟୀ ରାଜଗୁରୁଙ୍କ ଜୀବନୀ, ରାଷ୍ଟ୍ରଭକ୍ତି ଓ ସଂଗ୍ରାମ ବିଷୟରେ ବିସ୍ତୃତ ଉପସ୍ଥାପନ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ଶହୀଦ ଜୟୀ ରାଜଗୁରୁଙ୍କ ଜୀବନୀ ଉପରେ ଆଧାରିତ ଓଡ଼ିଆ ବକ୍ତୃତା ଏବଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଅଧିକାରୀ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।
ଏହି ପରିପ୍ରେକ୍ଷୀରେ ସକାଳ ଏଜି ଛକସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ପରେ ଶହୀଦ ଜୟୀ ରାଜଗୁରୁଙ୍କ ସ୍ମୃତିରେ ସଂକୀର୍ତ୍ତନ ପଦଯାତ୍ରା ଓ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ପୂର୍ବାହ୍ନରେ ସୂଚନା ଭବନଠାରେ ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପୁରୀ ଗଜପତି ଶ୍ରୀଶ୍ରୀ ଦିବ୍ୟସିଂହ ଦେବ ଏହାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ବହୁ ବକ୍ତା, ଐତିହାସିକ ଜୟୀ ରାଜଗୁରୁଙ୍କ ସଂଗ୍ରାମ ଓ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri