ବ୍ରହ୍ମପୁର ଅଫିସ,୧୪।୩: ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତରେ ଶୁକ୍ରବାର ରାତିରେ ଜ୍ୱାଇଁଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଶନିବାର ସଦର ଥାନା ପୋଲିସ ଜଗଦଳପୁର ଗ୍ରାମର ୪ ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ ଶଳା ସନ୍ତୋଷ ସେଠୀ, ଶାଶୁ, ସ୍ତ୍ରୀ ଏବଂ ଉକ୍ତ ପଞ୍ଚାୟତର ଜଣେ ସମିତି ସଭ୍ୟ। ଏନେଇ ଶନିବାର ସକାଳ ସୁଦ୍ଧା ଥାନାରେ ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ଅଟକମାନଙ୍କୁ ଘଟଣା ସମ୍ପର୍କରେ ଜେରା ଚଳାଇଥିବା ଜଣାପଡିଛି ।
ପ୍ରକାଶ ଯେ, ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀର ବୀଣା ସେଠୀ (୩୭) ଜଗଦଳପୁର ଗ୍ରାମର ସନ୍ତୋଷଙ୍କ ଭଉଣୀଙ୍କୁ କିଛିବର୍ଷ ପୂର୍ବେ ବିବାହ କରିଥିଲେ। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ବୀଣାଙ୍କ ସ୍ତ୍ରୀ କିଛିଦିନ ତଳେ ଭାଇ ଘର ଜଗଦଳପୁରକୁ ଚାଲିଯାଇଥିଲେ। ଶୁକ୍ରବାର ରାତିରେ ବୀଣା ସ୍ତ୍ରୀଙ୍କୁ ଡାକିବା ପାଇଁ ଜଗଦଳପୁର ଯାଇଥିଲେ। ସେଠାରେ ବୀଣା ଓ ସନ୍ତୋଷଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ରାତ୍ରି ପ୍ରାୟ ସାଢ଼େ ୧୧ ଟାରେ ସନ୍ତୋଷ ଜ୍ୱାଇଁ ବୀଣାଙ୍କୁ ଆକ୍ରମଣ କରିବା ବେଳେ ତାଙ୍କ ମା’, ଭଉଣୀ ଏବଂ ଉକ୍ତ ପଞ୍ଜାୟତର ଜଣେ ସମିତି ସଭ୍ୟ ସହଯୋଗ କରିଥିବା ପୋଲିସ ଜାଣିବାକୁ ପାଇଛି। ଆକ୍ରମଣର ଶିକାର ହୋଇ ଗାଁ ଦାଣ୍ଡରେ ଅଚେତ ହୋଇପଡ଼ିଥିବା ବୀଣାଙ୍କୁ ପୋଲିସ ଉଦ୍ଧାରକରି ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ
ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...
ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି
ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍ ହୋଇଯାଇଛି। ଏହାର ପ୍ରତିବାଦରେ...
ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି
କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...
ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…
କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍ନିକ୍ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...
ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି
ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...
ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା
ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...
ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ
ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...
ଧର୍ମଶାଳା ଗଣ୍ଡଗୋଳ: ରାଜନୀତି ଛକାପଞ୍ଝାରେ ୨ ଗୋଷ୍ଠୀ, ଗାଁରେ କୋକୁଆ ଭୟ
ଧର୍ମଶାଳା,୧୫।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ଗଣ୍ଡଗୋଳକୁ ନେଇ ଧାରଣା, ରାଜନୀତି ଛକାପଞ୍ଝା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ବିଜେଡି ଓ ଯାଜପୁରରେ ଭାଜପାର ଧାରଣା। ବିଧାୟକ...
Archives


