Posted inଖେଳ

ଜୋନାଥନ ହଲ୍‌ ଆଇସିସିର ଜେନେରାଲ କନସେଲ୍‌

ଦୁବାଇ, ୨୨ା୮ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗୁରୁବାର ଜେନାଥନ ହଲ୍‌ଙ୍କୁ ଏହାର ଜେନେରଲ କନ୍‌ସଲ ଏବଂ କମ୍ପାନୀ ସେକ୍ରେଟାରୀ ଭାବେ ମନୋନୀତ କରିଛି। ହଲ୍‌ଙ୍କର ଲୌରିଅସ୍‌ ଏବଂ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ସମେତ ବହୁ ଅନ୍ତର୍ଜାତୀୟ ଓ ୟୁକେ କ୍ରୀଡ଼ା ସଂଗଠନର ସିନିୟର ପରାମର୍ଶଦାତା ଭବେ ସଫଳତାର ସହିତ ଦାୟିତ୍ୱ ତୁଲାଇ ଆସିଛନ୍ତି। ସେ ଦି ଫୁଟ୍‌ବଲ ଆସୋସିଏଶନ (ଦି ଏଫ୍‌ଏ) ପାଇଁ ପ୍ରଥମେ ଡାଇରେକ୍ଟର ଅଫ୍‌ ଗଭର୍ନାନ୍ସ ପଦବୀରେ ନିଯୁକ୍ତି ପାଇଥିଲେ। ପରେ ସେ ଫୁଟ୍‌ବଲ ସର୍ଭିସ ଡିଭିଜନର ଡାଇରେକ୍ଟର ହୋଇଥିଲେ। ଏଫ୍‌ଏରେ ଯୋଗଦାନ ପୂର୍ବରୁ ହଲ୍‌ ରଗ୍‌ବୀ ଫୁଟ୍‌ବଲ ୟୁନିୟନ (ଆର୍‌ଏଫ୍‌ୟୁ)ର ଜେନେରାଲ କନସେଲ ଏବଂ କମ୍ପାନୀ ସେକ୍ରେଟୋରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ଆଇଏମ୍‌ଜିର ସିନିୟର ଇଣ୍ଟରନ୍ୟାଶନାଲ ଭାଇସ୍‌ପ୍ରେସିଡେଣ୍ଟ, ଲିଗାଲ ଆଫାୟର୍ସ ଦେଖାଚାହଁ କରୁଥିଲେ। ଏଥିରେ କ୍ରିକେଟ, ଫୁଟ୍‌ବଲ, ରଗ୍‌ବୀ, ଟେନିସ ଓ ଗଲ୍‌ଫ ଆଦି ଖେଳର ବ୍ୟବସାୟିକ ଆଇନଗତ ବ୍ୟାପାର ଅନ୍ତର୍ଭୁକ୍ତ। ହଲ୍‌ ସେପ୍ଟେମ୍ବର ମଧ୍ୟ ଭାଗରେ ଦାୟିତ୍ୱ ଗ୍ରହଣ କରିବେ। ସ୍ଥାନୀୟ ଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ ଅବସ୍ଥାପିତ ହେବେ। ଆଇସିସି ସିଇଓ ମନୁ ସାହନେ କହିଛନ୍ତି, ଜୋନାଥନଙ୍କ ଭଳି ପ୍ରଚୁର ଅଭିଜ୍ଞା ସମ୍ପନ୍ନ ବ୍ୟକ୍ତି ପାଇଁ ମୁଁ ଆନନ୍ଦିତ। ହଲ୍‌ କହିଛନ୍ତି ମୁଁ ଜଣେ କ୍ରିକେଟପ୍ରେମୀ। ଜଣେ ପ୍ରଫେସନାଲ ହିସାବରେ କ୍ରିକେଟ ପାଇଁ କିଛି କରି ଦେଖାଇବାକୁ ଚାହିଁବି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri