ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ନାମରେ ଲୁଟ୍‌ ମାମଲା ରୁଜୁ: -ସୋର ଥାନା ଏଏସ୍‌ଆଇ ନିଲମ୍ବିତ

 

ବାଲେଶ୍ୱର ଅଫିସ/ସୋର, ୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପକାରାଗାରରେ ଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କ ନାମରେ ପୋଲିସ ଲୁଟ୍‌ ମାମଲା ରୁଜୁ କରିବା ଓ କାଗଜପତ୍ରରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ବାଲେଶ୍ୱର ପୋଲିସକୁ ଅଡ଼ୁଆରେ ପକାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏସ୍‌ପି ବି. ଯୁଗଳ କିଶୋର କୁମାର ଗୁରୁବାର ସୋର ଥାନା ଏଏସ୍‌ଆଇ ମିନକେତନ ସିଂଙ୍କୁ ନିଲମ୍ବନ କରିଛନ୍ତି। ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୧୯ରେ ସୋର ଉତ୍ତରେଶ୍ୱର ଛକରୁ ଖଇରା ଥାନା ପୋଲିସ ରଣଜିତ ନାୟକ ନାମକ ଜଣେ ଯୁବକଙ୍କୁ ଏକ ମାମଲାରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ସୋର ଉପ-କାରାଗାରକୁ ପଠାଇ ଦିଆଯାଇଥିଲା। ୬ ମାସ ୧୪ଦିନ ସେ ଜେଲ୍‌ରେ ରହିବା ପରେ ଗତ ଜୁଲାଇ ୩୦ରେ ତାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା ା ସେ ଅଗଷ୍ଟ ୨ତାରିଖରେ ଜେଲ୍‌ରୁ ମୁକୁଳିବାର ଥିଲା ା ତେବେ ମେ’ ୨୩ ତାରିଖରେ ଜାତୀୟ ରାଜପଥରେ ଏକ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କଠାରୁ ଲୁଟ୍‌ ଘଟଣା ଘଟିଥିଲା ା ଏ ସଂକ୍ରାନ୍ତରେ ସୋର ଥାନାରେ ଅଭିଯୋଗ ହୋଇଥିଲା ା ଏହି ମାମଲାର ତଦନ୍ତକାରୀ ଅଧିକାରୀ ଦାୟିତ୍ୱ ଏଏସ୍‌ଆଇ ମୀନକେତନ ସିଂଙ୍କୁ ମିଳିଥିଲା ା ହେଲେ ସେ ରଣଜିତ୍‌ଙ୍କ ବିରୋଧରେ ସୋର ଥାନାରେ ଏକ ମାମଲା (ନଂ. ୨୩୭/୧୯) ରୁଜୁ କରିଥିଲେ। ଏପରି କି ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସେ କାଗଜପତ୍ରରେ ଦର୍ଶାଇଥିଲେ ା ଏହି ଘଟଣା ଜଣାପଡ଼ିବା ପରେ ଉପରିସ୍ଥ ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଥିଲେ ା ପ୍ରକୃତ ଲୁଟେରାଙ୍କୁ ଧରିବାରେ ବିଫଳ ହେବା ପରେ ପୋଲିସ ଚାପରେ ଜେଲରେ ଥିବା ଜଣେ କଏଦୀଙ୍କ ନାମରେ କାଗଜପତ୍ରରେ ମାମଲା ରୁଜୁ କରି ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା ା ଏ ସମ୍ପର୍କରେ ଆଇଜି ପଟ୍ଟନାୟକ କହିଛନ୍ତି, ଉକ୍ତ ଘଟଣାର ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ସିଂଙ୍କ ସମ୍ପୂର୍ଣ୍ଣ ଭୁଲ୍‌ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ଉକ୍ତ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଘଟଣାରେ ଯଦି ଅନ୍ୟ କୌଣସି ଅଧିକାରୀ ସାମିଲ୍‌ ଥାଆନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?