ଜେଲ୍‌ରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣା: ଗ୍ୟାଙ୍ଗଷ୍ଟର ସକିଲଙ୍କ ଆଉ ଜଣେ ବାନ୍ଧବୀ ଗିରଫ

କଟକ ଅଫିସ, ୪ା୧: ଜେଲ୍‌ ଭିତରେ ଥାଇ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲଙ୍କ ଆଉଜଣେ ବାନ୍ଧବୀଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁରର ନସିମ ଓରଫ ନିଖାତ୍‌ ନସିମ(୨୫)। ସକିଲ ଗିରଫ ହୋଇ ଜେଲ୍‌ ଗଲା ପରେ କିଛିଦିନ ପାଇଁ ଗ୍ୟାଙ୍ଗର ଆପରାଧିକ କାର୍ଯ୍ୟକଳାପ ବନ୍ଦ ରହିଥିଲା। ତେବେ କିଛିଦିନର ବ୍ୟବଧାନ ପରେ ସକିଲ ଜେଲ୍‌ରେ ଥାଇ ଫୋନ୍‌ ମାଧ୍ୟମରେ ପୁଣି ନିଜ ଗ୍ୟାଙ୍ଗର ନେଟ୍‌ୱର୍କ ବଢାଇଥିଲେ। ଜେଲ୍‌ରେ ଥାଇ ସମସ୍ତ ପ୍ଲାନ ତିଆରି କରୁଥିଲେ ସକିଲ। କିଏ ଦାଦାବଟି ଦେବ, କାହାକୁ ଦେବ, କେମିତି ଦେବ ତାହାର ବ୍ଲୁପ୍ରିଣ୍ଟ ଜେଲ୍‌ ଭିତରୁ ପ୍ରସ୍ତୁତ ହେଉଥିଲା। ଏ ସମସ୍ତ ପ୍ଲାନର ମାଷ୍ଟରମାଇଣ୍ଡ ଥିଲେ ସକିଲ। ଜେଲ୍‌ ବାହାରେ ରହି ଏହାକୁ ରୂପ ଦେଉଥିଲେ ତାଙ୍କର ୨ ବାନ୍ଧବୀ। ପରେ ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ସେମାନଙ୍କଠାରୁ ବଟି ଆଦାୟ କରୁଥିଲେ। ସକିଲଙ୍କୁ ଦେଖା କରିବା ପାଇଁ ଜେଲ୍‌କୁ କେହି ପୁରୁଷ ସହଯୋଗୀ ଗଲେ କାଳେ ପୋଲିସର ସନ୍ଦେହ ଘେରକୁ ଆସିବେ, ତେଣୁ ଏହି ୨ ବାନ୍ଧବୀ ତାଙ୍କୁ ଦେଖା କରିବାକୁ ଜେଲ୍‌ ଯାଉଥିଲେ। ସେମାନେ ସକିଲଙ୍କୁ ଏକ ଫୋନ୍‌ ଦେବା ସହ ଜେଲ୍‌ ବାହାରର ସମସ୍ତ ସୂଚନା ଦେଉଥିଲେ। ଝିଅ ହୋଇଥିବାରୁ ଏତେ ସହଜରେ ପୋଲିସର ସନ୍ଦେହ ଘେରକୁ ଆସି ନ ଥିଲେ। ତେବେ ବ୍ୟବସାୟୀଙ୍କୁ ଦାଦାବଟି ପାଇଁ ଧମକ ଦେବା ଘଟଣାରେ ସକିଲଙ୍କ ଜଣେ ସହଯୋଗୀ ଗିରଫ ହେବା ପରେ ସମସ୍ତ ଗୁମର ଫିଟିଥିଲା।
କଟକ ବକ୍ସିବଜାରସ୍ଥିତ ଆନନ୍ଦ ସ୍ପୋଟର୍‌ସର ମାଲିକ ତଥା ବ୍ୟବସାୟୀ ଯୋଗେଶ ଅଗ୍ରୱାଲଙ୍କୁ ଗତ ଡିସେମ୍ବର ୧୨ ତାରିଖରେ ଚୌଦ୍ୱାର ଜେଲ୍‌ରେ ଥିବା ସକିଲ ଫୋନ୍‌ କରି ୧୦ଲକ୍ଷ ଟଙ୍କା ମାଗିଥିଲେ। ପରେ ସକିଲ୍‌ଙ୍କ ସହଯୋଗୀ ଜନ, ମୁକେଶ ଓ ଟାଇଗର ସେଠାରେ ପହଞ୍ଚି ଯୋଗେଶଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଯୋଗେଶ ଉକ୍ତ ଟଙ୍କା ଦେବାରେ ବିଫଳ ହେବାରୁ ଗତ ୧୯ ତାରିଖରେ ସକିଲ ଯୋଗେଶଙ୍କ ସାନଭାଇ ସୁରଜଙ୍କୁ କଲ କରି ୫ଲକ୍ଷ ଟଙ୍କା ମାଗିଥିଲେ। ଏ ନେଇ ଯୋଗେଶ ଓ ସୁରଜଙ୍କ ପକ୍ଷରୁ ଦରଘାବଜାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇଟି ମାମଲା ରୁଜୁ କରିଥିଲା। ପରେ ପୋଲିସ ଉଭୟ ଘଟଣାରେ ସମ୍ପୃକ୍ତ ଥିବା ନସିମଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଏହି ଘଟଣାରେ ପୂର୍ବରୁ ପୋଲିସ ସକିଲଙ୍କ ବାପା, ଭାଇ ଓ ଜଣେ ବାନ୍ଧବୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri