ଜେଲ୍‌ରୁ ପ୍ରେମିକଙ୍କୁ ମୁକୁଳାଇବାକୁ ପ୍ରେମିକାଙ୍କ ନିଷ୍ପତ୍ତି: ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପଡିଲା ହାତଗଣ୍ଠି

ବାଲେଶ୍ୱର ଅଫିସ,୨।୨-ପ୍ରତାରଣା ଅଭିଯୋଗରେ ବାଲେଶ୍ୱର ଜିଲା କାରାଗାରରେ ଦଣ୍ଡ ଭୋଗୁଥିବା ପ୍ରେମିକଙ୍କୁ ମୁକୁଳାଇବା ପାଇଁ ପ୍ରେମିକା ବିବାହ ନିଷ୍ପତ୍ତି ନେଇଥିଲେ। ଉଭୟ ପରିବାରଙ୍କ ସମ୍ମତି ଏବଂ କୋର୍ଟର ନିର୍ଦ୍ଦେଶରେ କାରାଗାର ପରିସରରେ ଶନିବାର ସନ୍ଧ୍ୟାରେ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଛି। ଜେଲର ସୁପରିଣ୍ଟେଣ୍ଡେଣ୍ଟ ଓ ଜେଲରଙ୍କ ତତ୍ତ୍ୱାବଧାନରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଜେଲ ସୁପରିଣ୍ଟେଣ୍ଡଣ୍ଟଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଗବନ୍ଧୁ ଦାସଙ୍କ ଝିଅ ବେଙ୍ଗୀ (୨୦)ଙ୍କୁ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଖଡ଼ିକାପଦା ଗ୍ରାମର ବିକାଶ ଦାସ (୨୫) ବିବାହ ପ୍ରତିଶ୍ରୁତି ଦେଇ ପ୍ରାୟ ୧ବର୍ଷ ହେବ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ମାତ୍ର ପରେ କୌଣସି କଥାରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ଏନେଇ ରୂପ୍‌ସା ଥାନାରେ ମାମଲା (ନଂ. ୯୨/୨୦୧୯) ରୁଜୁ ହୋଇଥିଲା। ଗତ ଡିସେମ୍ବର ୭ ତାରିଖରେ ବିକାଶଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ସ୍ବତନ୍ତ୍ର ମାମଲା (ନଂ. ୧୮୪/୨୦୧୯) ରୁଜୁ ହେବା ସହ ବିକାଶଙ୍କୁ ବାଲେଶ୍ୱର ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ମାତ୍ର ବେଙ୍ଗୀଙ୍କ ପରିବାର ଏବଂ ବିକାଶଙ୍କ ପରିବାର ମଧ୍ୟରେ ଗ୍ରାମରେ ବୈଠକ ବସି ଉକ୍ତ ମାମଲାର ସମାଧାନ ସହ ବିବାହ କରାଇବାର ସିଦ୍ଧାନ୍ତ ହୋଇଥିଲା। କୋର୍ଟଙ୍କୁ ବିବାହ ପାଇଁ ଅନୁମତି ପ୍ରାର୍ଥନା କରିବାରୁ ବିଚାରପତି ଗତ ଡିସେମ୍ବର ୨୩ତାରିଖରେ ମଞ୍ଜୁର କରିଥିଲେ। ପୁଣି ଡିଜିପି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅନୁମତି ମଗାଯାଇଥିଲା, ଯାହା ଗତ ଜାନୁୟାରୀ ୨୨ତାରିଖରେ ମଞ୍ଜୁର ହୋଇଥିଲା। ପୁଣି କୋର୍ଟଙ୍କୁ ଫେବୃୟାରୀ ୧ତାରିଖ ବିବାହ ପାଇଁ ଗତ ଜାନୁୟାରୀ ୩୧ରେ ଅନୁମତି ମଗାଯାଇଥିଲା। ବିଚାରପତିଙ୍କ ମଞ୍ଜୁର ପରେ ଉଭୟଙ୍କ ବିବାହ ଜେଲ ମଧ୍ୟରେ ହିନ୍ଦୁ ବିବାହ ଆଇନ ଅନୁସାରେ ଅନୁଷ୍ଠିତ ହୋଇଛି। ରାଜାବଗିଚା ରାଧାକୃଷ୍ଣ ମନ୍ଦିର ତରଫରୁ ଏହି ବିବାହ ରେଜିଷ୍ଟ୍ରେଶନ କରାଯାଇଛି। ଯାହାର ସାର୍ଟିଫିକେଟ୍‌ (ନଂ. ୧୯୮/୧ା୨ା୨୦୨୦) ଓ ରସିଦ୍‌ (ନଂ. ୬୮୭) ଅଟେ। ଏହି ବିବାହରେ ଆଇନଜୀବୀ ପ୍ରଶାନ୍ତ କୁମାର ନନ୍ଦ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ବିଶିଷ୍ଟ ସମାଜସେବୀ ତଥା ଭାଜପା ନେତା ପର୍ଶୁରାମ ବେହେରା କନ୍ୟାଦାନ କରିଥିବା ବେଳେ ସଦର ବିଧାୟକ ମଦନ ମୋହନ ଦତ୍ତ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ। ଭାଜପା ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବିବାହ ସମୟରେ ଉଭୟଙ୍କ ପରିବାର ପକ୍ଷରୁ ପ୍ରାୟ ୪୦ରୁ ୫୦ ଲୋକ ଉପସ୍ଥିତ ଥିଲେ। ତେବେ ଆଇନ ଅନୁଯାୟୀ ବିକାଶ ଖୁବ୍‌ଶୀଘ୍ର ଜେଲରୁ ବାହାରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରିବ୍ୟୁନାଲ ରାୟ ପରେ ବଂଶଧାରା ନଦୀରେ ବନ୍ଧ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜଲା ଅନ୍ତର୍ଗତ ଚିରସ୍ରୋତା ପୁଣ୍ୟତୋୟା ବଂଶଧାରା ନଦୀ ଉପର ମୁଣ୍ଡରେ ଜଳ ଆନିକଟ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଦାବି ଉଠିଛି  ।ଏ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri