ଚମ୍ପୁଆ,୨।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ଉପକାରାଗାରରେ ରହୁଥିବା ଝାଡଖଣ୍ଡ ଜୟନ୍ତୀଗଡ ଅଞ୍ଚଳର ଆଦିତ୍ୟ ସିର୍କା ନାମ୍ନୀ ଜଣେ ୮ ମାସର ଗର୍ଭବତୀ ମହିଳାଙ୍କୁ ଶନିବାର ଜାମିନ୍ରେ ଛଡାଯାଇଛି। ୬ ବର୍ଷ ତଳେ ନିଜ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ସେ କେନ୍ଦୁଝର ଜିଲା ବଲାଣୀ ଅଞ୍ଚଳର ବିଜୟ ମୁଣ୍ଡାଙ୍କୁ ପ୍ରେମ ବିବାହ କରିଥିଲେ। ପରେ ଏକ ଆପରାଧିକ ମାମଲା ଛନ୍ଦି ହୋଇ ପଡିବାରୁ ତାଙ୍କୁ ଜେଲ ଭୋଗିବାକୁ ପଡିଥିଲା। ସେ ୨ବର୍ଷର ଏକ ଶିଶପୁତ୍ର ସହ ପ୍ରଥମେ ବଡବିଲ ଜେଲ୍ରେ ରହିଥିଲେ। ଗତ ୨୬ ତାରିଖରେ ସେ ଚମ୍ପୁଆ ଜେଲକୁ ସ୍ଥାନାନ୍ତରିତ ହୋଇଥିଲେ। ମାସକ ତଳେ ଅତିରିକ୍ତ ଜିଲା ଦୌରାଜଜ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଟଙ୍କା ଓ ଜାମିନଦାର ଅଭାବରୁ ସେ ଜେଲରୁ ମୁକୁଳି ପାରି ନ ଥିଲେ। ଆଦିତ୍ୟ ଗର୍ଭବତୀ ଥିବା ଜାଣିବା ପରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଜୀବନ ସିଂ କୁଦାଦା ପ୍ରଥମେ ଏ ନେଇ ତାଲୁକ ଆଇନ ସେବା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ପରେ ଆଇନ ସେବା ସହାୟତା ପକ୍ଷରୁ ଜଣେ ସ୍ବତନ୍ତ୍ର ଓକିଲ ନିଯୁକ୍ତି ଦିଆଯାଇଥିଲା। ଏ ନେଇ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ କୁଦାଦା ୩ ହଜାର ଟଙ୍କା ଖର୍ଚ୍ଚ କରିବା ସହ ଜାମିନଦାର ଯୋଗାଡରେ ସହାୟତା କରିଥିଲେ। ଆଇନ ଅନୁଯାୟୀ ସମସ୍ତ କାଗଜପତ୍ର କାମ ସରିବା ପରେ ଆଦିତ୍ୟ ଶନିବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। ଚମ୍ପୁଆ ଏସଡିଏମଓଙ୍କ ସହଯୋଗ କ୍ରମେ ସେ ଚମ୍ପୁଆ ଡାକ୍ତରଖାନାରେ ଥିବା ମା’ ଘରେ ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଡାକ୍ତରଖାନା କତ୍ତୃର୍ର୍ପକ୍ଷଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।
ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…
ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…
ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…
ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…
ଏନଏସ୍ଏସ୍ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ
ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…
ପୁଣି ମହାପ୍ରଭଙ୍କୁ ଅସମ୍ମାନ, ଶାଢ଼ିରେ ଜଗନ୍ନାଥଙ୍କ ଚିତ୍ର ଦେଖି ତେଜିଲା ଅସନ୍ତୋଷ
ଭୁବନେଶ୍ୱର,୧୨ା୬: ପୁଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଛି। ଶାଢ଼ିରେ ମହାପ୍ରଭୁଙ୍କ ଚିତ୍ର ଥିବା ସୋସିଆଲ ମିଡିଆରେ ବିଜ୍ଞାପନ ଭାଇରାଲ ହେଉଛି। ଶାଢ଼ି କାନିରେ ତିନି ରଥ ଓ…
ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ
ଗୁଣପୁର,୧୨।୬(ସଂକେତ ପାତ୍ର): ରାୟଗଡା ଜିଲା ଗୁଣପୁରର ପୂର୍ବତନ ବିଧାୟକଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଅମଡିଙ୍ଗ୍ ଗ୍ରାମର ରାମମୂର୍ତ୍ତି ଗମାଙ୍ଗଙ୍କ ଭୁବନେଶ୍ୱରରେ ଦେହାନ୍ତ ହୋଇଯାଇଛି । ସେ କିଛି…
ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ ପାଇଁ ଦାବି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ…
ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକର ଡଙ୍ଗରଗଡ଼ ଜଳପ୍ରପାତକୁ ଇକୋ-ଟୁରିଜମ (ପରିବେଶ ପର୍ଯ୍ୟଟନ) ପାଇଁ ଦାବି ହୋଇଛି। ଏନେଇ ଶୁକ୍ରବାର ଭବାନୀପାଟଣାରେ ଜଙ୍ଗଲ ଓ…
ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ
ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…
ବିଡିଓଙ୍କ ଚାମ୍ବରରେ ଭିଡିଓ ରେକର୍ଡିଂ, ସରପଞ୍ଚ ଚାମେଲିଙ୍କୁ ଉଠାଇନେଲା ପୋଲିସ, ଛାତି – ପେଟକୁ ମାଡ ମାରି…
କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଗୁରୁବାର ବିଡିଓଙ୍କ ଚାମ୍ବରରେ…
Archives

