Posted inଖେଳ

ଜୁଲାଇ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ସସ୍‌ପେଣ୍ଡ କଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ, ୭ା୪ (ପି.ଟି.)-କୋଭିଡ୍‌-୧୯ ମହାମାରୀ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଆସନ୍ତା ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ଏହାର ସମସ୍ତ ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରିଛି। ଏଥିରେ ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌, ବିଡବ୍ଲ୍ୟୁଏଫ୍‌ ଟୁର୍‌ ଏବଂ ଅନ୍ୟ ବିଡବ୍ଲ୍ୟୁଏଫ୍‌ ସ୍ବୀକୃତିପ୍ରାପ୍ତ ଟୁର୍ନାମେଣ୍ଟ ରହିଛି। ହୋଷ୍ଟ ମେମ୍ବର ଆସୋସିଏଶନ୍ସ (ଏଚ୍‌ଏମ୍‌ଏ) ଏବଂ କଣ୍ଟିନେଣ୍ଟାଲ କନଫେଡେରେଶନ (ସିସି) ସହିତ ଆଲୋଚନା ପରେ ବିଡବ୍ଲ୍ୟୁଏଫ୍‌ ସୋମବର ଏହି ନିଷ୍ପତ୍ତି ନେଇଛି। ଏହି ସମୟକାଳ ମଧ୍ୟରେ ସବୁଠାରୁ ପ୍ରଭାବିତ ହୋଇଥିବା ଟୁର୍ନାମେଣ୍ଟ ହେଉଛି ଇଣ୍ଡୋନେସିଆ ଓପନ୍‌ ୨୦୨୦ (ସୁପର ୧୦୦୦)। ବର୍ତ୍ତମାନ ପାଇଁ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପୁଣି ସ୍ଥିର ରଖାଯାଇଛି। ଟୁର୍ନାମେଣ୍ଟ ଆରମ୍ଭ ହେବାପରେ ପୁଣି ଏହା କାର୍ଯ୍ୟକ୍ଷମ ହେବ ବୋଲି ବିଡବ୍ଲ୍ୟୁଏଫ୍‌ କହିଛି। ବାତିଲ ହୋଇଥିବା ଟୁର୍ନାମେଣ୍ଟ ତାଲିକା ନିମ୍ନରେ ପ୍ରଦାନ କରାଗଲା-
ଗ୍ରେଡ୍‌-୨ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ
୧. ଅଷ୍ଟ୍ରେଲିଆନ ଓପନ୍‌ ୨୦୨୦ (ଜୁନ୍‌ ୨ରୁ ୭)
୨. ଥାଇଲାଣ୍ଡ ଓପନ୍‌୍‌ (ଜୁନ୍‌ ୯ ରୁ ୧୪)
୩. ଇଣ୍ଡୋନେସିଆ ଓପନ୍‌ (ଜୁନ୍‌ ୧୬ରୁ ୨୧)
୪. ରଷିଆନ ଓପନ୍‌ ( ଜୁଲାଇ ୭ରୁ ୧୨)
ଗ୍ରେଡ୍‌-୩, ଜୁନିୟର ଓ ପାରା ବ୍ୟାଡ୍‌ମିଣ୍ଟନ
୧. ଡେନମାର୍କ ଚ୍ୟାଲେଞ୍ଜ (ମେ ୭ରୁ ୧୦)
୨. ସ୍ଲୋଭେନିଆ ଇଣ୍ଟରନ୍ୟାଶନାଲ (ମେ ୧୩ରୁ ୧୬)
୩. ଲାଟଭିଆ ଇଣ୍ଟରନ୍ୟାଶନାଲ (ମେ ୨୮ରୁ ୩୧)
୪. ଭିଏତ୍‌ନାମ ଇଣ୍ଟରନ୍ୟାଶନାଲ (ଜୁନ୍‌ ୨ରୁ ୭)
୫. ଲିଥୁଆନିଆ ଇଣ୍ଟରନ୍ୟାଶନାଲ (ଜୁନ୍‌ ୪ରୁ ୭)
୬. କାନାଡା ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ (ଜୁନ୍‌ ୯ରୁ ୧୪)
୭. ରଷିଆନ ଇଣ୍ଟରନ୍ୟାଶନାଲ ଜୁନିୟର
ହ୍ବାଇଟ୍‌ ନାଇଟ୍ସ (ଜୁନ୍‌ ୨୫ରୁ ୨୮)
୮. ହ୍ବାଇଟ ନାଇଟ୍ସ (ଜୁଲାଇ ୧ରୁ ୫)
୯. ଅଲ୍‌ ଇଂଲଣ୍ଡ ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ (ଜୁଲାଇ ୧୬ରୁ ୧୯)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri