Posted inଖେଳ

ଜୁନ୍‌ରେ ହେବ ଚାଇନିଜ୍‌ ସୁପର ଲିଗ୍‌

ସାଂଘାଇ, ୯ା୫ (ଏଏଫ୍‌ପି)- କରୋନା ଭାଇରସ ଯୋଗୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ) ଆସନ୍ତା ମାସରେ ଖେଳାଯିବ। କିନ୍ତୁ ପାଉଲିନୋ ଓ ମାର୍କୋ ଆର୍ନାଟୋଭିଚ୍‌ଙ୍କ ଭଳି ବିଦେଶୀ ଷ୍ଟାର ଖେଳାଳିଙ୍କ ବିନା ଏହା ଅନୁଷ୍ଠିିତ ହେବ। ଜାନୁୟାରୀରେ ମହାମାରୀର ଶିକାର ହେବାରେ ସିଏସ୍‌ଏଲ୍‌ ହେଉଛି ଚାଇନାର ପ୍ରଥମ କ୍ରୀଡ଼ା ଇଭେଣ୍ଟ। ଏହା ଫେବୃୟାରୀ ୨୨ରୁ ଖେଳାଯାଇ ଥାନ୍ତା। ମାତ୍ର ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଏହା ଜୁନ୍‌ ଶେଷ ଭାଗରେ ଆରମ୍ଭ ହେବାକୁଯାଉଛି। ଦେଶରେ ସାମୟିକ ବାହ୍ୟ ପ୍ରବେଶ କଟକଣା ଜାରି କରାଯାଇଥିବାରୁ ବହୁ ବିଦେଶୀ କୋଚ୍‌ ଓ ଖେଳାଳି ଅନୁପସ୍ଥିତ ରହିବା ସ୍ବାଭାବିକ ବୋଲି ଚାଇନିଜ୍‌ ଫୁଟ୍‌ବଲ ଆସୋସିଏଶନ ସଭାପତି ଚେନ୍‌ ଜୁୟୁଆନ୍‌ କହିଛନ୍ତି। ବିଦେଶୀଙ୍କୁ ଅନୁମତି ନ ମିଳିବା ଦ୍ୱାରା ସିଏସ୍‌ଏଲ୍‌ରେ ଫାବିଓ କାନାଭାରୋଙ୍କ ଗତଥରର ଚାମ୍ପିୟନ ଗୁଆଙ୍ଗଝୋଉ ଏଭରଗ୍ରେନେଡ୍‌ ଏବଂ ରନର୍ସଅପ୍‌ ବେଜିଂ ଗୁଓଆନ୍‌ ବିଶେଷ ଭାବେ ପ୍ରଭାବିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମ ପାଖରେ ଧୋନି ନାହାଁନ୍ତି,’ ଇଂଲଣ୍ଡ ପ୍ରଶିକ୍ଷକ ହେବା ପରେ ଷ୍ଟିଫେନ ଫ୍ଲେମିଂଙ୍କୁ ‘ଚେତାବନୀ’ ମିଳିଛି

ନୂଆଦିଲ୍ଲୀ,୩୧।୭: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିବା ଷ୍ଟିଫେନ ଫ୍ଲେମିଂଙ୍କୁ ଏବେ ଇଂଲଣ୍ଡ ଟେଷ୍ଟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି।…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri