ଜୁନ୍‌ରୁ ଜିଲାରେ ଇ-କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୧୩।୩ – ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଲାଗୁ ହେବ ଇ-କାର୍ଯ୍ୟାଳୟ। ଏହି ବ୍ୟବସ୍ଥା ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚିଠି ଧରି ଆଉ ଏ ବିଭାଗରୁ ସେ ବିଭାଗ ବୁଲିବାକୁ ପଡ଼ିବ ନାହିଁ। ଫାଇଲ ବି ନାଲି ଫିତା ତଳେ ବର୍ଷ ବର୍ଷ ଧରି ପଡ଼ି ରହିବ ନାହିଁ। ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ବିଭାଗକୁ ଏହି ଇ- କାର୍ଯ୍ୟାଳୟରେ ସାମିଲ କରାଯିବା ଯୋଜନା ରହିଛି।
ସରକାରଙ୍କ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ଅନ୍‌ଲାଇନରେ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ଚାଲିବ। ଆସନ୍ତା ଜୁନରୁ ଅନୁଗୋଳ ଜିଲା କାର୍ଯ୍ୟାଳୟର ୨୫ଟି ବିଭାଗକୁ ନେଇ ଉକ୍ତ ପ୍ରକଳ୍ପ ଆରମ୍ଭ ହେବ। ଏଥିପାଇଁ ସମ୍ପୃକ୍ତ ବିଭାଗ ଗୁଡ଼ିକରେ ଉପଲବ୍ଧ ଥିବା ଭିତ୍ତିଭୂମି ଓ ସମ୍ବଳକୁ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳ କହିଥିଲେ ଯେ, ସମସ୍ତ ବିଭାଗରେ କାର୍ଯ୍ୟରତ କିରାଣି ଓ ଅଧିକାରୀଙ୍କ ପାଖରେ କମ୍ପ୍ୟୁଟର ସହ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ଏପରି କି ଇଣ୍ଟରନେଟ୍‌ ସଂଯୋଗ ସହ ୟୁପିଏସ୍‌ ଓ ପ୍ରିଣ୍ଟର ଯୋଗାଇ ଦିଆଯିବ। ଏହାଦ୍ୱାରା ସମସ୍ତ ପ୍ରକାର ଚିଠିପତ୍ରର ଆଦାନ ପ୍ରଦାନ ଅନ୍‌ଲାଇନରେ ହୋଇପାରିବ। କୌଣସି ବିଭାଗରେ ଚିଠି ପଡ଼ି ରହିବ ନାହିଁ କି ଆଦାନ ପ୍ରଦାନରେ ବିଳମ୍ବ ହେବନାହିଁ। ଜିଲା କାର୍ଯ୍ୟାଳୟରେ ସମସ୍ତ ବିଭାଗର ଚିଠିର ଆଦାନ ପ୍ରଦାନ ବ୍ୟବସ୍ଥା ସହିତ ସେଣ୍ଟ୍ରାଲ ଡାଏରୀ ବିଭାଗ କାର୍ଯ୍ୟ କରିବ। କେଉଁ ବିଭାଗରେ କେତେ କମ୍ପ୍ୟୁଟର ଓ କର୍ମଚାରୀ ଅଛନ୍ତି ସେ ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ସମେତ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏନ୍‌ଆଇସିର ଡିଆଇଓ ସୁବ୍ରତ କୁମାର ଚାଟାର୍ଜୀ ଇ-କାର୍ଯ୍ୟାଳୟର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ…

ସାମାନ୍ୟ ବଚସା ପରେ ଧସ୍ତାଧସ୍ତି: ଚାଲିଗଲା ବ୍ୟବସାୟୀଙ୍କ ଜୀବନ, ମୁଣ୍ଡ ପିଟି…

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଇଣ୍ଡିଆନ ଗ୍ୟାସ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ରାତି ପ୍ରାୟ ୯ ଟା ସମୟରେ ଜଣେ ବ୍ୟବସାୟୀଙ୍କ ସହ ଅନ୍ୟ ଜଣେ…

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

କିଏ ସେ ୟୁମନାମ୍‌ ଖେମଚାନ୍ଦ ସିଂହ? ଯିଏ ହେବେ ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ,ହଟିବ ରାଷ୍ଟ୍ରପତି ଶାସନ; ଜାଣନ୍ତୁ… 

ଇମ୍ଫାଲ,୩।୨: ମଣିପୁରରେ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ରାଷ୍ଟ୍ରପତି ଶାସନ ପରେ ନୂଆ ସରକାର ଗଠନର ପ୍ରକ୍ରିୟା ତୀବ୍ର ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା)…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ରୁଷିଆଠାରୁ ତେଲ କିଣିବ ନାହିଁ ଭାରତ? ଟ୍ରମ୍ପଙ୍କ ଦାବି ପରେ ଆସିଲା ପୁଟିନ୍‌ଙ୍କ ପ୍ରତିକ୍ରିୟା! ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ/ମସ୍କୋ,୩।୨: ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ନୂତନ ବାଣିଜ୍ୟ ଚୁକ୍ତିନାମା ପରେ ରୁଷିଆ ପକ୍ଷରୁ ଆଧିକାରୀକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri