ଜୁନ୍‌ରୁ ଜିଲାରେ ଇ-କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୧୩।୩ – ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଲାଗୁ ହେବ ଇ-କାର୍ଯ୍ୟାଳୟ। ଏହି ବ୍ୟବସ୍ଥା ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚିଠି ଧରି ଆଉ ଏ ବିଭାଗରୁ ସେ ବିଭାଗ ବୁଲିବାକୁ ପଡ଼ିବ ନାହିଁ। ଫାଇଲ ବି ନାଲି ଫିତା ତଳେ ବର୍ଷ ବର୍ଷ ଧରି ପଡ଼ି ରହିବ ନାହିଁ। ଜିଲାରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ବିଭାଗକୁ ଏହି ଇ- କାର୍ଯ୍ୟାଳୟରେ ସାମିଲ କରାଯିବା ଯୋଜନା ରହିଛି।
ସରକାରଙ୍କ ୫-ଟିର କାର୍ଯ୍ୟକାରିତାକୁ ନେଇ ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ଅନ୍‌ଲାଇନରେ କାର୍ଯ୍ୟାଳୟର ଦୈନନ୍ଦିନ କାର୍ଯ୍ୟ ଚାଲିବ। ଆସନ୍ତା ଜୁନରୁ ଅନୁଗୋଳ ଜିଲା କାର୍ଯ୍ୟାଳୟର ୨୫ଟି ବିଭାଗକୁ ନେଇ ଉକ୍ତ ପ୍ରକଳ୍ପ ଆରମ୍ଭ ହେବ। ଏଥିପାଇଁ ସମ୍ପୃକ୍ତ ବିଭାଗ ଗୁଡ଼ିକରେ ଉପଲବ୍ଧ ଥିବା ଭିତ୍ତିଭୂମି ଓ ସମ୍ବଳକୁ ନେଇ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳ କହିଥିଲେ ଯେ, ସମସ୍ତ ବିଭାଗରେ କାର୍ଯ୍ୟରତ କିରାଣି ଓ ଅଧିକାରୀଙ୍କ ପାଖରେ କମ୍ପ୍ୟୁଟର ସହ ଆନୁସଙ୍ଗିକ ବ୍ୟବସ୍ଥା ରହିବ। ଏପରି କି ଇଣ୍ଟରନେଟ୍‌ ସଂଯୋଗ ସହ ୟୁପିଏସ୍‌ ଓ ପ୍ରିଣ୍ଟର ଯୋଗାଇ ଦିଆଯିବ। ଏହାଦ୍ୱାରା ସମସ୍ତ ପ୍ରକାର ଚିଠିପତ୍ରର ଆଦାନ ପ୍ରଦାନ ଅନ୍‌ଲାଇନରେ ହୋଇପାରିବ। କୌଣସି ବିଭାଗରେ ଚିଠି ପଡ଼ି ରହିବ ନାହିଁ କି ଆଦାନ ପ୍ରଦାନରେ ବିଳମ୍ବ ହେବନାହିଁ। ଜିଲା କାର୍ଯ୍ୟାଳୟରେ ସମସ୍ତ ବିଭାଗର ଚିଠିର ଆଦାନ ପ୍ରଦାନ ବ୍ୟବସ୍ଥା ସହିତ ସେଣ୍ଟ୍ରାଲ ଡାଏରୀ ବିଭାଗ କାର୍ଯ୍ୟ କରିବ। କେଉଁ ବିଭାଗରେ କେତେ କମ୍ପ୍ୟୁଟର ଓ କର୍ମଚାରୀ ଅଛନ୍ତି ସେ ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ସମେତ ଜିଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏନ୍‌ଆଇସିର ଡିଆଇଓ ସୁବ୍ରତ କୁମାର ଚାଟାର୍ଜୀ ଇ-କାର୍ଯ୍ୟାଳୟର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri