ଜୀବରେ ଯା’ର ଦୟା ନାହିଁ

ଅଭୟ ସୂତାର
ଭଗବାନ ବୁଦ୍ଧଙ୍କ ସମ୍ପର୍କରେ କଥାଟିଏ ମନେପଡ଼େ। ଶୀତଦିନର ଏକ ସକାଳେ ରାସ୍ତାରେ ଜଣେ ପ୍ରାଣୀ ବ୍ୟବସାୟୀ ଏକ ମେଷପଲକୁ ବାଡ଼େଇ ବାଡ଼େଇ ନେଉଛନ୍ତି। ସେଥିରୁ ଏକ ମେଷ ଶାବକ ପାଦ ଛିଡ଼ି ଚାଲିପାରୁ ନ ଥିବାରୁ ମାଲିକଙ୍କଠାରୁ ମାଡ଼ ଖାଉଥିଲା। ବୁଦ୍ଧଦେବ ପଚାରି ଜାଣିଲେ ଯେ, ମଗଧ ସମ୍ରାଟ୍‌ ବିମ୍ବିସାରଙ୍କ ଯଜ୍ଞରେ ବଳି ପଡ଼ିବା ପାଇଁ ଏମାନଙ୍କୁ ନିଆଯାଉଛି। ଏ କଥା ଶୁଣି ସେ ଖୁବ୍‌ ବ୍ୟଥିତ ହେଲେ ଓ ଚାଲିପାରୁ ନ ଥିବା ମେଷ ଶାବକଟିକୁ କାନ୍ଧରେ ଥୋଇ, ମେଷପଲ ସଙ୍ଗେ ସମ୍ରାଟ୍‌ଙ୍କ ନିକଟକୁ ଯାଇ କହିଲେ- ମହାରାଜ! ଯଜ୍ଞରେ ପଶୁବଳି ଦେଲେ ଈଶ୍ୱର କେବେହେଲେ ସନ୍ତୁଷ୍ଟ ହେବେ ନାହିଁ, ବଳି ପାଉଥିବା ପଶୁଟି ହେଉଛି ଆମଭଳି ଈଶ୍ୱରଙ୍କ ସନ୍ତାନ। ସନ୍ତାନକୁ ବଳିଦେଲେ ତା’ର ମାତାପିତା କ’ଣ ଖୁସି ହୁଅନ୍ତି? ଯଦି ଆପଣଙ୍କ ଯଜ୍ଞରେ ପଶୁବଳି ଦେବା ନିତାନ୍ତ ଆବଶ୍ୟକ, ତେବେ ଏମାନଙ୍କ ବଦଳରେ ମୋତେ ବଳି ପକାନ୍ତୁ। ତା’ ହେଲେ ଏହି ନିରୀହ ଓ ନିଷ୍ପାପ ଜୀବମାନେ ରକ୍ଷାପାଇଯିବେ। ଏ କଥା ଶୁଣି ସମ୍ରାଟ୍‌ ବିମ୍ବିସାର ବ୍ୟବସାୟୀଙ୍କୁ ଉଚିତ ମୂଲ୍ୟ ଦେଇ ମେଷପଲଙ୍କୁ ମୁକ୍ତ କରିଦେଲେ ଏବଂ ବୁଦ୍ଧଦେବଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ନିଜର ଭୁଲ୍‌ କାର୍ଯ୍ୟ ପାଇଁ କ୍ଷମା ମାଗିଲେ।
ପ୍ରାଣୀ ମାଂସ ଖାଇବା ଓ ସେମାନଙ୍କର ହାଡ଼, ଚମଡ଼ା, ଦାନ୍ତ ଇତ୍ୟାଦି ବିକି ଲାଭ ପାଇବା ଲୋଭରେ ‘ଜୀବେ ଦୟା’ ସଂସ୍କୃତିକୁ ଛାଡ଼ି ଆମେ ବ୍ୟାପକ ଭାବେ ପଶୁହତ୍ୟା କରିଚାଲିଛୁ। ‘ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ’ ନୀତିରେ ଆମେ ନିଷ୍ଠୁର ଆଚରଣ କରି କରି ନିଷ୍ଠୁର ମଣିଷ ପାଲଟିଯାଇଛୁ। ସେଥିପାଇଁ ଆମ ଦ୍ୱାରା ସମାଜରେ ଏତେସବୁ ଅପରାଧ ଘଟୁଛି।
ପୁରାଣରୁ ଜଣାଯାଏ, ରାବଣ ସୀତାଙ୍କୁ ବିମାନରେ ବସାଇ ଅପହରଣ କରି ନେବାବେଳେ ଜଟାୟୁ ପକ୍ଷୀ ଦୃଢ଼ତାର ସହିତ ପ୍ରତିରୋଧ କରିଥିଲା ଓ ରାବଣର ଖଣ୍ଡା ଚୋଟରେ କ୍ଷତବିକ୍ଷତ ହୋଇଥିଲା। ବିଶ୍ୱାମିତ୍ରଙ୍କ ତପ ଭଙ୍ଗ କରିବାକୁ ଆସିଥିବା ମେନକା ଏକ କନ୍ୟାସନ୍ତାନକୁ ଜନ୍ମଦେଇ ତାକୁ ସେଇ ଜଙ୍ଗଲରେ ଛାଡ଼ିଦେଇ ସ୍ବର୍ଗକୁ ଫେରିଗଲେ। ଏହି ନବଜାତ ଶିଶୁକୁ ଏକ ଶକୁନ (ଶାଗୁଣା) ଜଗି ରହିଥିଲା। କଣ୍ବମୁନି ଶିଶୁଟିକୁ ଦେଖି ଆଶ୍ରମକୁ ନେଇ ଲାଳନପାଳନ କଲେ ଓ ଶକୁନ ଡେଣା ତଳେ ଆଶ୍ରୟ ନେଇଥିବାରୁ ତାହାର ନାମ ଶକୁନ୍ତଳା ଦେଲେ। ତେବେ ଶକୁନ୍ତଳାଙ୍କୁ ଶିଶୁ ଅବସ୍ଥାରେ ଯେଉଁ ଶକୁନ ପକ୍ଷୀ ନିଜେ ନ ଖାଇ ଜଗି ରହିଥିଲା, ସେହି ପକ୍ଷୀର ତ୍ୟାଗପୂତ ଅବଦାନର ତୁଳନା ଅଛି କି? ଏହିସବୁ ଦୃଷ୍ଟାନ୍ତରୁ ଜଣାଯାଏ, ପଶୁପକ୍ଷୀମାନେ ଆମର ଉପକାରୀ, ଆମ ପ୍ରତି ବିଶ୍ୱସ୍ତ ଓ କୃତଜ୍ଞ। ପୋଷା କୁକୁର, ବିରାଡ଼ି, ଘୋଡ଼ା ପ୍ରଭୃତି କିପରି ମାଲିକର ଜୀବନରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଦିଅନ୍ତି, ତାହାର ଅନେକ ଦୃଷ୍ଟାନ୍ତ ଆମେ ବିଭିନ୍ନ ସମୟରେ ଖବରକାଗଜରେ ପଢ଼ୁଛୁ। କିନ୍ତୁ ଜୀବଜନ୍ତୁଙ୍କ ପ୍ରତି ଆମେ ନିଷ୍ଠୁର ଆଚରଣ କରିଚାଲୁଛୁ। ରାସ୍ତାକଡ଼ରେ ହଜାର ହଜାର ଛେଳି, ମେଣ୍ଢା, କୁକୁଡ଼ା ଇତ୍ୟାଦିଙ୍କୁ ହତ୍ୟା କଲାବେଳର କରୁଣ ଦୃଶ୍ୟ ଦେଖୁଛୁ। ମାତ୍ର ସାମାନ୍ୟ ପ୍ରତିକ୍ରିୟା ପ୍ରକାଶ ନ କରି ମାଂସ କିଣି ଖାଉଛୁ। ଟ୍ରକ୍‌ ବା ରେଳଡ଼ବାରେ ଗୋରୁଙ୍କୁ ଟିକେ ହଲି ନ ପାରିବା ଭଳି ଭର୍ତ୍ତିକରି ନେଇ କଂସେଇଖାନାରେ ହତ୍ୟା କରାଯାଉଛି। ପ୍ରତିବର୍ଷ ବହୁ ଦେବୀପୀଠରେ ହଜାର ହଜାର ପଶୁଙ୍କୁ ବଳି ପକାଯାଉଛି। ଏ ସମସ୍ତ ପ୍ରାଣୀ ଯେ ଆମର ଉପକାରୀ ଓ ସେମାନଙ୍କୁ ହତ୍ୟା କରି ଆମେ ଭୁଲ୍‌ କରୁଛୁ, ଏ କଥା ଭାବୁଛି କିଏ!
ଇଂଲଣ୍ଡର ଜଣେ ପ୍ରଖ୍ୟାତ ମନସ୍ତତ୍ତ୍ୱବିତ୍‌ଙ୍କ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ଅନ୍ୟ ପ୍ରାଣୀଙ୍କ ପ୍ରତି ନିଷ୍ଠୁର ଆଚରଣ କରନ୍ତି, ସେ ଜୀବନକାଳରେ ହିଂସାକାଣ୍ଡ କରି ଚାଲନ୍ତି ଓ ଶେଷରେ ହିଂସାକାଣ୍ଡର ଶରବ୍ୟ ହୁଅନ୍ତି। ଆମର ନିଷ୍ଠୁର ଆଚରଣ, ନିର୍ଦ୍ଦୟ ପଶୁହତ୍ୟା ଓ ମାଂସ ଭକ୍ଷଣକୁ ଦେଖି ଆମ ପିଲାମାନେ ମଧ୍ୟ ନିଷ୍ଠୁର ହୋଇଗଲେଣି। ସେମାନେ ପ୍ରଥମେ ବିରାଡ଼ି, କୁକୁରଙ୍କ ଉପରେ ଗରମ ପାଣି ପକାଇ ଖୁସି ହେବା ପରେ କୁକୁର ଲାଞ୍ଜ ହାଣିବା, ବିରାଡ଼ି, କୁକୁରଙ୍କ ଗୋଡ଼ ହାଣିବା, ଷଣ୍ଢ ଲାଞ୍ଜରେ ଫଟକାମାଳ ଖଞ୍ଜିବା ଇତ୍ୟାଦି କରି ସାହସ ବଢ଼ାଇଲେ। ତା’ ପରେ କୁକୁଡ଼ାଙ୍କ ବେକ ମୋଡ଼ି ମାରିବା, ଚାଲିଯାଉଥିବା ସାପକୁ ବାଡ଼େଇ ମାରିଦେବା, ଚଢ଼େଇଙ୍କ ବସା ଭାଙ୍ଗି ଅଣ୍ଡା ନଷ୍ଟ କରିବା ଇତ୍ୟାଦି ନୃଶଂସ କାର୍ଯ୍ୟ କରିଚାଲିଲେ। ପରିଣାମରେ ସେହି ପିଲା ପଥରରେ ମୁଣ୍ଡକୁ ଛେଚି, ଦଉଡ଼ିରେ ବେକକୁ ବାନ୍ଧି, ନଈପାଣିକୁ ପେଲିଦେଇ ସାଙ୍ଗମାନଙ୍କୁ ହତ୍ୟା କରୁଛନ୍ତି ଓ ଏହି କାଣ୍ଡକୁ କିଛି ନ ଜାଣିଲା ଭଳି ଗୋପନରେ ରଖିପାରୁଛନ୍ତି।
ତେଣୁ ବର୍ତ୍ତମାନ ଆମର ଗତି କୁଆଡ଼େ ସେ ସମ୍ପର୍କରେ ସମସ୍ତେ ଚିନ୍ତା କରିବା ଉଚିତ। ଏହାକୁ କେବେହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ, ଆଇନ ବା ଦଣ୍ଡ ବ୍ୟବସ୍ଥା ସୁଧାରିପାରିବ ନାହିଁ। କେବଳ ପୂର୍ବ ସଂସ୍କୃତିକୁ ଫେରିଯାଇ ଜୀବେ ଦୟା ଭାବକୁ ଅନୁସରଣ କଲେ ଆମ ନିଷ୍ଠୁର ଭାବନାର ପରିବର୍ତ୍ତନ ଘଟିବ। ଆମେ ଠିକ୍‌ ହୋଇଗଲେ ଆମ ପରିବାର ଓ ସମାଜ ଠିକ୍‌ ହୋଇଯିବ। ଅପରାଧପ୍ରବଣତା ହ୍ରାସ ପାଇବ। ଭାଗବତ ମତରେ ଚଣ୍ଡାଳ ଆଉ କେହି ନୁହେଁ, ଯେ ଜୀବ ପ୍ରତି ନିଷ୍ଠୁର ଆଚରଣ କରେ ସେ ହିଁ ଚଣ୍ଡାଳ- ”ଜୀବରେ ଯା’ର ଦୟା ନାହିଁ। ଉଦ୍ଧବ ଚଣ୍ଡାଳଟି ସେହି।ା“
ଭଦ୍ରକ, ମୋ-୯୪୩୭୩୭୬୯୬୭


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri