ଜୀବନ ଆଶାରେ ମରଣ ମୁହଁରେ:ଆମେରିକା- ମେକ୍ସିକୋ ସୀମା ରିଓ ଗ୍ରାଣ୍ଡେ ନଦୀରେ ଭାସିଗଲେ ଶରଣାର୍ଥୀ ଓ ୨୩ ମାସର ଝିଅ

ସିଉଡାଡ୍‌ ଭିକ୍ଟୋରିଆ/ଓ୍ବାଶିଂଟନ,୨୮।୬:ମେକ୍ସିକୋ ସୀମାରେ ଆମେରିକୀୟ ସେନା ମୁତୟନ ଓ ଶରଣାର୍ଥୀଙ୍କ ପ୍ରତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଡ଼ା ଆଭିମୁଖ୍ୟକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ଏହାର କାରଣ ପାଲଟିଛି ଏହି ହୃଦୟ ବିଦାରକ ଚିତ୍ର। ଫଟୋଟି ଜଣେ ପିତା ଓ ତାଙ୍କ ଝିଅଙ୍କର, ଯାହାଙ୍କ ମୃତଦେହ ବୁଧବାର ଆମେରିକା-ମେକ୍ସିକୋ ସୀମାନ୍ତ ରିଓ ଗ୍ରାଣ୍ଡେ ନଦୀକୂଳରେ ମିଳିଛି। ଓସ୍କାର ଆଲବର୍ଟୋ ମାର୍ଟିନେଜ୍‌ ରେମିରେଜ୍‌ଙ୍କ କଳା ଟି-ଶାର୍ଟ ଉପରକୁ ଉଠିଯାଇଥିବାବେଳେ ଝିଅ ଉଲେରିଆ ତା’ ଭିତରେ ଛନ୍ଦିହୋଇ ରହିଛନ୍ତି। ଉଲେରିଆଙ୍କ ହାତ ଓସ୍କାରଙ୍କ ବେକ ଉପରେ ରହିଛି। ସତେଯେମିତି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଶିଶୁକନ୍ୟା ନିଜ ବାପାଙ୍କ ସହିତ ରହିବାକୁ ଚାହିଁଥିଲେ। ଉତ୍ତମ ଜୀବନ ଜିଇଁବା ଆଶାରେ ମେକ୍ସିକୋରୁ ଆମେରିକାକୁ ଯାଉଥିବା ଶରଣାର୍ଥୀମାନେ କିପରି ମରଣ ମୁହଁରେ ପଡ଼ି ପ୍ରାଣ ହରାଉଛନ୍ତି, ତା’ର ଏକ ନିଷ୍ଠୁର ସତ୍ୟତା ବ୍ୟକ୍ତ କରୁଛି ଏହି ବହୁଚର୍ଚ୍ଚିତ ଛବି। ମେକ୍ସିକୋର ଏକ ଖବରକାଗଜରେ ଏହା ପ୍ରକାଶିତ ହେବା ପରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଏହାକୁ ନେଇ ଟ୍ରମ୍ପ୍‌ଙ୍କ ଯୁକ୍ତି ବିବାଦ ସୃଷ୍ଟି କରିଛି।
ଏଲ୍‌-ସାଲ୍‌ଭାଡର ନିବାସୀ ୨୫ ବର୍ଷୀୟ ଓସ୍କାର ଓ ତାଙ୍କର ୨୧ ବର୍ଷୀୟା ସ୍ତ୍ରୀ ତାନିଆ ଭନେସା ଆଭାଲୋସ୍‌ ମେକ୍ସିକୋର ଡିଟେନ୍‌ଶନ୍‌ ସେଣ୍ଟର(ଶରଣାର୍ଥୀ ଶିବିର)ରେ ରହୁଥିଲେ। ସେମାନେ ସରକାରଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ନୂଆ ଜୀବନ ବିତାଇବା ଆଶାରେ ଆମେରିକା ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଦୁହେଁ ତାଙ୍କର ୨୩ ମାସର ଝିଅ ଉଲେରିଆଙ୍କୁ ନେଇ ରବିବାର ଅପରାହ୍ନରେ ମେକ୍ସିକୋରୁ ଆମେରିକା ଯାଉଥିଲେ। ମେକ୍ସିକୋର ମାଟାମୋରୋସ୍‌ ଏବଂ ଟେକ୍ସାସ୍‌ର ବ୍ରାଉନ୍ସଭିଲ୍ଲା ମଧ୍ୟଦେଇ ପ୍ରବାହିତ ରିଓ ଗ୍ରାଣ୍ଡେ ନଦୀର ପ୍ରବାହରେ ବାପଝିଅ ଭାସିଯାଇଥିବାବେଳେ ଓସ୍କାରଙ୍କ ସ୍ତ୍ରୀ ବର୍ତ୍ତିଯାଇଛନ୍ତି। ସେ ନଦୀକୂଳରେ ପହଞ୍ଚତ୍ଛନ୍ତି। ଦୁଇ ମୃତଦେହ ତାମାଉଲିପସ୍‌ ରାଜ୍ୟର ମାଟାମୋରୋସ୍‌ରେ ମିଳିଥିଲା। ବାପଝିଅଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏଲ୍‌-ସାଲ୍‌ଭାଡର ଏବଂ ମେକ୍ସିକୋରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି। ମେକ୍ସିକୋର ବାମପନ୍ଥୀ ନେତା ଆନ୍ଦ୍ରେସ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର ଶରଣାର୍ଥୀଙ୍କ ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଶପଥ ନେଇ ୨୦୧୮ ଡିସେମ୍ବରରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ଶରଣାର୍ଥୀଙ୍କ ପ୍ରତି ତାଙ୍କର ବ୍ୟବହାର ଓ ଆଭିମୁଖ୍ୟକୁ ନେଇ ଏବେ କଡ଼ା ସମାଲୋଚନା କରାଯାଉଛି। ଆମେରିକା ସୀମାରେ ମେକ୍ସିକୋର ୧୫,୦୦୦ ସୈନ୍ୟ ମୁତୟନ ହୋଇଛନ୍ତି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଚାପ ଯୋଗୁ ଓବ୍ରାଡର ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା କୁହାଯାଉଛି।
ଗ୍ରାଣ୍ଡେ ନଦୀକୂଳରେ ବାପଝିଅଙ୍କ ମୃତଦେହ ଭାସୁଥିବା ଫଟୋ ୩ ବର୍ଷୀୟ ଆୟଲାନ୍‌ କୁର୍ଦ୍ଦିଙ୍କ ସ୍ମୃତିକୁ ଉଜ୍ଜୀବିତ କରିଛି, ଯାହାଙ୍କ ମୃତଦେହ ୨୦୧୫ରେ ତୁର୍କୀର ସମୁଦ୍ରକୂଳରେ ମିଳିଥିଲା। ସେତେବେଳେ ଶରଣାର୍ଥୀଙ୍କ ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବାକୁ ବିଶ୍ୱ ସମୁଦାୟକୁ ଅନୁରୋଧ କରାଯାଇଥିଲା। ଏପରି କି ଜାତିସଂଘରେ ମଧ୍ୟ ଏହାର ସ୍ବର ଗୁଞ୍ଜରିତ ହୋଇଥିଲା। ତିନିବର୍ଷ ପରେ ପୁଣିଥରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପ୍ରକାଶ ଯେ, ଆମେରିକା ଓ ମେକ୍ସିକୋ ମଧ୍ୟରେ ରହିଥିବା ୩,୧୪୫ କି.ମି. ବିସ୍ତୃତ ସୀମା ହେଉଛି ବିଶ୍ୱର ସର୍ବାଧିକ ଅତିକ୍ରମ କରାଯାଉଥିବା ସରହଦ। ବାର୍ଷିକ ୩୫୦ ନିୟୁତ ଲୋକ ଏହି ସୀମା ଅତିକ୍ରମ କରନ୍ତି। ଗତବର୍ଷ ଏହି ସୀମା ଡେଇଁବା ବେଳେ ୨୮୦ ଜଣଙ୍କ ମୃତ୍ୟୁ ଘଟିଥିଲା।

ଝିଅକୁ ଶେଷ ଯାଏ ସୁରକ୍ଷା ଦେଇଥିଲେ ବାପା

ଏଲ୍‌ ସଲଭାଡୋରସ୍ଥିତ ସାନ୍‌ ମାର୍ଟିନ୍‌ ବାସଭବନରେ ରୋସା ରମିରେଜ୍‌ ତାଙ୍କ ନାତୁଣୀ ଭଲେରିଆଙ୍କ କଣ୍ଢେଇ ଦେଖାଇ କାନ୍ଦି ପକାଉଛନ୍ତି। ଓସ୍କାରଙ୍କ ମା’ ରୋସା କହିଛନ୍ତି, ଫଟୋକୁ ଦେଖିବା ପରେ ସେ ଦୁଃଖରେ ଭାଙ୍ଗିପଡ଼ିଥିଲେ। ହେଲେ ବାପଝିଅ ଦୁହେଁ ପରସ୍ପରର ବାହୁରେ ଆବଦ୍ଧ ହୋଇ ମୃତ୍ୟୁକୁ ଆଦରିନେଇଛନ୍ତି ଜାଣି ସେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଓସ୍କାର କେମିତି ନିଜ ଝିଅଙ୍କୁ ଶେଷ ଯାଏ ସୁରକ୍ଷା ଦେଇଛନ୍ତି ତାହା ଫଟୋରୁ ବୁଝି ହେଉଛି।

ଫଟୋ ଦେଖିବାକୁ ଘୃଣା କରନ୍ତି ଟ୍ରମ୍ପ୍‌

ବାପଝିଅଙ୍କ ଫଟୋକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସୀମାରେ ନିରାପତ୍ତା କଡ଼ାକଡ଼ି କରିବା ପାଇଁ ଆଇନ ପ୍ରଣୟନ ପାଇଁ ଉଦ୍ୟମ କରୁଥିବାବେଳେ ଡେମୋକ୍ରାଟ୍‌ମାନେ ତାଙ୍କର ଗୋଡ଼ ଟାଣିଥିଲେ। ସେମାନେ ଏପରି କରି ନ ଥିଲେ ଏବେ ଏହି ମୃତ୍ୟୁ ଘଟି ନ ଥାନ୍ତା। ଡେମୋକ୍ରାଟ୍‌ମାନେ ଆଇନ ସଂଶୋଧନ କଲେ ଏଭଳି ଘଟଣାକୁ ତୁରନ୍ତ ରୋକାଯାଇ ପାରିବ ଏବଂ କୌଣସି ବାପା ଓ ଝିଅ ଏପରି ମୃତ୍ୟୁମୁଖରେ ପଡ଼ିବାକୁ ବାଧ୍ୟ ହେବେନାହିଁ। ଅତ୍ୟନ୍ତ ବିଚଳିତ କରିବା ଭଳି ଏହି ଫଟୋକୁ ଦେଖିବାକୁ ସେ ଘୃଣା କରନ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ଅନ୍ୟପକ୍ଷରେ କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ଏହି ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ମେକ୍ସିକୋରୁ ଆମେରିକା ଯାଉଥିବାବେଳେ ପ୍ରାଣ ହରାଇଥିବା ସମସ୍ତ ଶରଣାର୍ଥୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ବରଗଡ଼ରେ ବଢ଼ିଲା ସ୍କୁଲ-କଲେଜ ଛୁଟି ଅବଧି, ଏହି ଦିନ ଖୋଲିବ

ବରଗଡ଼,୧୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କୁଲ, କଲେଜର ଗ୍ରୀଷ୍ମ ଅବକାଶ(ଖରାଛୁଟି) ଅବଧିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପାଣିପାଗ ବିଭାଗର ରିପୋର୍ଟକୁ ନେଇ…

୪ ନୂଆ ଟାଉନ୍‌ ପ୍ଲାନ୍‌ ସ୍କିମ୍‌ ଘୋଷଣାକଲା ବିଡିଏ

ଭୁବନେଶ୍ୱର,୧୮ା୬(ରବିନାରାୟଣ ଜେନା): ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆକ୍ଟର ୧୯୮୨ର ଧାରା ୨୩(୧)ର ବ୍ୟବସ୍ଥା ଅନୁଯାୟୀ, ବିଡିଏ ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪ଟି ନୂଆ…

ମାଟିତଳୁ ମିଳିଲା ବଙ୍କର ହିଲ୍‌ ଯୁଦ୍ଧ ସମୟର ଦୁର୍ଗ, ଗୁଳି

ବୋଷ୍ଟନ, ୧୮ା୬ (ଏ.ପି.): ଆମେରିକାର ସ୍ୱାଧୀନତା ସଂଗ୍ରାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣାଙ୍ଗନ ଭାବେ ପରିଚିତ ‘ବଙ୍କର ହିଲ୍‌’ର ମାଟି ତଳୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ୧୭୭୫ ମସିହା ଯୁଦ୍ଧର ଅନେକ…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକା-ଇରାନ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ୱାକ୍ଷରିତ, ଡିଜିଟାଲ୍‌ ସ୍ୱାକ୍ଷର କଲେ…

ଓ୍ବାଶିଂଟନ, ୧୮।୬: ମାସ ମାସ ଧରି ଚାଲିଥିବା ଦୀର୍ଘ ଅଚଳାବସ୍ଥା ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ…

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri