Posted inରାଜ୍ୟ

ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଚଳିତ ବର୍ଷ ଦୁର୍ଘଟଣା ନେଇଛି ୮୮ ଜୀବନ

ଅନୁଗୋଳ ଅଫିସ, ୨୬।୭-ରାସ୍ତା ଦୁର୍ଘଟଣା ନିୟନ୍ତ୍ରଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା କମାଇବା ଉପରେ ଗୁରୁବାର ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ଜିଲାରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବୈଠକରେ ସୂଚନା ଦିଆଯାଇଥିଲା। ଏପରି କି ରନ୍ତଲେଇଠାରୁ ଭୂଷଣ ପର୍ଯ୍ୟନ୍ତ ରାଜରାସ୍ତା ମରଣଯନ୍ତା ପାଲଟିଥିବା ବୈଠକରେ ଆଲୋଚନା ହୋଇଥିଲା। ସେହିପରି ଢେଙ୍କାନାଳରୁ ସମ୍ବଲପୁର ଯାଇଥିବା ଜାତୀୟ ରାଜପଥରେ ୧୯ଟି ବ୍ଲାକ ସ୍ପଟ୍‌ ଚିହ୍ନଟ ହୋଇଥିବା ଜାତୀୟ ରାଜପଥ ପକ୍ଷରୁ କୁହାଯାଇଛି।
ବୈଠକରୁ ଜଣାପଡିଛି, ଜିଲାରେ ବିଭିନ୍ନ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ୨୦୧୮ ଜାନୁୟାରୀ ୧ ତାରିଖରୁ ଡିସେମ୍ବର ୩୧ ମଧ୍ୟରେ ସମୁଦାୟ ୪୬୦ଟି ଦୁର୍ଘଟଣା ଘଟି ୪୪୨ ଜଣ ଆହତ ହୋଇଥିବାବେଳେ ୨୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଚଳିତ ବର୍ଷ ଜାନୁୟାରୀ ୧ରୁ ମେ ୩୧ ମଧ୍ୟରେ ୧୮୧ ଦୁର୍ଘଟଣା ଘଟି ୧୫୭ ଜଣ ଆହତ ହୋଇଥିବାବେଳେ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଧନଞ୍ଜୟ ସେନାପତି ସୂଚନା ଦେଇଥିଲେ। ବିଶେଷ କରି ୫୫ ନମ୍ବର ଜାତୀୟ ରାଜପଥର ରନ୍ତଲେଇଠାରୁ ଭୂଷଣ ପର୍ଯ୍ୟନ୍ତ ରାସ୍ତାରେ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏହି ରାସ୍ତାର ମରାମତି କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ଢେଙ୍କାନାଳକୁ ବାରମ୍ବାର ଅନୁଗୋଳ ଜିଲାପାଳ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତୀୟ ରାଜପଥ ଓ ଏହାର ଶାଖା ରାସ୍ତାଗୁଡ଼ିକରେ ହମ୍ପସ ବଦଳରେ ରମ୍ବଲର୍ସ ପ୍ରତିଷ୍ଠା କରିବା ସହ ସାଙ୍କେତିକ ଚିହ୍ନ ଓ ରାସ୍ତା ମଝିରେ ଧଳା ଟ୍ରାକ କରିବାକୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଓ ଉଭୟ ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ହେଲମେଟ ଯାଞ୍ଚ କଡାକଡି କରାଯାଇ ଅଧିକ ଜରିମାନା ଆଦାୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିନା ହେଲମେଟରେ ବାଇକ୍‌ ଚାଳକଙ୍କ ଗାଡ଼ି ନମ୍ବରକୁ ସିସିଟିଭି କ୍ୟାମେରାରେ ଟ୍ରାକ୍‌ କରାଯାଇ ଚାଳକଙ୍କ ଘରକୁ ସମନ ପଠାଯାଇ ଜରିମନା ଆଦାୟ କରାଯିବ ବୋଲି ବୈଠକରେ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି। ଆଗାମୀ ଦିନରେ ସହରର ପ୍ରମୁଖ ସ୍ଥାନଗୁଡିକରେ ସିସିଟିଭି ଲଗାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସେହିପରି ଜାତୀୟ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ ଜାତୀୟ ରାଜପଥର ପ୍ରତି ୫୦ କିମି ବ୍ୟବଧାନରେ ଆବଶ୍ୟକ ହେଉଥିବା ଗୋଟିଏ ଲେଖାଏଁ ଗାଡ଼ି ଜାତୀୟ ରାଜପଥ ପ୍ରାଧିକରଣ ସମ୍ପୃକ୍ତ ଥାନାକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଦ୍ରୁତଗତିରେ ଓ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ରୋକ ଲଗାଯିବାକୁ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୨୩ କିମି ରାସ୍ତା ମଧ୍ୟରେ ୯ଟି ବ୍ଲାକ ସ୍ପଟ୍‌ ଚିହ୍ନଟ ହୋଇଛି। ଅନୁଗୋଳରୁ ଢେଙ୍କାନାଳ ପର୍ଯ୍ୟନ୍ତ ୬୧ କିଲୋମିଟର ରାସ୍ତା ମଧ୍ୟରେ ୧୦ଟି ବ୍ଲାକ ସ୍ପଟ୍‌ ଚିହ୍ନଟ କରାଯାଇଛି। ଏହି ସ୍ଥାନଗୁଡ଼ିକରେ ସାଙ୍କେତିକ ଚିହ୍ନ ଓ ରମ୍ବଲର୍ସ ପ୍ରତିଷ୍ଠା କରାଯାଇଛି ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକାଶ କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବସନ୍ତ କୁମାର ପ୍ରଧାନ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଜିଲା ଟ୍ରକ ମାଲିକ ସଂଘର ସମ୍ପାଦକ ଅକ୍ଷୟ କୁମାର ସାମନ୍ତ, ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା, ସମ୍ବଲପୁର ଜାତୀୟ ରାଜପଥ ପ୍ରାଧିକରଣ ଜିଏମ ଆର ଭେଙ୍କଟେଶ୍ୱର ଓ ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣ ଜିଏମ୍‌ ପିକେ ଭାରତୀ ଓ ସାମାଜିକ କର୍ମୀ କଲ୍ୟାଣ କିଶୋର ମହାନ୍ତିଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା

ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ…

ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା

ଇସଲାମାବାଦ,୧୭।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପାକିସ୍ତାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଘର୍ଷ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ମନ୍ତବ୍ୟ…

ପୁଣି ଉଛୁଳିଲା ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ଜାଣନ୍ତୁ ଏଥର କ’ଣ କହିଲେ

ଓ୍ବାଶିଂଟନ,୧୭।୪: ଗତ ଦେଢ଼ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ବିସ୍ଫୋରକ ସଂଘର୍ଷ ମଧ୍ୟରେ, କୂଟନୈତିକ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଛାଣି ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri