ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ: ଠିକ୍‌ ସମୟରେ ରୋଗୀଙ୍କୁ ମିଳୁନି

ନୟାଗଡ଼ ଅଫିସ,୧୦ା୮: ନୟାଗଡ଼ ଜିଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ମୁତାବକ ଆମ୍ବୁଲାନ୍ସ ନ ଥିବାରୁ ଠିକ୍‌ ସମୟରେ ରୋଗୀଙ୍କୁ ସେବା ମିଳିପାରୁନି। ଏଥିଯୋଗୁ କେତେବେଳେ ନବଜାତ ଶିଶୁ ତ ଆଉ କେତେବେଳେ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ନେଇ ଅଧିକାଂଶ ସମୟରେ ଆନ୍ଦୋଳନ ମଧ୍ୟ ହେଉଛି। ଅନ୍ୟପଟେ ଦୁଇମାସ ହେଲା ନୟାଗଡ଼ ଲେଙ୍କୁଡ଼ିପଡ଼ାସ୍ଥିତ ଏକ ଗ୍ୟାରେଜରେ ୨ଟି ଆମ୍ବୁଲାନ୍ସ ପଡ଼ିରହିଛି। କୌଣସି ସମୟରେ ରୋଗୀ ସମ୍ପର୍କୀୟ ଫୋନ୍‌ କଲେ ଆମ୍ବୁଲାନ୍ସ ନ ଥିବା ଶୁଣିବାକୁ ମିଳୁଛି। ଏହାର ସମାଧାନ ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
ଜିଲା ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଜିଲାରେ ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଓ ୩୭ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ରହିଛି। ୮ ବ୍ଲକରେ ଥିବା ଏହି ୪୯ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମାତ୍ର ୧୨ ଗୋଟି ୧୦୨ ଓ ୧୫ ଗୋଟି ୧୦୮ ଆମ୍ବୁଲାନ୍ସ ଅଛି। ରୋଗୀମାନଙ୍କୁ ମାଗଣାରେ ଡାକ୍ତରଖାନ ନେବା ପାଇଁ ସରକାର ୧୦୮ ଏବଂ ଗର୍ଭବତୀ ମହିଳା ଓ ଅସୁସ୍ଥ ଶିଶୁ (୧ବର୍ଷରୁ କମ୍‌)ଙ୍କୁ ମାଗଣାରେ ସରକାରୀ ମେଡ଼ିକାଲରେ ପହଞ୍ଚାଇବା ପାଇଁ ଜନନୀ ସୁରକ୍ଷା ଯୋଜନାରେ ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛନ୍ତି। ସେହିଭଳି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆରଏସ୍‌ବିକେୱାଇ ପକ୍ଷରୁ ଗୋଟିଏ ଆମ୍ବୁଲାନ୍ସ ରହିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ଆମ୍ବୁଲାନ୍ସ ଅନ୍ୟଆଡ଼େ ଯିବା ଓ ଠିକ୍‌ ସମୟରେ ନ ଫେରିବାରୁ ସେଠାରେ ଥିବା ବେସରକାରୀ ଆମ୍ବୁଲାନ୍ସ ମନଇଚ୍ଛା ରୋଗୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ୨୯ ସେପ୍ଟେମ୍ବର ୨୦୧୬ରେ ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତ ବାରପଲ୍ଲା ଗ୍ରାମର ଶିଆଳିଖାଲ ସାହିକୁ ୧୦୨ ଆମ୍ବୁଲାନ୍ସ ନ ପହଞ୍ଚତ୍ବାରୁ ଖଟିଆରେ ଜଣେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିଲା। ବାଟରେ ପ୍ରସବ ବେଦନା ଜୋର୍‌ ହେବାରୁ ରାସ୍ତା କଡ଼ରେ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେହିଭଳି ୧୪ ନଭେମ୍ବର ୨୦୧୬ରେ ୧୦୨ ଆମ୍ବୁଲାନ୍ସ ନ ଆସିବାରୁ ଗଣିଆ ବ୍ଲକ ଛାମୁଣ୍ଡିଆ ଗ୍ରାମର ଡ଼ଲି ନାୟକଙ୍କୁ ଅଟୋରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଥିଲା। ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପୂର୍ବରୁ ରାସ୍ତାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଡାକ୍ତରଖାନା ଆସିବା ପରେ ସେଠାରେ ନବଜାତ ପୁତ୍ରର ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲା। ୨୬ ମାର୍ଚ୍ଚ ୨୦୧୬ରେ ଖଣ୍ଡପଡ଼ାର ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ସେ ଶିଶୁ କନ୍ୟା ଜନ୍ମ ଦେଇଥିଲେ ଓ ପରେ ଶିଶୁଟିର ମୃତ୍ୟୁ ଘଟିଥିଲା। ୯ ଜୁନ୍‌ ୨୦୧୬ରେ ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳା ଓ ୧୦୮ ଆମ୍ବୁଲାନ୍ସ ନ ମିଳିବାରୁ ଶିଖରପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଦୁଇ ଡାକ୍ତରଙ୍କୁ ମାରପିଟ କରାଯିବା ସହ ଉତ୍ତ୍ୟକ୍ତ ଲୋକମାନେ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଆମ୍ବୁଲାନ୍ସ ଅବ୍ୟବସ୍ଥା ବିଷୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଗ୍ୟାରେଜ୍‌ରେ ସଜଡ଼ା ହେଉଥିବା ଆମ୍ବୁଲାନ୍ସ ବିଷୟରେ ଜାଣିନାହିଁ, ପଚାରି ବୁଝିବି। ବୋଲି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହୁଥିବା ବେସରକାରୀ ଗାଡ଼ି ଓ ଆମ୍ବୁଲାନ୍ସ ବାବଦରେ ଆରଟିଓ ଓ ଜିଲା ପୋଲିସ କାର୍ଯ୍ୟାଳୟକୁ ଜଣାଯାଇଛି। ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ଆସି ଚଢ଼ାଉ କରୁଛନ୍ତି, ପରେ ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ପ୍ରତିଦିନ ଚଢ଼ାଉ ହେଉ ନ ଥିବାରୁ ମେଡିକାଲପରିସରରେ ବେସରକାରୀ ଆମ୍ବୁଲାନ୍ସ ରହୁଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri