ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ ଗୁଣିଗାରେଡି ପ୍ରତି ଆଗ୍ରହ ଦେଖାଉଛନ୍ତିି। କାହାର କୌଣସି ପାରିବାରିକ ଅସୁବିଧା ହେଲେ ପାଖପଡିଶା ଗୁଣି କରୁଛନ୍ତି ବୋଲି ଭ୍ରାନ୍ତଧାରଣାକୁ ନେଇ ଜିଲାରେ ଗଣ୍ଡଗୋଳର ସୂତ୍ରପାତ ହେଉଛି ା ଏପରିକି ବେଳେବେଳେ ହତ୍ୟାକାଣ୍ଡ ମଧ୍ୟ ଘଟୁଛି ା ଏହା ଜିଲା ପ୍ରଶାସନ ଓ ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଲୋକମାନେ ନିଜର ସମ୍ପତ୍ତିି ବୃଦ୍ଧି ଓ ପାରିବାରିକ ଅଶାନ୍ତି ଦୂର କରିବା, ପରିବାର ଲୋକଙ୍କ ରୋଗ ଭଲ କରିବା ଆଦି କାର୍ଯ୍ୟ ପାଇଁ ଗୁଣିଆଙ୍କ ଦ୍ୱାରସ୍ଥ ହେଉଛନ୍ତି। ଏପରିକି ଗୁଣିଆଙ୍କ ପ୍ରରୋଚନାରେ କେତେଜଣ ନିଜର ଜ୍ଞାତିକୁଟୁମ୍ବଙ୍କୁ ମଧ୍ୟ ବଳି ଦେଉଛନ୍ତି ା ଅପରପକ୍ଷରେ ଗୁଣିଆ ମଧ୍ୟ ବିଭିନ୍ନ ମନଗଢା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଆର୍ଥିକ ଶୋଷଣ କରୁଛନ୍ତି। ଗୁଣିଗାରେଡ଼ିକୁ ଗୁରୁତ୍ୱ ନ ଦେବା ଓ ଏ ବାବଦରେ ଅନ୍ୟକୁ ଦୋଷାରୋପ ନ କରିବା ପାଇଁ ବୁଧବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଗୁଣିିଗାରେଡି, ଭୂତପ୍ରେତ ବାବଦରେ ଜିଲାରେ କୌଣସି ବ୍ୟକ୍ତି ବଳିଷ୍ଠ ପ୍ରମାଣ ଦେଲେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛନ୍ତି। ଅପରପକ୍ଷରେ ଏପରି ଗୁଣିଗାରେଡି ସମ୍ପର୍କରେ ପ୍ରଶାସନ, ତହସିଲଦାର, ବିଡିଓ, ଜିଲା ଅଭିଯୋଗ ଶୁଣାଣି ନମ୍ବରକୁ ଫୋନ୍‌ କରି ଜନସାଧାରଣଙ୍କୁ ଜଣାଇବାକୁ କୁହାଯାଇଛି ା ବୁଗୁଡା ବ୍ଲକର ଏକ ସ୍କୁଲ ପିଲାମାନେ ଏ ସବୁକୁ ବିଶ୍ୱାସ କରୁଥିବାରୁ ସେଠାକୁ ଟିମ୍‌ ପଠାଯାଇ ସେମାନଙ୍କର କାଉନସେଲିଂ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଗୁଣିଗାରେଡି ଉପରେ ଲୋକଙ୍କ ବିଶ୍ୱାସ ଯୋଗୁ ପରିବାର ଓ ଲୋକଙ୍କୁ ବାସନ୍ଦ କରାଯାଉଥିବା ଘଟଣା ବିଭିନ୍ନ ସମୟରେ ପଦାକୁ ଆସୁଥିବା ସେ କହିଛନ୍ତି। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ସ୍କୁଲ ଛାତ୍ରୀଛାତ୍ର, ଅଙ୍ଗନୱାଡିକର୍ମୀ, କଲେଜ ଛାତ୍ରୀଛାତ୍ର, ସାମାଜିକ କର୍ମୀଙ୍କୁ ସାମିଲ କରାଯାଇ ଏମାନଙ୍କ ଦ୍ୱାରା ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଯୁଦ୍ଧ ମଧ୍ୟରେ ଆମେରିକାରେ ବଡ଼ ଆକ୍ସନ: ସେନାମୁଖ୍ୟ ବିଦା

ଓ୍ବାଶିଂଟନ୍‌,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ରେଣ୍ଡି…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri