ଜିଲାପାଳଙ୍କ କୋର୍ଟରେ ଶୁଣାଣି: ୧୦୩ ଚାଷୀଙ୍କୁ ବୀମାରାଶି ପ୍ରଦାନ ନିର୍ଦ୍ଦେଶ

ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଥାଳକୁଡି ଗ୍ରାମ ପଞ୍ଚାୟତର କସବା ଓ ଥାଳକୁଡି ଗ୍ରାମର ୧୦୩ ଚାଷୀଙ୍କ ବୀମା ଅର୍ଥ ହେରଫେର ଅଭିଯୋଗ ସଂକ୍ରାନ୍ତରେ ଯାଜପୁର ଜିଲାପାଳଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି। ଏଥିରେ ସଂପୃକ୍ତ ବୀମା କମ୍ପାନୀ ଓରିଏଣ୍ଟାଲ ଇନସ୍ୟୁରାନ୍ସର କୌଣସି ଦାୟିତ୍ୱ ନାହିଁ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଗାଇଡଲାଇନ ଅନୁସାରେ ସମ୍ପୃକ୍ତ ବ୍ୟାଙ୍କ ୧୦୩ ଚାଷୀଙ୍କ ବୀମାରାଶି ପ୍ରଦାନ କରିବାକୁ ଦାୟୀ ବୋଲି କୋର୍ଟରେ ରାୟ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, କସବା ଓ ଥାଳକୁଡି ଗ୍ରାମର ୨୫୭ ଜଣ ଚାଷୀ ମଙ୍ଗଳପୁର ପ୍ୟାକ୍ସ ଜରିଆରେ ବୀମାଭୁକ୍ତ ହୋଇଥିଲେ। ଏଥିରୁ ୧୫୪ଜଣ ଚାଷୀଙ୍କୁ ବୀମାରାଶି ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ୟାକ୍ସ କର୍ତ୍ତୃପକ୍ଷଙ୍କ ଭୁଲବଶତଃ ଏନ୍‌ଆଇସି ପୋର୍ଟାଲରେ ଅନ୍ୟ ପଞ୍ଚାୟତରେ ବାକି ୧୦୩ ଜଣ ଚାଷୀଙ୍କ ନାମ ତାଳିକା ପଞ୍ଜିକୃତ ହୋଇଥିଲା। ସରକାରଙ୍କ ଘୋଷଣା ଅନୁସାରେ ସେହି ପଞ୍ଚାୟତର ଚାଷ ବୀମା ପରିସର ହୋଇ ନ ଥିଲା। ଏହାକୁ ନେଇ ସମ୍ପୃକ୍ତ ଚାଷୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଡବ୍ଲ୍ୟୁପି(ସି) ୧୮୮୦୯/୨୦୧୯ରେ ୨ମାସ ମଧ୍ୟରେ ଅଭିଯୋଗର ସମାଧାନ କରିବାକୁ ଯାଜପୁର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ଜିଲାପାଳଙ୍କ କୋର୍ଟରେ୧୯ା୧୨ା୨୦୧୯ରେ ଚୂଡ଼ାନ୍ତ ଶୁଣାଣି ହୋଇଥିଲା। ଶୁଣାଣିରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଏବଂ ନ୍ୟାଶନାଲ ଏଗ୍ରିକଲଚର ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିଲା। ଏହପରେ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀ ଓକିଲଙ୍କ ଜରିଆରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲା ା ଅନ୍ୟ ପଞ୍ଚାୟତରେ ଭୁଲ ପଞ୍ଜିକରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୋର୍ଟରେ କାଗଜପତ୍ର ଦାଖଲ ହୋଇଥିଲା। ଏଥିରେ ଗରିବ ଚାଷୀଙ୍କ କୌଣସି ଭୁଲ ନାହିଁ। ସେମାନେ ନୋଡାଲ ବ୍ୟାଙ୍କ ଜରିଆରେ ବୀମା ପ୍ରିମିୟମ ପୈଠ କରିଛନ୍ତି। ତେଣୁ ସେହି ୧୦୩ ଜଣ ଚାଷୀ ଅନ୍ୟଚାଷୀଙ୍କ ଭଳି ବୀମାରାଶି ପାଇବାକୁ ହକଦାର ଅଟନ୍ତି। ତେଣୁ ନୋଡାଲ ବ୍ୟାଙ୍କ ଯଥା କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ସମ୍ପାଦକ ଓ ବ୍ରାଞ୍ଚ ମ୍ୟାନେଜର, ଯାଜପୁର ଟାଉନ ବ୍ରାଞ୍ଚ ଓ ଦଶରଥପୁର ବ୍ରାଞ୍ଚ ସମେତ ମଙ୍ଗଳପୁର ପ୍ୟାକ୍ସର ନିର୍ବାହୀ ଅଧିକାରୀ ଓ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନୀର ଅବହେଳା ଯୋଗୁ ୧୦୩ ଜଣ ଚାଷୀ ବୀମା ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ସଂପୃକ୍ତ ବ୍ୟାଙ୍କ ଅଧିକାରୀମାନେ ତୁରନ୍ତ ୧୦୩ ଜଣ ଚାଷୀଙ୍କ ବୀମାରାଶି ପ୍ରଦାନ କରିବାକୁ ପଦକ୍ଷେପ ନେବାକୁ ଜିଲାପାଳଙ୍କ କୋର୍ଟରେ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri