ଜିଲା ଶିକ୍ଷାଧିକାରୀଙ୍କ ଉପରେ ବର୍ଷିଲେ ୩ ବିଧାୟକ

ଫୁଲବାଣୀ ଅଫିସ,୧୧ା୧ -ଜିଲା ଉନ୍ନୟନ ସମନ୍ବୟ ଏବଂ ମନିଟରିଂ କମିଟି (ଦିଶା) ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମଥର ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପରେ ବିଧାୟକ ଏବଂ ଏମ୍‌ପି ବର୍ଷିଛନ୍ତି। ବିଶେଷ କରି ଶିକ୍ଷା ବ୍ୟବସ୍ଥାକୁ ନେଇ ଅଧିକ ପାଟିତୁଣ୍ଡ ହୋଇଥିଲା। ଫୁଲବାଣୀ ବ୍ଲକର ମିଣିଆରେ ଥିବା ଏକ ସ୍କୁଲରେ ଗତ ୨ବର୍ଷ ଧରି ୨ଜଣ ଶିକ୍ଷକଙ୍କ ମଧ୍ୟରେ ପଡୁନାହିଁ। ଯାହାକୁ ନେଇ ବହୁବାର ସେଠାରେ ଅସନ୍ତୋଷ ସୃଷ୍ଟି ହେଉଛି। ଆଦୌ ପାଠ ପଢ଼ା ହେଉନାହିଁ। ସ୍ଥାନୀୟ ଲୋକଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନେ ସମ୍ପୃକ୍ତ ଶିକ୍ଷକଙ୍କୁ ବଦଳି ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଜିଲା ଶିକ୍ଷାଧିକାରୀ କିଛି ଶୁଣୁ ନାହାନ୍ତି। ୨ବର୍ଷ ହେଲା ପିଲାଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ପ୍ରଥମେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଜିଲା ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାପରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର କୋଟଗଡ ବ୍ଲକ ଦୁର୍ଗାପାଙ୍ଗା ସ୍କୁଲରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୨ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଥିଲେ ହେଁ ତାଙ୍କୁ ଅନ୍ୟତ୍ର ବଦଳି କରା ନ ଯାଇ ଏପର୍ଯ୍ୟନ୍ତ ସେଠାରେ ରଖା ଯାଇଛି। ଏହା କେଉଁ ସ୍ବାର୍ଥରେ ବୋଲି ପ୍ରଶ୍ନ କରିଥିଲେ। ପଛକୁ ଜି.ଉଦୟଗିି ବିଧାୟକ ସାଲୁଗା ପ୍ରଧାନ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲା ଶିକ୍ଷାଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏଥିରେ ନିଜର ସ୍ବାର୍ଥ ଜଡିତ ରହିଛି ବୋଲି ବିଧାୟକମାନେ କହିଥିଲେ। ଯାହାକୁ ନେଇ ବୈଠକ ସରଗରମ ହୋଇଥିଲା। ସ୍ବାର୍ଥ କଥା ଉଠିବାରୁ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଘଟଣାକୁ ୨ବର୍ଷ ପୂରିଲାଣି। ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆ ଯାଇନାହିଁ। ତେଣୁ ଜିଲା ଶିକ୍ଷାଧିକାରୀଙ୍କ ଏଥିରେ ସ୍ବାର୍ଥ ଜଡିତ ରହିଛି ବୋଲି ତାଚ୍ଛଲ୍ୟ କରି କହିଥିଲେ। ଏହାପରେ ଜିଲାରେ ଶିକ୍ଷା ବ୍ୟବସ୍ଥା ଆଦୌ ଠିକ୍‌ ନାହିଁ। ପିଲାମାନଙ୍କୁ ଯେଉଁ ସାର୍ଟିଫିକେଟ ପ୍ରଦାନ କରାଯାଇ ୭୦ ପ୍ରତିଶତ, ୮୦ ପ୍ରତିଶତ ମାର୍କ ରଖୁଛନ୍ତି ବୋଲି କୁହାଯାଉଛି, ତାହା ବାସ୍ତବ ନୁହେଁ। ସାର୍ଟିଫିକେଟରେ ଯେଉଁ ମାର୍କ ଦିଆଯାଉଛି ତାଠାରୁ ଢ଼େର ତଳେ ପିଲାମାନେ ରହିଛନ୍ତି। କାରଣ ସେ ନିଜେ ଶିକ୍ଷା କ୍ଷେତ୍ରରେ କାମ କରୁଛନ୍ତି ବୋଲି ଅଧିକାରୀମାନଙ୍କୁ ଉଦାହରଣ
ଛଳରେ କହିଥିଲେ।
ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅତ୍ଧକାରୀମାନେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ଜନପ୍ରତିନିଧିମାନେ ଅଞ୍ଚଳର ସମସ୍ୟା ଅବଗତ କରିଥିଲେ। ଠିକାଦାରମାନଙ୍କ ଦ୍ୱାରା ଅସମ୍ପୂର୍ଣ୍ଣ କିମ୍ବା ନିମ୍ନମାନର କାମ ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏମ୍‌ପି ଜନ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ। ସେହିପରି ଜନ ପ୍ରତିନିଧିମାନଙ୍କ ଠାରୁ ପ୍ରାପ୍ତ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରି ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇବାକୁ ଏମ୍‌ପି ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ବାର୍ଦ୍ଧକ୍ୟ, ବିଧବା, ଅକର୍ମଣ୍ୟ, ମଧୁବାବୁ ଆଦି ବିଭିନ୍ନ ଯୋଜନାରେ ଭତ୍ତା ଏଣିକି ବ୍ୟାଙ୍କ ଜରିଆରେ ଆକାଉଣ୍ଟକୁ ଯିବ। ବର୍ତ୍ତମାନ ସୁଦ୍ଧା ଉଜ୍ଜ୍ୱଳା ଯୋଜନାରେ ମୋଟ ୧ ଲକ୍ଷ ୧୪ ହଜାର ୯୫୨ ଆବେଦନକାରୀଙ୍କ ମଧ୍ୟରୁ ୯୭ ହଜାର ୮୬୯ ହିତାଧିକାରୀଙ୍କୁ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ବଚ୍ଛ ଭାରତ ମିଶନ, ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା, ଜାତୀୟ ସ୍ବାସ୍ଥ୍ୟ ମିଶନ, ସମଗ୍ର ଶିକ୍ଷା ଅଭିଯାନ, ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ଇତ୍ୟାଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲାପାଳ ଡା. ବୃନ୍ଦା ଡି., ପିଡି ଡିଆରଡିଏ ବିଶ୍ୱନାଥ ବାରିକ, ଆଇଏଏସ୍‌ ପ୍ରୋବେସନର ଡା. ଶୁଭଙ୍କର ମହାପାତ୍ର, ବ୍ଲକ ଅଧ୍ୟକ୍ଷ, ସରକାରୀ ପଦାଧିକାରୀମାନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଫାଟୁଆ ରୋଗ ପାଇଁ ଆଗୁଆ ପ୍ରତିଷେଧକ, ୩୭ ହଜାର ଗୋରୁଙ୍କୁ ଟିକାକରଣ ଲକ୍ଷ୍ୟ

ଦାରିଙ୍ଗବାଡ଼ି,୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ୨୫ ଟି ପଞ୍ଚାୟତରେ ଗାଈ ଓ ବଳଦଙ୍କ ପାଇଁ ଅଣ୍ଟା ଭଡ଼ିଛି ମତ୍ସ୍ୟ ଓ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri