ଜିଲା ମୁଖ୍ୟ ଚିକିତ୍ସାଳୟରୁ ୩ ଦଲାଲ ଗିରଫ

ବାଲେଶ୍ୱରଅଫିସ୍‌, ୨୭।୯-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ନର୍ସିଂହୋମ୍‌ରେ ପହଞ୍ଚାଇବା, କ୍ଲିନିକ୍‌ରେ ଡାକ୍ତରମାନଙ୍କ ନିକଟରେ ପହଞ୍ଚାଇବା ଏବଂ ନିର୍ଦ୍ଦିଷ୍ଟ ମେଡିଶିନ୍‌ ଦୋକାନରେ ପହଞ୍ଚାଇ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗକୁ ଭିତ୍ତି କରି ଗୁରୁବାର ସନ୍ଧ୍ୟାରେ ଟାଉନ ଥାନା ପୋଲିସ ୩ଜଣ ଦଲାଲଙ୍କୁ ଗିରଫ କରିଛି। ସେମାନେ ହେଲେ ଟାଉନ ଥାନା ଅଧୀନ ଗୋପାଳଗାଁର ଆମ୍ବୁଲାନ୍ସ ଡ୍ରାଇଭର ରାଜୀବ ମହାପାତ୍ର (୨୯), ସଦର ଥାନା ଫୁଲାଡ଼ି ନାୟକସାହିର ଆମ୍ବୁଲାନ୍ସ ଡ୍ରାଇଭର ସୁଧାଂଶୁ ଶେଖର ନାୟକ (୩୩) ଏବଂ ନୀଳଗିରି ଥାନା ତେଲିଆପଦା ଅଞ୍ଚଳର ମେଡ଼ିସିନ୍‌ ରିପ୍ରେଜେଣ୍ଟଟିଭ୍‌ ଦିଲୀପ କୁମାର ବାରିକ (୩୬)। ଉକ୍ତ ବ୍ୟକ୍ତିମାନେ କେଉଁ କେଉଁ ଡାକ୍ତର, କେଉଁ କ୍ଲିନିକ୍‌ ଏବଂ କେଉଁ ପାଥୋଲୋଜି ପାଇଁ କାମ କରୁଥିଲେ ଏବଂ କେଉଁମାନେ ଏମାନଙ୍କ ସହ ସାମିଲ୍‌ ଅଛନ୍ତି ଏକଥାକୁ ନେଇ ପୋଲିସ ତଦନ୍ତ କରୁଛି। ଏନେଇ ଟାଉନ୍‌ ଥାନାଧିକାରିଣୀ ସରୋଜିନୀ ନାୟକ କହିଛନ୍ତି, ଏହି ଖବର ପୂର୍ବରୁ ଆମ ପାଖରେ ପହଞ୍ଚିଥିଲେ ମଧ୍ୟ କୌଣସି ଲିଖିତ ଅଭିଯୋଗ ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇପାରୁ ନ ଥିଲା। ଗୁରୁବାର ହସ୍‌ପିଟାଲ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟକୁ ବିରୋଧ କରି ଲିଖିତ ଅଭିଯୋଗ ଦେବାରୁ ୩ଜଣଙ୍କୁ ଗିରଫ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri