ଜିଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ପରିଦର୍ଶନ କଲେ ଜିଲାପାଳ: ସେବା ସମ୍ପର୍କରେ ରୋଗୀଙ୍କୁ ପଚାରିଲେ, ସମସ୍ୟା ବୁଝିଲେ

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ କିପରି ସେବା ଯୋଗାଇ ଦିଆଯାଉଛି ତାହାର ତଦାରଖ ପାଇଁ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ମେଡିକାଲରେ ପହଞ୍ଚିଥିଲେ। ତାଙ୍କ ସହ ଉପଜିଲାପାଳ ବାସୁଦେବ ଶତପଥୀ ମଧ୍ୟ ଯାଇଥିଲେ। ଜିଲାପାଳ ପ୍ରଥମେ ଜଣେ ରୋଗୀଙ୍କୁ ଡାକି ମିଳୁଥିବା ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରିଥିଲେ। ଏଥିସହ ପଞ୍ଜୀକରଣ ଓ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ବୁଝିଥିଲେ।
ଜିଲାପାଳ ପ୍ରଥମେ ତିନି ମହଲା ୱାର୍ଡକୁ ଯାଇ ରୋଗୀ ସେବା କିପରି ଚାଲିଛି ତାହା ବୁଲି ଦେଖିଥିଲେ। କେତେଜଣ ରୋଗୀଙ୍କ ନିରାମୟରେ ମିଳୁଥିବା ଔଷଧର ଚିଠା ଲେଖାଯାଉଛି କି ନାହିଁ ତାହା ପଚାରିଥିଲେ। ଏହାପରେ ୫ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି, ଶିଶୁ ବିଭାଗ ପରିଦର୍ଶନ କରିଥିଲେ। ଡାକ୍ତର ବା ନର୍ସ ଅର୍ଥ ମାଗୁଛନ୍ତି କି ନାହିଁ ସେ ସମ୍ପର୍କରେ ରୋଗୀଙ୍କୁ ପ୍ରଶ୍ନ କରିଥିଲେ। ଶିଶୁ ବିଭାଗରେ ପିଲାମାନେ ବାରଣ୍ଡାରେ ଶୋଇଥିବା ଦେଖି ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେହିପରି ୪ଜଣ ଡାକ୍ତରଙ୍କ ଚାମ୍ବରରେ ତାଲା ପଡ଼ିଥିବାରୁ ଜିଲାପାଳ ସମ୍ପୃକ୍ତ ଡାକ୍ତରମାନେ କେଉଁଠାରେ ତାହା ଜାଣିବାକୁ ଚାହିଁଥିଲେ। ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା ଡାକ୍ତରମାନେ ରାତିରେ ଡ୍ୟୁଟିରେ ଥିବାରୁ ଘରକୁ ଫ୍ରେସ୍‌ ହେବାକୁ ଯାଇଥିବା କହିଥିଲେ। ଏଥିରେ ଜିଲାପାଳ ବିରକ୍ତି ହେବା ସହ ଡାକ୍ତରମାନେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିଜ ବିଭାଗରେ ରହିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ୧୨ଟା ପରେ ରୋଗୀଙ୍କୁ ଦେଖିବାକୁ ୱାର୍ଡକୁ ଯିବା ସହ ଡାକ୍ତରଖାନାରେ ଥିବା ଅନ୍ୟ କାର୍ଯ୍ୟ କରିବେ ବୋଲି କହିଥିଲେ। ଏପରି କି ରାତିରେ ସ୍ପେଶାଲିଷ୍ଟମାନଙ୍କୁ ଡ୍ୟୁଟି ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଛୁଟି ଦିନ ହେଉ କି ସାଧାରଣ କାର୍ଯ୍ୟ ଦିବସ, ଡାକ୍ତରମାନେ ଜିଲା ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ଜିଲାପାଳ କହିଥିଲେ। ୫ ମହଲାର ଲିଫ୍ଟ୍ଟ ଅଚଳ ଥିବା ମେଡିକାଲ କର୍ତ୍ତୃପକ୍ଷ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଦୁଇ ଦିନ ମଧ୍ୟରେ ମରାମତି କରାଯିବ ବୋଲି ଜିଲାପାଳ କହିଥିଲେ। ପରେ ମେଡିକାଲ ପଛରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଜିଲାପାଳ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ପରେ ଫେରି ଯାଇଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ସିଡିଏମ୍‌ଓ ପ୍ରତାପ କୁମାର ବେହେରା, ଏଡିଏମ୍‌ଓ(ମେଡିକାଲ) ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଅନ୍ୟ ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri