କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥ୍‌ରେ ପ୍ରସବ: ସ୍ବାସ୍ଥ୍ୟ ସଚିବଙ୍କୁ ତଦନ୍ତ ରିପୋର୍ଟ ଦେଲେ ନିର୍ଦ୍ଦେଶକ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ ଫୁଟ୍‌ପାଥ୍‌ରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ ଦେଇଥିଲେ, ଯାହାକୁ ନେଇ ଶୁକ୍ରବାର ରାତିରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମ୍ବେଦନଶୀଳ ଘଟଣାରେ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଶନିବାର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ ଅଭିଯୋଗର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏଥିପାଇଁ ଡାକ୍ତର କିମ୍ବା ଡାକ୍ତରଖାନାର ଦୋଷ ନ ଥିବା ପଟ୍ଟନାୟକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ଟିମ୍‌ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ‘ମୋ ସରକାର’ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି। ଶୁକ୍ରବାର ରାତି ପ୍ରାୟ ୮ଟାରେ ସାଲିଆସାହିରେ ରହୁଥିବା ପାନା ମୁର୍ମୁ ପ୍ରସବକାଳୀନ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଏମ୍‌ସିଏଚ୍‌ରେ ଥିବା ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଲେବର ରୁମ୍‌କୁ ନିଆଯାଇଥିଲା। ମାତ୍ର ଅଭିଯୋଗ ଅନୁସାରେ, ସେଠାରେ ତାଙ୍କର ପ୍ରସବ କରାଯାଇ ନ ଥିଲା। ଅବସ୍ଥା ଜଟିଳ ଅଛି, କଟକ ନେଇଯିବାକୁ କୁହାଯାଇଥିଲା। କିନ୍ତୁ ପାନାଙ୍କ ଯନ୍ତ୍ରଣା ଓ ଅବସ୍ଥା ଦେଖି ପରିବାର ଲୋକେ ଏହିଠାରେ ପ୍ରସବ କରାଇବାକୁ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏପରି କି ଯନ୍ତ୍ରଣାରେ ଛଟପଟ ହେଉଥିବା ପାନାଙ୍କୁ ଲେବର ରୁମ୍‌ରୁ ବାହାର କରି ଦିଆଯାଇଥିଲା। କଟକ ନେବାଲାଗି ଟଙ୍କା ନ ଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା। ପାନାଙ୍କୁ ହସ୍ପିଟାଲ ପରିସର ଫୁଟପାଥ୍‌ରେ ବସାଇ ତାଙ୍କ ସ୍ବାମୀ ସମ୍ପର୍କୀୟଙ୍କ ସହଯୋଗ ଲୋଡୁଥିଲେ। ଏହି ସମୟରେ ପାନାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇପଡ଼ିଥିଲା। ତାଙ୍କୁ ପରିବାର ଲୋକେ ପୁଣି ହସ୍ପିଟାଲ ଭିତରକୁ ନେବାକୁ ଉଦ୍ୟମ କରୁଥିବାବେଳେ ପାନା ଫୁଟ୍‌ପାଥ ଉପରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏହାଦେଖି ଉପସ୍ଥିତ ଲୋକେ ଉତ୍ତେଜିତ ହୋଇ ହୋହଲ୍ଲା କରିଥିଲେ। ଘଟଣା ପରେ ଉକ୍ତ ରାତିରେ ଦାୟିତ୍ୱରେ ଥିବା ଦୁଇ ଡାକ୍ତରଙ୍କ ବୟାନ ରେକର୍ଡ କରାଯାଇଥିଲା। ସେମାନେ କହିଥିଲେ, ଉକ୍ତ ମହିଳାଙ୍କ କ୍ଷେତ୍ରରେ କୌଣସି ଅବହେଳା କରାଯାଇ ନାହିଁ। ରାତି ୭ଟାରେ ମହିଳାଙ୍କୁ ଧରି ତାଙ୍କ ସ୍ବାମୀ ହସ୍ପିଟାଲ ଆସିଥିଲେ। ଆଡ୍‌ମିଶନ ପାଇଁ କାଉଣ୍ଟରରୁ ଟିକେଟ ଆଣିବାକୁ କୁହାଯାଇଥିଲା। ହେଲେ ସେମାନେ ଟିକେଟ ଆଣିବାକୁ ଯାଇ ଘରକୁ ପଳାଇଥିଲେ। ପରବର୍ତ୍ତୀ ସମୟରେ ଅଧିକ ଯନ୍ତ୍ରଣା ହେବାରୁ ପୁଣି ତାଙ୍କୁ ହସ୍ପିଟାଲ ଆଣିବାବେଳେ ଫୁଟ୍‌ପାଥ୍‌ରେ ପ୍ରସବ ହୋଇଥିଲା। ଏହାପରେ ସେଠାରୁ ଉଭୟ ମା’ ଓ ଶିଶୁଙ୍କୁ ହସ୍ପିଟାଲ ଅଣାଯାଇ ତୁରନ୍ତ ଚିକିତ୍ସା କରାଯାଇଥିଲା।
ଘଟଣାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଶନିବାର ଭାଜପା ମହିଳା ମୋର୍ଚ୍ଚାର ଏକ ଟିମ୍‌ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଛନ୍ତି। ଏ ସଂକ୍ରାନ୍ତରେ ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା କ୍ଷୋଭ ପ୍ରକାଶ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଆଜି ତାହାର ପରିସମାପ୍ତି ଘଟିଛି। ଜଣେ ମହିଳାଙ୍କୁ ହସ୍ପିଟାଲରୁ ଫେରାଇ ଦିଆଯିବା ଓ ଫୁଟ୍‌ପାଥ୍‌ରେ ପିଲା ଜନ୍ମ ହେବା ଘଟଣାରୁ ସରକାରଙ୍କ ଏହି ଯୋଜନା କେବଳ ପ୍ରହସନ ଓ ପ୍ରଚାର ସର୍ବସ୍ବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ପୋଖରୀରେ ବୁଡ଼ିଗଲେ ଶିବରାମ; ଚାଲିଗଲା ଜୀବନ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୮ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଛଣମେରି ଗ୍ରାମ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଛଣମେରି…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?