ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬:  ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ବାବୁମାନେ ବଦଳି ନିର୍ଦ୍ଦେଶ ମଧ୍ୟ ମାନୁନାହାନ୍ତି। ଆଉ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି କେତେଜଣ ବରିଷ୍ଠ ଅଧିକାରୀ। କେବଳ ଲୋକ ଦେଖାଣିଆ ଭାବେ ବଦଳି ନିର୍ଦ୍ଦେଶ ଜାରି କରିଦିଆଯାଉଛି। ଏହା ପରେ ସେମାନଙ୍କୁ ପୁଣି ଡେପୁଟେଶନରେ ଆଣି ପରବର୍ତ୍ତୀ ସମୟରେ ନିୟମିତ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଜିଲା କାର୍ଯ୍ୟାଳୟର କେତେଜଣ କର୍ମଚାରୀ। ଫଳରେ ଜିଲାରେ ପ୍ରଶାସନିକ କାର୍ଯ୍ୟରେ ସ୍ବଚ୍ଛତା ରହୁ ନ ଥିବା ସେମାନେ ପ୍ରକାଶ କରିଛନ୍ତି।
କେତେଜଣ କର୍ମଚାରୀ ସେମାନଙ୍କ ନାମ ଗୋପନ ରଖି ଅଭିଯୋଗ ଆଣିଛନ୍ତି ଯେ, ୨୦୧୮ରେ ଜିଲା କାର୍ଯ୍ୟାଳୟ ସହ ଜିଲାରେ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାମ କରୁଥିବା ଏକ ୪୦ ଜଣିଆ ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶ ବାହାରିଥିଲା। ହେଲେ ସେମାନେ ବଦଳି ହୋଇଥିବା କାର୍ଯ୍ୟାଳୟକୁ ନ ଯାଇ ସେଠାରେ ହିଁ କାମ କରିଥିଲେ। ପରେ ସେମାନଙ୍କୁ ପୂର୍ବ ଅଫିସ୍‌କୁ ଡେପୁଟେଶନରେ ଡକା ଯାଇଥିଲା। ବାବୁମାନେ ବଦଳି ହୋଇଥିବା ଅଫିସ୍‌ରୁ ଟଙ୍କା ନେଉଥିଲେ ହେଁ ପୁରୁଣା ଅଫିସ୍‌ରେ ରହୁଥିଲେ। ଏହାର କିଛି ଦିନ ପରେ ଜିଲାରେ ୧୯ ଜଣ ବରିଷ୍ଠ କିରାଣି, ୯ ଜଣ କନିଷ୍ଠ କିରାଣି, ୮ ଜଣ ଆରଆଇ, ଜଣେ ଆସିଷ୍ଟାଣ୍ଟ ଆରଆଇ, ୩ ଜଣ ଅମିନଙ୍କ ଡେପୁଟେଶନକୁ ରଦ୍ଦ କରାଯାଇଥିଲା। କେତେଜଣ ବରିଷ୍ଠ ଅଧିକାରୀ ଏପରି କରାଉଥିବା ଅଭିଯୋଗ ହୋଇଛି। ଫଳରେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଏ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାର ତଦନ୍ତ କରିବାକୁ ଜିଲାପାଳଙ୍କ ନିକଟରେ ଦାବି ହୋଇଛି।
ଏ ସମ୍ପର୍କରେ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, କର୍ମଚାରୀଙ୍କ ଡେପୁଟେଶନ୍‌କୁ ରଦ୍ଦ କରି ଯିଏ ଯେଉଁ ସିଟ୍‌ରେ କାର୍ଯ୍ୟ କରୁଥିଲେ ସେମାନଙ୍କୁ ସେହି ସିଟ୍‌ରେ ଅବସ୍ଥାପିତ କରାଯାଇଛି। ପୂର୍ବରୁ କର୍ମଚାରୀଙ୍କ ବଦଳି ହୋଇଥିଲେ ମଧ୍ୟ ସେମାନେ ପୁରୁଣା ଅଫିସ୍‌ରେ କାର୍ଯ୍ୟ କରୁଥିବା ଜିଲାପାଳ ସ୍ବୀକାର କରିଛନ୍ତି। ତେବେ ଯଦି ଏପରି ନିର୍ଦ୍ଦେଶ ନ ମାନିବା କିମ୍ବା ଅନିୟମିତତା ଅଭିଯୋଗ ଆସିଛି ଏହାର ଫାଇଲ ମଗାଇ ଯାଞ୍ଚ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri