ଜିଲା ପାଠାଗାରରେ ଅବ୍ୟବସ୍ଥା: ଆସୁଛନ୍ତି ହାତଗଣତି ପାଠକ

ନୟାଗଡ଼ ଅଫିସ,୨୮ା୧୧: ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲା ପାଠାଗାର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଭିତ୍ତିଭୂମି ସୁଦୃଢ଼ ଥିବା ସତ୍ତ୍ୱେ ଆଶାତୀତ ପାଠକ ଆସୁନାହାନ୍ତି। ପ୍ରତିଦିନ ହାତଗଣତି ୭ରୁ ୧୦ ଜଣ ପାଠକ ଆସୁଥିବା ଦେଖିବାକୁ ମିଳୁଛି। ବହି ରଖିବା ପାଇଁ ଆଲମିରା ନ ଥିବାରୁ ଏଣେତେଣେ ରଖିବାକୁ ପଡୁଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ନିକଟରେ ପାଠାଗାର ରହିଥିଲେ ମଧ୍ୟ ଅଧିକାଂଶ ଲୋକ ଜାଣିପାରୁ ନାହାନ୍ତି। ପ୍ରତିଦିନ ଏଠାକୁ ଦୈନିକ ପ୍ରକାଶିତ ହେଉଥିବା ୨୦ ଖଣ୍ଡ ଖବରକାଗଜ ଆସୁଛି। ସେହିପରି ପ୍ରତି ମାସରେ ପ୍ରକାଶ ପାଉଥିବା କରେଣ୍ଟ ଆଫାୟାର୍ସ ମାଗାଜିନ୍‌ ଓ ନିଯୁକ୍ତି ଖବର ମଧ୍ୟ ଆସୁଛି। ଯୁବତୀଯୁବକ ଓ ବୁଦ୍ଧିଜୀବୀ ପାଠାଗାରକୁ ଯାଇ ସୂଚନା ପାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ଯେପରି ଦୂରେଇଯାଉଛି। ଅନ୍ୟପକ୍ଷେ ପାଠାଗାରଠାରୁ କଲେଜର ଦୂରତା ୨ କିଲୋମିଟର ହେଉଥିବାରୁ କଲେଜ ଛାତ୍ରୀଛାତ୍ର ଯାଉ ନ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଜିଲାରେ ଥିବା ଏହି ଏକମାତ୍ର ସରକାରୀ ପାଠାଗାରରେ ୧୦ ହଜାରରୁ ଊର୍ଦ୍ଧ୍ୱ ବହି ରହିଛି। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷଠାରୁ ଆରମ୍ଭ କରି ବିଭିନ୍ନ ବହି ଏଠାରେ ଉପଲବ୍ଧ। ପ୍ରତିଦିନ ସକାଳ ୮ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ୮ଟା ପର୍ଯ୍ୟନ୍ତ ପାଠାଗାର ଖୋଲା ହେବାର ନିୟମ ରହିଛି। ହେଲେ ସନ୍ଧ୍ୟା ସମୟରେ ଅଧିକାଂଶ ସମୟ ବନ୍ଦ ରହୁଥିବା ଦେଖାଯାଉଛି। ପାଠାଗାରରେ ବର୍ତ୍ତମାନ ୧୩୫ ଜଣ ସଦସ୍ୟ ରହିଛନ୍ତି। ଅନ୍ୟପଟେ ଦିନକୁ ଦିନ ବହି ପ୍ରତି ଲୋକଙ୍କ ଆକର୍ଷଣ କମିଯାଉଥିବାରୁ ଲୋକମାନେ ଆସୁ ନ ଥିବା କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଠାଗାର କିପରି ସୁବ୍ୟବସ୍ଥିତ ହେବ ଓ ପାଠକମାନେ ଆକୃଷ୍ଟ ହୋଇ ଆସିବେ ସେ ଦିଗରେ ପ୍ରଶାସନ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଲାଇବ୍ରେରିଆନ ସୁରେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ପୂର୍ବରୁ କୋର୍ଟ ପାଖରେ ଥିବା ସମୟରେ ପାଠକମାନେ ଆସୁଥିଲେ, ବର୍ତ୍ତମାନ ଏହା ଦୂର ହୋଇଯାଉଥିବାରୁ ଅଧିକାଂଶ ପାଠକ ଆସିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri