Posted inଖେଳ

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ମାହି। ଡେବ୍ୟୁ ମ୍ୟାଚ୍‌ରେ ୭ନଂ.ରେ ବ୍ୟାଟିଂ କରିବାକୁ ଆସି ସେ ଖାତା ଖୋଲିବା ପୂର୍ବରୁ ରନ୍‌ଆଉଟ୍‌ ହୋଇଥିଲେ। ଉକ୍ତ ସିରିଜ୍‌ରେ ମଧ୍ୟ ମାହି କିଛି ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। କିନ୍ତୁ ପରେ ଭାରତକୁ ଟି-୨୦ ବିଶ୍ୱକପ୍‌, ୨୦୧୧ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ଟ୍ରଫି ଜିତାଇଥିଲେ ଧୋନୀ।
ଧୋନୀଙ୍କ ବିଷୟରେ କିଛି କଥା…
-ଧୋନୀଙ୍କ ପୈତୃକ ଗାଁ ଉତ୍ତରାଖଣ୍ଡ ଲାୱଲି। ପିତାଙ୍କ ଚାକିରି ଯୋଗୁ ସେମାନେ ରାଞ୍ଚିରେ ରହିଯାଇଥିଲେ।
-ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତୀ।
-ଧୋନୀ ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଛୋଟବେଳେ ପାଠ ପଢୁଥିଲେ।
ମାହିଙ୍କର ଛୋଟବେଳୁ ବ୍ୟାଡ୍‌ମିଣ୍ଟନ ଓ ଫୁଟ୍‌ବଲ ପ୍ରତି ଅଧିକ ରୁଚି ଥିଲା। ସେ ଫୁଟ୍‌ବଲ ଟିମ୍‌ର ଗୋଲକିପର ଥିଲେ।
-ଧୋନୀଙ୍କୁ କ୍ରିକେଟ ଖେଳିବା ଲାଗି ତାଙ୍କ ସ୍କୁଲ କୋଚ୍‌ ଉତ୍ସାହିତ କରିଥିଲେ। ତାଙ୍କର ଉଇକେଟ କିପିଂ ସମସ୍ତଙ୍କୁ ପ୍ରଭାବିତ କଲା।
-୧୯୯୭ରେ ନିଜ ସ୍କୁଲ ପକ୍ଷରୁ ଧୋନୀ ୨୩୧ରନ କରିଥିଲେ।
-୧୯୯୭-୯୮ରେ ଧୋନୀଙ୍କୁ ୧୬ ବର୍ଷରୁ କମ୍‌ ଦଳରେ ପରିଚୟ ମିଳିଥିଲା।
-୨୦୦୪ରେ ତାଙ୍କୁ କେନିୟା ଗସ୍ତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଲା
-୨୦୦୫ରେ ସେ ପାକିସ୍ତାନ ବିପକ୍ଷରେ ୧୪୮ ରନ୍‌ କରିଥିଲେ।
-୨୦୦୫ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ସେ ୧୮୩ ରନ୍‌ର ପାରି ଖେଳିଥିଲେ, ଯାହା ବ୍ୟକ୍ତିଗତ ଭାବେ ତାଙ୍କର ସବୁଠାରୁ ଅଧିକ ସ୍କୋର।
-୨୦୦୫ ଶେଷବେଳକୁ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଧୋନୀ ଏକ ନମ୍ବର ଥିଲେ।
-୨୦୦୭ ବିଶ୍ୱକପରେ ଖରାପ ପ୍ରଦର୍ଶନ ଯୋଗୁ ସେ ଅନେକ ସମାଲୋଚନାର ଶିକାର ହୁଅନ୍ତି।
-୨୦୦୭ରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ ଜିତିଥିଲା।
-୨୦୦୮ରେ ଆଇସିସି ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାରରେ ସମ୍ମାନିତ କରିଥିଲା।
-୨୦୦୯ରେ ସେ ପାଇଲେ ପଦ୍ମଶ୍ରୀ ପୁରସ୍କାର।
-୨୦୧୧ରେ ଧୋନୀ ଭାରତ ପାଇଁ ସେଇ ଗୌରବ ଆଣିଥିଲେ, ଯାହା ଲାଗି ଭାରତ ୨୮ ବର୍ଷ ଅପେକ୍ଷା କରିଥିଲା।
-୨୦୧୧ ବିଶ୍ୱକପ୍‌ରେ ବିଜୟ ଛକା ମାରି ଦଳକୁ ଚାମ୍ପିୟନ କରାଇଥିଲେ ମାହି।
-ଏହାପରେ ଟେଷ୍ଟ କ୍ରିକେଟରେ ଭାରତକୁ ଏକ ନମ୍ବର କରିଥିଲେ ଧୋନୀ।
-ଆଇପିଏଲରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୩ଥର ଚାମ୍ପିୟନ କରାଇଛନ୍ତି।
-ଧୋନୀଙ୍କ ଜୀବନୀ ଉପରେ ବଲିଉଡ ଫିଲ୍ମ ହୋଇଛି ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’।
-ଧୋନୀ ସାକ୍ଷୀଙ୍କୁ ବିବାହ କରିଛନ୍ତି, ତାଙ୍କର ‘ଜିଭା’ ନାମରେ ଏକ ଝିଅ ଅଛନ୍ତି ।
-ଟେଷ୍ଟ କ୍ରିକେଟରୁ ଧୋନୀ ସନ୍ନ୍ୟାସ ନେବା ପରେ ଦିନିକିଆ ଓ ଟି-୨୦ର ଅଧିନାୟକ ପଦ ବିରାଟ କୋହଲି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri