ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ନିୟମ କୋହଳ

ମୁମ୍ବାଇ,୭-୮: ସାରା ଦେଶରେ କୋଟି କୋଟି ଜିରୋ ବାଲାନ୍ସ ଆକାଉଣ୍ଟଧାରୀ (ଜନଧନ ଆକାଉଣ୍ଟଧାରୀ)ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସେପ୍ଟେମ୍ବର ପହିଲାରୁ ନୂଆ ସୁବିଧା ଦେବାକୁ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କଗୁଡ଼ିକ ପାଇଁ ଏକ ନୂଆ ଆଡଭାଇଜାରୀ ଜାରି କରାଯାଇଛି। ଯାହାକୁ ଏବେ କୋଅପରେଟିଭ ବ୍ୟାଙ୍କ ମଧ୍ୟ ପାଳନ କରିବାକୁ ବାଧ୍ୟ ରହିବେ। ବେସିକ୍‌ ସେଭିଙ୍ଗ୍‌ସ ବ୍ୟାଙ୍କ ଡିପୋଜିଟ(ବିଏସ୍‌ବିଡି) ବା ଜନଧନ ଖାତା ଯେକୌଣସି ବ୍ୟାଙ୍କରେ ଖୋଲାଯାଇପାରିବ। ଏହାକୁ ମଧ୍ୟ ଜିରୋ ବାଲାନ୍ସ ଆକାଉଣ୍ଟ କୁହାଯାଉଛି।
ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ନୂଆ ସୁବିଧା ନେବା ଲାଗି ଜିରୋ ବାଲାନ୍ସ ଖାତାଧାରୀଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ। ମିିନିମମ୍‌ ବା ସର୍ବନିମ୍ନ ବାଲାନ୍ସ ବା ଜମା ରଖିବାକୁ ଚାହୁଁ ନଥିବା ଏବଂ ମାସକୁ ୪ ଥରରୁ କମ୍‌ କାରବାର କରୁଥିବା ବ୍ୟକ୍ତି ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିପାରିବେ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରି କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀ ଏଣିକି ବ୍ୟାଙ୍କ ଶାଖା ବ୍ୟତୀତ ଏଟିଏମ୍‌ ଓ କ୍ୟାଶ ଜମା ମେଶିନ ଜରିଆରେ ଅର୍ଥ ଜମା କରିପାରିବେ। ଏଭଳି ଆକାଉଣ୍ଟରେ ଫଣ୍ଡ ଟ୍ରାନ୍ସଫର ଅଥବା ୟୁପିଆଇ ଜରିଆରେ ଅର୍ଥ ଜମା କରାଯାଇପାରିବ। ମାସକରେ ଏକାଧିକ ଥର ଏହା କରାଯିବାରେ ବାଧା ନାହିଁ। ଏଭଳି ଖାତାଧାରୀ ପ୍ରତି ମାସରେ ଏଟିଏମ୍‌ ସହିତ ୪ ଥର ଟଙ୍କା କାଢ଼ିପାରିବେ। ସେମାନଙ୍କୁ ଡେବିଟ କାର୍ଡ ମିଳିବ। ବ୍ୟାଙ୍କ ଏଭଳି ଗ୍ରାହକଙ୍କୁ ଚେକ୍‌ ବହି ମଧ୍ୟ ଜାରି କରିବାରେ ଅସୁବିଧା ନାହିଁ। ତେବେ ଚେକ୍‌ ବହି ଜାରି କରିବା ଆଳରେ ବ୍ୟାଙ୍କ ସେମାନଙ୍କ ଜିରୋ ବାଲାନ୍ସ ଆକାଉଣ୍ଟକୁ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଣ୍ଟକୁ ବଦଳାଇପାରିବେ ନାହିଁ। ନିୟମ କୋହଳ କରିବାର ଲାଭ ଯେପରି ପ୍ରତ୍ୟେକ ଗ୍ରାହକ ପାଇପାରିବେ ସେ ଦିଗରେ ବ୍ୟାଙ୍କ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ବର୍ତ୍ତମାନ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଚେକ୍‌ ବହି ଭଳି ଅତିରିକ୍ତ ସୁବିଧା ନେବା ପାଇଁ ବ୍ୟାଙ୍କ ସେମାନଙ୍କ ଆକାଉଣ୍ଟକୁ ସେଭିଙ୍ଗ୍‌ସ ଆକାଉଣ୍ଟରେ ବଦଳାଇ ଦେଉଛନ୍ତି। ଏହାଛଡା ଅନ୍ୟ ସୁବିଧା ଦେବା ଆଳରେ ସେମାନଙ୍କଠାରୁ ଚାର୍ଜ ଅସୁଲ କରାଯାଉଛି। ଆଡ୍‌ଭାଇଜରୀରେ କୁହାଯାଇଛି ଯେ, ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ କେତେକ ନିଶ୍ଚିତ ସୁବିଧା ମାଗଣା ପ୍ରଦାନ କରିବାକୁ ହେବ। ସେହିପରି କୌଣସି ଶୁଳ୍କ ନ ନେଇ ବ୍ୟାଙ୍କ ସେମାନଙ୍କୁ ଚେକ୍‌ ବହି ଜାରି କରିବାକୁ ବାଧ୍ୟ ହେବ। ସେମାନଙ୍କୁ ସର୍ବନିମ୍ନ ଜମା ରଖିବା ଲାଗି ବ୍ୟାଙ୍କ ବାଧ୍ୟ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri