ଜିରୋ ନାଇଟରେ ହୋଟେଲରେ ଅଶ୍ଳୀଳ ନୃତ୍ୟ: ବିରୋଧ କରିବେ କଳିଙ୍ଗସେନା, ବଜରଙ୍ଗ ଦଳ

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ନୂଆବର୍ଷକୁ ଆଇ ଅଳ୍ପ ଦିନ ବାକି ଥିବାବେଳେ ସେଲିବ୍ରେଶନ ପାଇଁ ରାଜଧାନୀବାସୀ ଏବେଠୁ ପ୍ରସ୍ତୁତ ହେଲେଣି। ୨୦୧୯କୁ ବିଦାୟ ଦେଇ ଜିରୋ ନାଇଟ୍‌ରେ ନୂତନ ବର୍ଷକୁ ସ୍ବାଗତ କରିବା ସହ ବିଭିନ୍ନ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରସ୍ତୁତି ଯୋରଦାର ହେଲାଣି। ମାତ୍ର ଜିରୋ ନାଇଟ୍‌ ନଁ।ରେ ହୋଟେଲ ଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ହୋଇଥାଏ। ତେବେ ଚଳିତ ବର୍ଷ ଜିରୋ ନାଇଟ୍‌ ସେଲିବ୍ରେସନ ନଁାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବିରୋଧ କରିବ ବଜରଙ୍ଗ ଦଳ ଏବଂ କଳିଙ୍ଗ ସେନା। ଏନେଇ କିଳିଙ୍ଗ ସେନା ପକ୍ଷରୁ କୁହାଯାଉଛି ଯେ, ନୂଆ ବର୍ଷ ଲାଗି ଯେଉଁ ହୋଟେଲରେ ବାହାରୁ ଯୁବତୀମାନଙ୍କୁ ଆଣି ଅଶ୍ଳୀଳ ନୃତ୍ୟ ପରିବେଷଣ ଖବର ପାଇବେ ସେଠାରେ ସେନାର କର୍ମୀମାନେ ପଶି ତାଣ୍ଡବ ନୃତ୍ୟ କରିବେ। ଶନିବାର କଳିଙ୍ଗସେନାର ଏକ ପ୍ରତିନିଧି ଦଳ ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଅଭିଯୋଗପତ୍ର ଦେବ ବୋଲି ସେନାର ସାଧାରଣ ସମ୍ପାଦକ ସ୍ବାତୀଶ ରଞ୍ଜନ ସାହୁ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି। ଜିରୋ ନାଇଟ୍‌ରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରି ଓଡିଶାର କଳା ସଂସ୍କୃତିକୁ ଅପମାନ କରାଯାଉଛି। ଓଡ଼ିଶାରେ ଅନେକ ସୁନାମଧନ୍ୟ କଳାକାର ରହିଛନ୍ତି। ସେମାନଙ୍କ ଦ୍ୱାରା ଜିରୋ ନାଇଟ୍‌ ପାଳନ ନ କରି ବିଦେଶରୁ ଯୁବତୀଙ୍କୁ ଆଣି ଅଶ୍ଳୀଳ ନୃତ୍ୟ ପରିବେଷଣ ଆଦୌ ଗ୍ରହଣୀୟ ନୁହେଁ।
ସେହିପରି ବଜରଙ୍ଗ ଦଳ ଓଡ଼ିଶା ପୂର୍ବର ଦେବାଶିଷ ରାଉତ କହିଛନ୍ତି ଯେ, ଜିରୋ ନାଇଟ୍‌ରେ ପାଶ୍ଚାତ୍ୟ ଶୈଳୀରେ ସେଲିବ୍ରେସନ ଆଳରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଉଛି। ଏହାକୁ ମଧ୍ୟ ବଜରଙ୍ଗ ଦଳ ବିରୋଧ କରି ହୋଟେଲ ମାଲିକଙ୍କୁ ଚେତାବନୀ ଦେଇଛି। ଓଡ଼ିଶାର କଳା ସଂସ୍କୃତି ସାହାଯ୍ୟରେ ନୂଆ ବର୍ଷ ପାଳନ କରିବା ନେଇ ଲୋକଙ୍କୁ ସଚେତନ କରାଯିବା ସହ ବିଭିନ୍ନ ସ୍ଥାନରେ ଏନେଇ ପୋଷ୍ଟର ମାରାଯିବ ବୋଲି ସେ କହିଥିଲେ। ଏହାସହ ଶୁକ୍ରବାର ବଜରଙ୍ଗ ଦଳର ସଦସ୍ୟମାନେ ସିଏଏ ଓ ଏନ୍‌ଆରସିକୁ ସମର୍ଥନ କରି ୟୁନିଟ-୮ରୁ ଏକ ବିଶାଳ ବାଇକ ରାଲିରେ ବାହାରି ମାଷ୍ଟର କ୍ୟାଣ୍ଟିନ ଯାଇଥିଲେ। ସେଠାରେ ଲୋଙ୍କୁ ଲିପ୍‌ଲେଟ ବାଣ୍ଟିବା ସହ ସଚେତନ କରିଥିଲେ। ଏନେଇ ଡିସିପି ଅନୁପ କୁମାର ସାହୁ କହିଛନ୍ତି ଯେ, ଜିରୋ ନାଇଟ ପାଇଁ ସୁରକ୍ଷା କଡାକଡି କରାଯିବ। ଏପରିକି ହୋଟେଲ ଆଗରେ ସୁରକ୍ଷା ବଢାଯିବ। ଯେଉଁଠି କିଛି ଅଘଟଣା ଦେଖାଯିବ ପୋଲିସ ତୁରନ୍ତ ପଦେକ୍ଷପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri