ଜିପିଏଫ୍‌, ଫ୍ୟାମିଲି ପେନ୍‌ସନରୁ ବଁଚିତ୍‌ ପରିବାର: ସୁବର୍ଣ୍ଣକଁର ଉପରେ ୧୧ ଝନିଆଁ କୁଟ୍‌ମର ବୋଝ୍‌

ଲୋଇସିଂହା,୬ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ବ୍ଲକ ଝାଙ୍କରପାଲି ଗଁାର ସ୍ବର୍ଗତ ଗୋପାଳ ବେହେରା। ସେ ଥାନୀଅ ରୋତ ପିଏସ୍‌ କଲେଜରେ ଚାକିରି କରି ଅବସର ନେଇଥିଲେ। ଅବସର ନେବାର ବଛ୍‌ରେ ଉତାରୁ ତାକର ମୁର୍‌ତୁ ହେଇଥିଲା। ଆଏଜ୍‌କେ ତାକର ମୁର୍‌ତୁକେ ୩ ବଛର ବିତିଯାଇଛେ। ହେଲେ କଲେଜ କତୁରପକ୍ଷକଁର ଅବହେଲାରୁ ତାକର ଜିପିଏଫ୍‌ ଆର ଫ୍ୟାମିଲି ପେନ୍‌ସନ ଟଁକା ପରିବାର ନାଇଁ ପାଇବାରବାର। ଏନ୍‌ତାଥି ୧୧ ଝନିଆଁ କୁଟୁମଟା ବଡ଼ା ଗୁଲ୍‌ଗୁଲା ହେଇ ଚଲୁଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଆଗଲପୁର ବ୍ଲକ ଝାଙ୍କରପାଲି ଗଁାର ସ୍ବର୍ଗତ ଗୋପାଳ ବେହେରା ରୋତ ପଞ୍ଚାୟତ ସମିତି କଲେଜରେ ଲାଇବ୍ରେରୀଆନ ହିସାବେ କାଯ୍‌ କରୁଥିଲେ। ୨୮ ବଛର ଚାକିରି କଲା ଉତାରୁ ସେ ୩୦ ଜୁନ୍‌, ୨୦୧୫ରେ ଅବସର ନେଇଥିଲେ। ଅବସର ନେବାର ୮ ମାସ ଉତାରୁ ତଥା ପେନ୍‌ସନ ପାଏବାର ଆଗରୁ ୧୪ ଫେବୃୟାରୀ, ୨୦୧୬ରେ ହୁରୁଦ୍‌ଘାତରେ ତାକର ମୁର୍‌ତୁ ହେଇଥିଲା। ଇ ଭିତ୍‌ରେ ତାକର ମରବାରଟାକେ ୪ ବଛର ପୂରବାକେ ଯାଉଛେ। ହେଲେ କଲେଜ କତୁରପକ୍ଷକଁର ଖାମ୍‌ଖିଆଲି ମନଭାବ ଲାଗି ସ୍ବର୍ଗତ ଗୋପାଳକଁର ବିଧବା ମାଏକିନା ସୁବର୍ଣ୍ଣ ବେହେରା ଫ୍ୟାମିଲି ପେନ୍‌ସନ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ବୁରୁଧ୍‌ ସୁବର୍ଣ୍ଣକଁର ୩ ପୁଓ ଗୁଟେ ଝି’। କୁଟୁମରେ ବିଧବା ବହ ସମେତ୍‌ ୧୧ ଝନ୍‌ ରହିଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ପରିବାରର ଥିତି ଦିନୁ ଦିନ୍‌କେ ବିଗିଡ଼ି ଯାଉଛେ। ସୁବର୍ଣ୍ଣ ଆର ତାକର ବଡ଼ପୁଓ ଦେବେନ୍ଦ୍ରକଁର ଦିହିପା ଠିକ୍‌ ନାଇଁ ରହିବାର। ଏନ୍‌ତାଥି ସୁବର୍ଣ୍ଣ ମାସିକ ୧୫ଶହ ଟଁକାର ଉଷୋକଷା ଖାଉଛନ୍‌। ହେଲେ ଏହେଦେ ଅଭାବ ଅନାଟନ ଲାଗି ସେ ଉଷୋକଷା ଖାଏବାରଟା ବଁଦ୍‌ କରିଦେଇଥିବାର କହିଛନ୍‌। ସେନ୍‌ତା ବଡ଼ପୁଓ ଦେବେନ୍ଦ୍ର ମଧୁମେହ ରୋଗ୍‌ରେ ପୀଡ଼ିତ ଅଛନ୍‌। ତାକର ଗୁଡ଼େ ଗୁଟେ ଘା’ ହେଇଛେ। ହେଲେ ସେ ବି ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁ ପାରବାର। ବିଧବା ବୁରୁଧ୍‌ ସୁବର୍ଣ୍ଣ ନିଜର ଦିହିପା, ଉଷୋକଷା ଆର ପରିବାର ଚିନ୍‌ତାରେ ହରମେଶା ମାନ୍‌ସିକ ଚାପ୍‌ରେ ରହୁଛନ୍‌। ଜିପିଏଫ୍‌ ଆର ଫ୍ୟାମିଲି ପେନ୍‌ସନ ବାବ୍‌ଦେ କଲେଜ କତୁରପକ୍ଷକୁଁ କହେଲେ କାଗଜପତର ଭୁବନେଶ୍ୱର ପଠାଯାଇଥିବାର କହୁଛନ୍‌। ଇ ବାବ୍‌ଦେ କଲେଜ ଅଧ୍ୟକ୍ଷ ପ୍ରସନ୍ନ ବେହେରାକୁଁ ପଚ୍‌ରାଲାରୁ ଜିପିଏଫ୍‌, ଫ୍ୟାମିଲି ପେନ୍‌ସନ ଆମର ହାତର କଥା ନୁହେ। କାଗଜପତର ଠିକ୍‌ଠାକ୍‌ କରି ଆମେ ଗଲା ସେପ୍ଟେମ୍ବର ୨୦୧୯ରେ ଡାଇରେକ୍ଟରକଁର ପାସ୍‌କେ ପଠେଇ ଦେଇଛୁଁ। ଅବହେଲା, ଅଭିଯୋଗଟା ମିଛ୍‌ ଆଏ। ସ୍ବର୍ଗତ ଗୋପାଳ ଆମର ଝନେ ଭଲ ସହକରମୀ ଥିଲେ ବଲି ସେ କହିଛନ୍‌। ହେଲେ କାଗଜପତରଥି କଲେଜ କତୁରକ୍ଷକଁର ଭୁଲ୍‌ଭାଲ ଲାଗି ସବୁ କାମ୍‌ ଲେଠ୍‌ରଉଛେ ବଲି ଗୋପାଳକଁର ବଡ଼ପୁଓ ଦେବେନ୍ଦ୍ର ଅଭିଯୋଗ କରିଛନ୍‌। ଜିଲାପାଳ ସମସିଆର ସମାଧାନ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ସେ ଅନୁରୋଧ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri