ଜିଏସ୍‌ଟି ବୈଠକ ଉପରେ ନଜର

ନୂଆଦିଲ୍ଲୀ,୧୬।୯
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଶୁକ୍ରବାର ଲକ୍ଷ୍ନୌଠାରେ ଅନୁଷ୍ଠିତ ହେବ। ପ୍ରାୟ ୪୮ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାର ଉପରେ ଏଠାରେ ବିଚାରବିମର୍ଶ ହେବ। ସେହିଭଳି ୧୧ କୋଭିଡ୍‌-୧୯ ମେଡିସିନ ଉପରେ ରିହାତି ଅବଧିକୁ ଡିସେମ୍ବର ୩୧ ଯାଏ ବଢ଼ାଇବାକୁ ପରିଷଦରେ ଆଲୋଚନା ହେବ ବୋଲି କୁହାଯାଉଛି। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଏମ୍‌ପିପି ଚୌଧୁରୀ ଏବଂ ରାଜ୍ୟଗୁଡ଼ିକର ପ୍ରତିନିଧି ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
୭ ମେଡିସିନ ଟିକସ ହାର ଉପରେ ବିଚାର
ଆମ୍ଫୋଟେରିସିନ ବି,ଟୋସିଲିଜୋମାବ, ରେମ୍‌ଡେସିଭିିର, ହେପାରିନ ଆଣ୍ଟିକୋଗୋଲାଣ୍ଟ ଭଳି ମେଡିସିନ ଉପରେ ରିହାତି ଟିକସ ହାର ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯିବ। ବର୍ତ୍ତମାନ ଏହାର ସମୟସୀମା ସେପ୍ଟେମ୍ବର ୩୦ ରହିଥିବା ବେଳେ ଏହାକୁ ଡିସେମ୍ବର ୩୧ ଯାଏ ବଢ଼ାଇବାକୁ ନିଷ୍ପତ୍ତି ଆସିବ ବୋଲି କୁହାଯାଉଛି। ଆମ୍ଫୋଟେରିସିନ ବି ଏବଂ ଟୋସିଲିଜୋମାବ ଉପରେ ଟିକସ ଲାଗୁ ନ ଥିବା ବେଳେ ରେମ୍‌ଡେସିଭିର, ହେପାରିନ ଉପରେ ଟିକସ ହାର ୫%କୁ ଖସିଛି। ସେହିଭଳି ଚଳିତ ବର୍ଷ ଡିସେମ୍ବର ଶେଷ ଯାଏ ଆଉ ୭ ମେଡିସିନ ଉପରେ ଟିକସ ହାର ୧୨ରୁ ୫%କୁ ଖସିପାରେ। ଏହା ମଧ୍ୟରେ ଆଇଟୋଲିଜୋମାବ, ପୋସାକୋନେଜୋଲ, ଇନ୍‌ଫ୍ଲିକ୍ସିମାବ, ବାମଲାନିଭିମାବ ଓ ଏଷ୍ଟେଭିମାବ, କ୍ୟାସିରିଭିମାବ ଓ ଇମଡେମିମାବ, ୨-ଡିଓକ୍ସି-ଡି-ଗ୍ଲୋକୁଜ୍‌ ଏବଂ ଫାଭିପିରାଭିର ରହିଛି।
ଜିଏସ୍‌ଟି ଦେବେ ସ୍ବିଗି, ଜୋମାଟୋ
ସ୍ବିଗି, ଜୋମାଟୋ ଭଳି ଡେଲିଭରି ଆପ୍‌ଗୁଡ଼ିକକୁ ରେଷ୍ଟୁରାଷ୍ଟ ବିଚାରକରି ସେମାନଙ୍କ ଦ୍ୱାରା ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ୫% ଟିକସ ଲଗାଇବାକୁ ବିଚାର କରାଯାଉଛି। ପରିଷଦ ଏହା ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ସ୍ବିଗି ଏବଂ ଜୋମାଟୋ ଭଳି କମ୍ପାନୀ ରେଷ୍ଟୁରାଣ୍ଟଗୁଡ଼ିକର ସେବା ତାଙ୍କ ପ୍ଲାଟ୍‌ଫର୍ମରେ ଯୋଗାଉଛନ୍ତି। ଟିକସ ଠକେଇକୁ ରୋକିବା ଲାଗି ଏହି ପ୍ଲାଟ୍‌ଫର୍ମଗୁଡିକୁ ମଧ୍ୟ ଉତ୍ତରଦାୟୀ କରାଯିବ। କମ୍ପାନୀଗୁଡ଼ିକ ଜିଏସ୍‌ଟି ପ୍ରଦାନ କରିବା ନେଇ ପରିଷଦ ବିଚାର କରିବ। ଜିଏସ୍‌ଟି ପରିଷଦର ମଞ୍ଜୁରୀ ମିଳିବା ପରେ ଖାଦ୍ୟ ସାମଗ୍ରୀ ଡେଲିଭରି କରୁଥିବା କମ୍ପାନୀଗୁଡିକ ରେଷ୍ଟୁରାଣ୍ଟ ସ୍ଥାନରେ ଲୋକଙ୍କଠାରୁ ଜିଏସ୍‌ଟି ଆଦାୟକରି ସରକାରଙ୍କୁ ପଇଠ କରିବେ। ଏହାଦ୍ୱାରା ଲୋକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ ବୋଲି କୁହାଯାଉଛି। ଫୁଡ୍‌ ଡେଲିଭରି ଆପ୍‌ଗୁଡିକ ଠିକ୍‌ ଭାବେ ହିସାବ ଦେଖାଉ ନ ଥିବାରୁ ରାଜକୋଷକୁ ଗତ ୨ ବର୍ଷରେ ୨ ହଜାର କୋଟି ଟଙ୍କା କ୍ଷତି ହୋଇଛି।
ଆନ୍ତଃ ରାଜ୍ୟ କମିଟି ରିପୋର୍ଟର ତର୍ଜମା
ପାନମସଲା, କମ୍ପୋଜିସନ ସ୍କିମ୍‌, ଷ୍ଟୋନ କ୍ରଶର, ଇଟାଭାଟି ଭଳି କ୍ଷେତ୍ରରେ କ୍ଷମତା ଭିତ୍ତିରେ ଟିକସ ଲାଗୁକରିବା ପ୍ରସଙ୍ଗ ଉପରେ ମଧ୍ୟ ପରିଷଦ ବିଚାର କରିବ। ଏହି ପ୍ରସଙ୍ଗ ଉପରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ନିକଟରେ ରିପୋର୍ଟ ପ୍ରଦାନ କରିଥିଲା। ଇଟାଭାଟି କ୍ଷେତ୍ର ଲାଗି ସ୍ବତନ୍ତ୍ର କମ୍ପୋଜିଶନ ସ୍କିମ୍‌ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ କରିବାକୁ କମିଟି ପ୍ରସ୍ତାବ ଦେଇଛି। ବିନା କୌଣସି ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ରେ ୫% ଜିଏସ୍‌ଟି ପ୍ରଦାନ କରିବାକୁ ପ୍ରସ୍ତାବରେ କୁହାଯାଇଛି। ସେହିଭଳି ସେବା କ୍ଷେତ୍ର ଲାଗି ମଧ୍ୟ ସମାନ ଟିକସ ହାର ଲାଗୁ କରାଯିବ। ଏପ୍ରିଲ ପହିଲାଠାରୁ ଇଟା ଯୋଗାଣ କ୍ଷେତ୍ରରେ ୫ରୁ ୧୨% ଜିଏସ୍‌ଟି ଲାଗୁ ହୋଇପାରେ। ୩୨ ସାମଗ୍ରୀ ଏବଂ ୨୯ ସେବା ଉପରେ ଲାଗୁ ହେଉଥିବା ଟିକସ ହାର ନେଇ ପରିଷଦ ବିଚାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri