ଜିଏସ୍‌ଟି ବୈଠକ ଉପରେ ନଜର

ନୂଆଦିଲ୍ଲୀ,୧୬।୯
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଶୁକ୍ରବାର ଲକ୍ଷ୍ନୌଠାରେ ଅନୁଷ୍ଠିତ ହେବ। ପ୍ରାୟ ୪୮ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାର ଉପରେ ଏଠାରେ ବିଚାରବିମର୍ଶ ହେବ। ସେହିଭଳି ୧୧ କୋଭିଡ୍‌-୧୯ ମେଡିସିନ ଉପରେ ରିହାତି ଅବଧିକୁ ଡିସେମ୍ବର ୩୧ ଯାଏ ବଢ଼ାଇବାକୁ ପରିଷଦରେ ଆଲୋଚନା ହେବ ବୋଲି କୁହାଯାଉଛି। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଏମ୍‌ପିପି ଚୌଧୁରୀ ଏବଂ ରାଜ୍ୟଗୁଡ଼ିକର ପ୍ରତିନିଧି ମଧ୍ୟ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
୭ ମେଡିସିନ ଟିକସ ହାର ଉପରେ ବିଚାର
ଆମ୍ଫୋଟେରିସିନ ବି,ଟୋସିଲିଜୋମାବ, ରେମ୍‌ଡେସିଭିିର, ହେପାରିନ ଆଣ୍ଟିକୋଗୋଲାଣ୍ଟ ଭଳି ମେଡିସିନ ଉପରେ ରିହାତି ଟିକସ ହାର ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯିବ। ବର୍ତ୍ତମାନ ଏହାର ସମୟସୀମା ସେପ୍ଟେମ୍ବର ୩୦ ରହିଥିବା ବେଳେ ଏହାକୁ ଡିସେମ୍ବର ୩୧ ଯାଏ ବଢ଼ାଇବାକୁ ନିଷ୍ପତ୍ତି ଆସିବ ବୋଲି କୁହାଯାଉଛି। ଆମ୍ଫୋଟେରିସିନ ବି ଏବଂ ଟୋସିଲିଜୋମାବ ଉପରେ ଟିକସ ଲାଗୁ ନ ଥିବା ବେଳେ ରେମ୍‌ଡେସିଭିର, ହେପାରିନ ଉପରେ ଟିକସ ହାର ୫%କୁ ଖସିଛି। ସେହିଭଳି ଚଳିତ ବର୍ଷ ଡିସେମ୍ବର ଶେଷ ଯାଏ ଆଉ ୭ ମେଡିସିନ ଉପରେ ଟିକସ ହାର ୧୨ରୁ ୫%କୁ ଖସିପାରେ। ଏହା ମଧ୍ୟରେ ଆଇଟୋଲିଜୋମାବ, ପୋସାକୋନେଜୋଲ, ଇନ୍‌ଫ୍ଲିକ୍ସିମାବ, ବାମଲାନିଭିମାବ ଓ ଏଷ୍ଟେଭିମାବ, କ୍ୟାସିରିଭିମାବ ଓ ଇମଡେମିମାବ, ୨-ଡିଓକ୍ସି-ଡି-ଗ୍ଲୋକୁଜ୍‌ ଏବଂ ଫାଭିପିରାଭିର ରହିଛି।
ଜିଏସ୍‌ଟି ଦେବେ ସ୍ବିଗି, ଜୋମାଟୋ
ସ୍ବିଗି, ଜୋମାଟୋ ଭଳି ଡେଲିଭରି ଆପ୍‌ଗୁଡ଼ିକକୁ ରେଷ୍ଟୁରାଷ୍ଟ ବିଚାରକରି ସେମାନଙ୍କ ଦ୍ୱାରା ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ୫% ଟିକସ ଲଗାଇବାକୁ ବିଚାର କରାଯାଉଛି। ପରିଷଦ ଏହା ଉପରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ସ୍ବିଗି ଏବଂ ଜୋମାଟୋ ଭଳି କମ୍ପାନୀ ରେଷ୍ଟୁରାଣ୍ଟଗୁଡ଼ିକର ସେବା ତାଙ୍କ ପ୍ଲାଟ୍‌ଫର୍ମରେ ଯୋଗାଉଛନ୍ତି। ଟିକସ ଠକେଇକୁ ରୋକିବା ଲାଗି ଏହି ପ୍ଲାଟ୍‌ଫର୍ମଗୁଡିକୁ ମଧ୍ୟ ଉତ୍ତରଦାୟୀ କରାଯିବ। କମ୍ପାନୀଗୁଡ଼ିକ ଜିଏସ୍‌ଟି ପ୍ରଦାନ କରିବା ନେଇ ପରିଷଦ ବିଚାର କରିବ। ଜିଏସ୍‌ଟି ପରିଷଦର ମଞ୍ଜୁରୀ ମିଳିବା ପରେ ଖାଦ୍ୟ ସାମଗ୍ରୀ ଡେଲିଭରି କରୁଥିବା କମ୍ପାନୀଗୁଡିକ ରେଷ୍ଟୁରାଣ୍ଟ ସ୍ଥାନରେ ଲୋକଙ୍କଠାରୁ ଜିଏସ୍‌ଟି ଆଦାୟକରି ସରକାରଙ୍କୁ ପଇଠ କରିବେ। ଏହାଦ୍ୱାରା ଲୋକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡ଼ିବ ନାହିଁ ବୋଲି କୁହାଯାଉଛି। ଫୁଡ୍‌ ଡେଲିଭରି ଆପ୍‌ଗୁଡିକ ଠିକ୍‌ ଭାବେ ହିସାବ ଦେଖାଉ ନ ଥିବାରୁ ରାଜକୋଷକୁ ଗତ ୨ ବର୍ଷରେ ୨ ହଜାର କୋଟି ଟଙ୍କା କ୍ଷତି ହୋଇଛି।
ଆନ୍ତଃ ରାଜ୍ୟ କମିଟି ରିପୋର୍ଟର ତର୍ଜମା
ପାନମସଲା, କମ୍ପୋଜିସନ ସ୍କିମ୍‌, ଷ୍ଟୋନ କ୍ରଶର, ଇଟାଭାଟି ଭଳି କ୍ଷେତ୍ରରେ କ୍ଷମତା ଭିତ୍ତିରେ ଟିକସ ଲାଗୁକରିବା ପ୍ରସଙ୍ଗ ଉପରେ ମଧ୍ୟ ପରିଷଦ ବିଚାର କରିବ। ଏହି ପ୍ରସଙ୍ଗ ଉପରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ନିକଟରେ ରିପୋର୍ଟ ପ୍ରଦାନ କରିଥିଲା। ଇଟାଭାଟି କ୍ଷେତ୍ର ଲାଗି ସ୍ବତନ୍ତ୍ର କମ୍ପୋଜିଶନ ସ୍କିମ୍‌ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ କରିବାକୁ କମିଟି ପ୍ରସ୍ତାବ ଦେଇଛି। ବିନା କୌଣସି ଇନ୍‌ପୁଟ ଟାକ୍ସ କ୍ରେଡିଟ୍‌ରେ ୫% ଜିଏସ୍‌ଟି ପ୍ରଦାନ କରିବାକୁ ପ୍ରସ୍ତାବରେ କୁହାଯାଇଛି। ସେହିଭଳି ସେବା କ୍ଷେତ୍ର ଲାଗି ମଧ୍ୟ ସମାନ ଟିକସ ହାର ଲାଗୁ କରାଯିବ। ଏପ୍ରିଲ ପହିଲାଠାରୁ ଇଟା ଯୋଗାଣ କ୍ଷେତ୍ରରେ ୫ରୁ ୧୨% ଜିଏସ୍‌ଟି ଲାଗୁ ହୋଇପାରେ। ୩୨ ସାମଗ୍ରୀ ଏବଂ ୨୯ ସେବା ଉପରେ ଲାଗୁ ହେଉଥିବା ଟିକସ ହାର ନେଇ ପରିଷଦ ବିଚାର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri